ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ହେଲେ ଓପିଏସି ଚେୟାରମ୍ୟାନ୍
Advertisement
Article Detail0/zeeodisha/odisha2449476

ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ହେଲେ ଓପିଏସି ଚେୟାରମ୍ୟାନ୍

ips arun kumar sarangi appointed: ପ୍ରାୟ ୭ମାସ ଅତିରିକ୍ତ ଡିଜି ଥିବା ସମୟରେ ଓଡ଼ିଶା ପୋଲିସ ଅରୁଣ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଗତ ସାଧାରଣ ନିର୍ବାଚନ ଶାନ୍ତିପୂର୍ଣ୍ଣ, ନିରପେକ୍ଷରେ ସମାପନ କରିଥିଲା। ବିଶେଷ କରି ୨୬ବର୍ଷ ପରେ ପ୍ରଥମଥର ପାଇଁ ଓଡ଼ିଶାରେ ନିର୍ବାଚନ ମାଓ ହିଂସାମୁକ୍ତ ହୋଇପାରିଥିଲା।

ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ହେଲେ ଓପିଏସି ଚେୟାରମ୍ୟାନ୍

ଭୁବନେଶ୍ଵର: ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ଏବେ ସେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି। 

ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି। ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ନିର୍ଦ୍ଦେଶକ ସହିତ ୨୦୨୩ ଡିସେମ୍ବର ୩୧ ରେ ସେ ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଥିଲେ। 

ଅନ୍ୟପଟେ ପ୍ରାୟ ୭ମାସ ଅତିରିକ୍ତ ଡିଜି ଥିବା ସମୟରେ ଓଡ଼ିଶା ପୋଲିସ ଅରୁଣ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଗତ ସାଧାରଣ ନିର୍ବାଚନ ଶାନ୍ତିପୂର୍ଣ୍ଣ, ନିରପେକ୍ଷରେ ସମାପନ କରିଥିଲା। ବିଶେଷ କରି ୨୬ବର୍ଷ ପରେ ପ୍ରଥମଥର ପାଇଁ ଓଡ଼ିଶାରେ ନିର୍ବାଚନ ମାଓ ହିଂସାମୁକ୍ତ ହୋଇପାରିଥିଲା।