Advertisement
Article Detail0/zeeodisha/odisha2760207
Zee OdishaOdisha StateOdisha News: ଅନ୍ତର୍ଜାତୀୟ ପରିବାର ଦିବସ ପାଳିତ

Odisha News: ଅନ୍ତର୍ଜାତୀୟ ପରିବାର ଦିବସ ପାଳିତ

ଭୁବନେଶ୍ୱର: 'ଗର୍ବିତ ପିତାମାତା' ବା ପ୍ରାଉଡ୍ ପ୍ୟାରେଣ୍ଟସ୍‍ ଆୟୋଜନ କରି ଅନ୍ତର୍ଜାତୀୟପରିବାର ଦିବସ ପାଳନ କରିଛନ୍ତି ବେଦାନ୍ତର କର୍ମଚାରୀଗଣ।  ଯାହା ଏହାର କର୍ମଚାରୀଙ୍କ ପିତାମାତାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଆୟୋଜିତ ଏକ ବାର୍ଷିକ କାର୍ଯ୍ୟକ୍ରମ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ଝାରସୁଗୁଡ଼ାରେ ଏହାର ମେଗା ଆଲୁମିନିୟମ କାର

Odisha News: ଅନ୍ତର୍ଜାତୀୟ ପରିବାର ଦିବସ ପାଳିତ

Odisha News: ଭୁବନେଶ୍ୱର: 'ଗର୍ବିତ ପିତାମାତା' ବା ପ୍ରାଉଡ୍ ପ୍ୟାରେଣ୍ଟସ୍‍ ଆୟୋଜନ କରି ଅନ୍ତର୍ଜାତୀୟପରିବାର ଦିବସ ପାଳନ କରିଛନ୍ତି ବେଦାନ୍ତର କର୍ମଚାରୀଗଣ।  ଯାହା ଏହାର କର୍ମଚାରୀଙ୍କ ପିତାମାତାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଆୟୋଜିତ ଏକ ବାର୍ଷିକ କାର୍ଯ୍ୟକ୍ରମ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ଝାରସୁଗୁଡ଼ାରେ ଏହାର ମେଗା ଆଲୁମିନିୟମ କାରଖାନାର ପ୍ରଥମ ଅଭିଜ୍ଞତା ପ୍ରଦାନ କରିବା ଏବଂ ଏହାର କର୍ମଚାରୀଙ୍କ ମଧ୍ୟରେ ଏକ ପରିବାର କୈନ୍ଦ୍ରିକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା।

ଚଳିତ ବର୍ଷ ମିଳିତ ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ବିଷୟ ବସ୍ତୁ-"ସ୍ଥାୟୀ ବିକାଶ ପାଇଁ ପରିବାର-ଭିତ୍ତିକ ନୀତି"କୁ ଧ୍ୟାନରେ ରଖି, କମ୍ପାନୀର ପରିବାର ଦିବସ ସମାରୋହର କେନ୍ଦ୍ରରେ 'ଗର୍ବିତ ପିତାମାତା'ର ସଦ୍ୟତମ ସଂସ୍କରଣ ଆୟୋଜିତ ହୋଇଥିଲା। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ଅଂଶ ବିଶେଷ ସ୍ୱରୂପ, ଝାରସୁଗୁଡ଼ାରେ ଥିବା ବେଦାନ୍ତ କର୍ମଚାରୀଙ୍କ ପିତାମାତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମାନଙ୍କୁ କାର୍ବନ, ପଟଲାଇନ, କାଷ୍ଟହାଉସ ଏବଂପାୱାର ପ୍ଲାଣ୍ଟ ଅଞ୍ଚଳ ସମେତ କାରଖାନା ମଧ୍ୟରେ ଥିବା ପ୍ରମୁଖ ୟୁନିଟଗୁଡ଼ିକୁ ବୁଲି ଦେଖିବାର ସୁଯୋଗ ମିଳିଥିଲା ।

ଏହାବ୍ୟତୀତ ସେମାନଙ୍କୁ କର୍ମଚାରୀଙ୍କ ଉଦ୍ଦିଷ୍ ଟଟାଉନସିପ ପରିଦର୍ଶନରେ ମଧ୍ୟ ନିଆଯାଇଥିଲା। ଯେଉଁଠାରେ ମନୋରଞ୍ଜନ କ୍ଷେତ୍ର, ସୁଇମିଂପୁଲ୍, ଜିମ୍, ଷ୍ଟାଡିୟମ, ଅଡିଟୋରିୟମ୍, ଡେକେୟାରସୁବିଧା, ସୁପରମାର୍କେଟ, ଡାକ୍ତରଖାନା ଏବଂ ଅନ୍ୟାନ୍ୟ ସୁବିଧା ରହିଛି। ଆହୁରି ମଧ୍ୟ ସେମାନଙ୍କୁ ଝାରସୁଗୁଡ଼ାରେ ବେଦାନ୍ତ ଦ୍ୱାରା ଚାଲିଥିବା ଗୋଷ୍ଠୀ ବିକାଶ ପ୍ରକଳ୍ପ ସହିତ ପରିଚିତ କରାଯାଇଥିଲା।

Add Zee News as a Preferred Source

ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଥିଲେ ଯେ, ଆମେ ବିଶ୍ୱାସ କରୁ ଯେ-ଏକ ସୁଦୃଢ଼ ସଙ୍ଗଠନ ସୁଦୃଢ଼ ପରିବାର ଏବଂ ସୁଦୃଢ଼ ଗୋଷ୍ଠୀ ଭାଗିଦାରୀର ମୂଳଦୁଆ ଉପରେ ନିର୍ମିତ ହୋଇଥାଏ। ତେଣୁ ଅନ୍ତର୍ଜାତୀୟ ପରିବାର ଦିବସ ଅବସରରେ ଆମର ପଦକ୍ଷେପ କେବଳ ଏକ ଉତ୍ସବ ନୁହେଁ; ବେଦାନ୍ତ ଟିମ୍‍ର ପ୍ରତ୍ୟେକ ସଦସ୍ୟଙ୍କୁ ଦୃଶ୍ୟମାନ, ମୂଲ୍ୟବାନ ଏବଂ ସଶକ୍ତ ଅନୁଭବ କରିବା ପାଇଁ ଏହା ଆମର ପ୍ରତିବଦ୍ଧତାର ଏକ ଅଂଶ।

About the Author