)
ମାଲକାନଗିରି: ଏମ୍ଭି-୨୬ ଓ ରାଖେଲଗୁଡା ମଧ୍ୟରେ ଉତ୍ତେଜନା ଥମିବାର ନାଁ ନେଉନି । ରାଖେଲଗୁଡ଼ାର ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବାରୁ ୨ ଗାଁ ମୁହାଁମୁହିଁ ହୋଇଥିଲେ । ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଗୋଷ୍ଠୀଙ୍କ ଘରେ ନିଆଁ ଲଗାଇଦେବା ପରେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା । ତଥାବି ବିବାଦ ଥମିବାର ନାଁ ନେଉନି । ଭଙ୍ଗାରୁଜା ଓ ପୋଡ଼ାଜଳା ସହ ସବୁ ଛାରଖାର୍ ହୋଇଛି ।
ଏମ୍ଭି-୨୬ ଓ ରାଖେଲଗୁଡ଼ା ଗାଁରେ ଗଣ୍ଡଗୋଳ ପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ପାଇଁ ମାଲକାନଗିରିରେ ଇଣ୍ଟରନେଟ୍ ସେବା ବନ୍ଦ । ଜିଲ୍ଲାରେ ଶାନ୍ତି ଫେରାଇବା ପାଇଁ ପ୍ରମୁଖ ଅଧିକାରୀଙ୍କ ସହ ପ୍ରଶାସନର ବୈଠକ ଆରମ୍ଭ ହୋଇଛି । ପୋଲିସ ଡିଜି ୱାଇବି ଖୁରାନିଆ ଏସ୍ପି ଅଫିସ୍ରେ ପହଞ୍ଚିଛନ୍ତି । SIW ଡିଆଇଜି ଅଖିଳେଶ୍ୱର ସିଂ ଏବଂ ଏଡିଜି ସଂଜୀବ ପଣ୍ଡା ଉପସ୍ଥିତ ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।