)
Odisha News: ଯାତ୍ରା ଜଗତର ଭେଟେରାନ ଅଭିନେତା ଦେବୀ ପ୍ରସାଦ ରଥଙ୍କ ମୃତ୍ୟୁ କୁ ନେଇ ବିବାଦ ଲାଗିରହିଛି। ଗତ କିଛି ଦିନ ହେଲା ସିଏ ହାର୍ଟ ପ୍ରୋବ୍ଲେମ ଯୋଗୁଁ ଚିକିତ୍ସିତ ହେଉଥିବା ବେଳେ, ଗତ ୫ ତାରିଖ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ରେ ପାରାଦୀପଗଡ଼ ଗ୍ରାମରେ ଅନୁଷ୍ଠିତ ଡିଜେ ସାଉଣ୍ଡ ପ୍ରତିଯୋଗିତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଓ ପଡ଼ୋଶୀ ଅଭିଯୋଗ କରିଛନ୍ତି।
ଯାହାକୁ ଖଣ୍ଡନ କରିଛି ଜଗନ୍ନାଥ ଟେଣ୍ଡ ଲାଇଟ୍ ଆଣ୍ଡ ସାଉଣ୍ଡ ସଂଘ। ସେଠାରେ ଡିଜେ ନୁହେଁ ବାହାର ଜିଲ୍ଲାର ୫ ଟି ମିୟୁଜିକ ପାର୍ଟିଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଥିଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସଂଘ ପକ୍ଷରୁ ଜିଲ୍ଲାରେ ଡିଜେ ଗାଡ଼ି କୁ ବନ୍ଦ କରାଯାଇଛି ଏବଂ ଆମେ ଏହାକୁ ନିଷ୍ଠାର ସହିତ ପାଳନ କରୁଛୁ। କିନ୍ତୁ ଦୁର୍ଭାଗ୍ୟର କଥା ଆମେ ଡିଜେ ଗାଡ଼ିରେ ୮ ଟି ବକ୍ସ ବା ସାଉଣ୍ଡ ଲାଗାଇ ସରକାରଙ୍କ ନିୟମ ଅନୁସାରେ କମ୍ ସାଉଣ୍ଡ ଦେଇ ପୋଗ୍ରାମ କରୁଥିଲେ ମଧ୍ୟ ଆମକୁ ପ୍ରଶାସନ ବ୍ୟାନ କରୁଛି।
ହେଲେ ବାହାର ଜିଲ୍ଲାର ମିୟୁଜିକ୍ ପାର୍ଟି ଗୁଡ଼ିକ ଗୋଟିଏ ଗାଡ଼ିରେ ପାଖାପାଖି ୪୦ ରୁ ୫୦ ସାଉଣ୍ଡ ଲଗାଉଥିଲେ ମଧ୍ୟ ସେମାନଙ୍କୁ ଅନୁମତି ଦିଆଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ରାତି ୧୦ ଟା ପରେ ଡିଜେ ବଜାଇବା ଉପରେ କଟକଣା ଥିଲେ ମଧ୍ୟ ସେମାନେ ୪ଟା ରାତିରେ ୪୦ ରୁ ଉର୍ଦ୍ଧ୍ୱ ସାଉଣ୍ଡ ଲଗାଇ ପୋଗ୍ରାମ କରୁଥିଲେ। ପୋଲିସ ପ୍ରଶାସନ ସେଠାରେ ଉପସ୍ଥିତ ରହି ମଧ୍ୟ ଏହାକୁ ବନ୍ଦ କରିନଥିଲେ।
ଯେଉଁଥିପାଇଁ ଆଜି ଆମେ ଆମ ଅଞ୍ଚଳର ଜଣେ ପ୍ରତିଷ୍ଠିତ କଳାକାରଙ୍କୁ ହରାଇଲୁ। ସେଠାରେ ସାଉଣ୍ଡ ପ୍ରତିଯୋଗିତାରେ ସାମିଲ ଥିବା ସମସ୍ତ ୫ ଟି ମିୟୁଜିକ୍ ପାର୍ଟି କୁ ଜବତ କରିବା ସହିତ ସେମାନଙ୍କ ଗିରଫ ଦାବି କରିଛି ସଂଘ। ଏପରିକି ସଂଘ ପକ୍ଷରୁ ମଧ୍ୟ ସେମାନଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ସଭାପତି ଶିଶିର କୁମାର ଦାସ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।