Advertisement
Article Detail0/zeeodisha/odisha2666104
Zee OdishaOdisha Stateଶୁଣାଣି ପୂର୍ବରୁ ଶିଳ୍ପପତି ରାଜୀବ ମହାନ୍ତି ଆହତ

ଶୁଣାଣି ପୂର୍ବରୁ ଶିଳ୍ପପତି ରାଜୀବ ମହାନ୍ତି ଆହତ

ବିଶିଷ୍ଟ ଖଣି ବ୍ୟବସାୟୀ  ତଥା ପୂର୍ବାଞ୍ଚଳ ଖଣିଜ ପରିଷଦର ଅଧ୍ୟକ୍ଷ ରାଜୀବ ଲୋଚନ ମହାନ୍ତି ଆହତ ହୋଇଛନ୍ତି। ରାତି ଦୁଇଟାରେ ଗାଧୁଆଘରେ ଗୋଡ଼ ଖସିଯିବାରୁ ସେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।

ଶୁଣାଣି ପୂର୍ବରୁ ଶିଳ୍ପପତି ରାଜୀବ ମହାନ୍ତି ଆହତ
ଶୁଣାଣି ପୂର୍ବରୁ ଶିଳ୍ପପତି ରାଜୀବ ମହାନ୍ତି ଆହତ

ଭୁବନେଶ୍ୱର: ବିଶିଷ୍ଟ ଖଣି ବ୍ୟବସାୟୀ  ତଥା ପୂର୍ବାଞ୍ଚଳ ଖଣିଜ ପରିଷଦର ଅଧ୍ୟକ୍ଷ ରାଜୀବ ଲୋଚନ ମହାନ୍ତି ଆହତ ହୋଇଛନ୍ତି। ରାତି ଦୁଇଟାରେ ଗାଧୁଆଘରେ ଗୋଡ଼ ଖସିଯିବାରୁ ସେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।  କିଛି ସମୟ ଘରୋଇ ଚିକିତ୍ସାରେ ସୁସ୍ଥତା ଅନୁଭବ ନକରିବାକୁ ତାଙ୍କୁ ନୂଆଦିଲ୍ଲୀର ଏକ ଘରୋଇ ହସ୍‍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚା ମିଳିଛି। 

ଶ୍ରୀ ମହାନ୍ତି ନିଜ ପରିବାରର ସମ୍ପତ୍ତିକୁ ନେଇ ଚାଲିଥିବା ମାମଲାର ଶୁଣାଣି ପାଇଁ ଆଜି ଆର୍ବିଟ୍ରଟରଙ୍କ ପାଖରେ  ନିଜର ବୟାନ ଦାଖଲ କରିବାକୁ ଦିନ ଧାର୍ଯ୍ୟ କରାଯଇଥିଲା । ଏଥିଲାଗି ସେ ମଧ୍ୟ ନୂଆଦିଲ୍ଲୀ ଆସିଥିଲେ । ଏହି ସମୟରେ ସେ ଗାଧୁଆଘରେ ଖସିପଡ଼ିବାରୁ ତାଙ୍କର ମେରୁଦଣ୍ଡର ଏଲ୍-୫ରେ ଆଘାତ ଲାଗିଥିବା ସ୍ନାୟୁ ବିଭାଗର ଡାକ୍ତର ରାଜଶେଖର ରେଡ୍ଡୀ କହିଛନ୍ତି ।  କିଛିଦିନ ପୂର୍ବରୁ ତାଙ୍କର ମସ୍ତିଷ୍କ ସର୍ଜରୀ ହୋଇଥିଲା।

Add Zee News as a Preferred Source
About the Author