Vigilance Raid: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ହୋଇଛି ରେଟ୍। ଜଟଣୀ ପୌରପାଳିକାରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଜାରି ରହିଛି।
Trending Photos
)

ଭୁବନେଶ୍ୱର ଜାଗମରା ଫ୍ଲାଟରୁ ୧୭ ଲକ୍ଷ ନଗଦ ଟଙ୍କା ସହ ୧୫୦ ଗ୍ରାମ୍ ର ସୁନା ମଧ୍ୟ ଜବତ ହୋଇଛି। ତେବେ, ଅଫିସ୍ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ତେବେ, ଏହି ରେଡ୍ ରେ ୯ ଡିଏସପି, ୪ ଇନିସପେକ୍ଟର, ୧୩ ଜଣ ଏଏସ୍-ଆଇ(ASI)ସାମିଲ ଅଛନ୍ତି । ଭୁବନେଶ୍ବର ସ୍ବତନ୍ତ୍ର ଜର୍ଜଙ୍କ ୱାରେଣ୍ଟ ଆଧାରରେ ଭୁବନେଶ୍ବର, ଜଟଣୀ, ବ୍ରହ୍ମପୁର ଓ ଗଞ୍ଜାମର ୧୦ ସ୍ଥାନରେ ରେଡ ଚାଲିଛି । ସୋରଡା ସ୍ଥିତ ତିନୋଟି ଘର ଓ ଗଞ୍ଜାମ ଧରାକୋଟ ବ୍ଲକ ସିଙ୍ଗିପୁର ଗାଁରେ ଥିବା ଭଉଣୀଙ୍କ ଘରେ ଏକକାଳୀନ ଚାଲିଛି ଭିଜିଲାନ୍ସ ଚଢ଼ାଉ ।