)
ଯାଜପୁର:ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନ ଲୁଟ୍ ଏବଂ ଗୁଳିମାଡ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ମାଷ୍ଟରମାଇଣ୍ଡ ବିକାଶ ରାୟକୁ ବିହାରରୁ ଗିରଫ କରିଛି ପାଣିକୋଇଲି ପୋଲିସ । ବିହାର-ନେପାଳ ସୀମା ମୋତିହାରିରୁ ବିକାଶ ରାୟକୁ ଧରିଥିବା ସୂଚନା ମିଳିଛି ।
ବିହାର ଜେଲ୍ରେ ଥାଇ ବ୍ଲୁ ପ୍ରିଣ୍ଟ ରଚିଥିଲା ବିକାଶ ଜେଲ୍ରୁ ଖଲାସ ପରେ ପୋଲିସ ଗିରଫ କରିଛି । ଗତବର୍ଷ ଜାନୁଆରୀ ୪ ତାରିଖରେ ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ ହୋଇଥିଲା । କେବଳ ସେତିକି ନୁହେଁ ଏଥିସହ ୨ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ଘଟଣାରେ ୩ ଜଣ ଗିରଫ ହୋଇଥିଲେ ଏବଂ ସେମଧ୍ୟରୁ ୨ ଅଭିଯୁକ୍ତ ଚୌଦ୍ବାର ଜେଲ୍ରେ ସଜା କାଟୁଥିବା ସମୟରେ କୌଶଳବଶତଃ ଚମ୍ପଟ ମାରିବାରେ ସଫଳ ହୋଇଥିଲେ ।