Advertisement
Article Detail0/zeeodisha/odisha2676696

BJP: ବିଜେପିର ‘ସମ୍ବଲପୁର’ ଅଡ଼ୁଆ: ଉଭୟ ବିଧାୟକ ଓ ସାଂସଦଙ୍କ ପାଇଁ ବଢ଼ୁଛି ଚିନ୍ତା

BJP: କେନ୍ଦ୍ରରେ ବିଜେପି ସାଂସଦ ତଥା ମନ୍ତ୍ରୀ ନିଜ କ୍ଷମତାକୁ ପୂର୍ଣ୍ଣ କ୍ଷମତା ବୋଲି ଭାବି ନେଇଥିବା ଅଭିଯୋଗ ହୋଇଛି। ଏପରିକି ଜଣେ ରାଜା ବୋଲି ଆଚରଣ କରୁଥିବା କୁହାଯାଇଛି। ହେଲେ ତାଙ୍କ ଆଚରଣକୁ ହଜମ କରିପାରିନାହାନ୍ତି ବିଜେପିର ବରିଷ୍ଠ ନେତା। ଫଳରେ ମାତ୍ର ଅଧଘଣ୍ଟାଏରେ ନିଜ ଶବ୍ଦକୁ ପ୍ରତ୍ୟାହାର କରିବା ପାଇଁ ନିବେଦନ କରିଛନ୍ତି। 

BJP: ବିଜେପିର ‘ସମ୍ବଲପୁର’ ଅଡ଼ୁଆ: ଉଭୟ ବିଧାୟକ ଓ ସାଂସଦଙ୍କ ପାଇଁ ବଢ଼ୁଛି ଚିନ୍ତା

ଭୁବନେଶ୍ୱର: ସମ୍ବଲପୁରର ବିଧାୟକ ଓ ସାଂସଦଙ୍କ ପାଇଁ ଏବେ ଦେଶର ସଂସଦ କୁହନ୍ତୁ କି ରାଜ୍ୟ ବିଧାନସଭା ପଡ଼ୁଛି ଉଠୁଛି। ଏହାର କାରଣ ପଛରେ ଏହି ଦୁଇ ନେତାଙ୍କ ବିବାଦୀୟ ବୟନ ରହିଛି। ଜଣେ ରାଜ୍ୟ ବିଭାଜନକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଛି। ପୁଣି ଏହି ଅଭିଯୋଗକୁ ଜବାବ ଦେବା ଲାଗି ବିଜେପି ଶବ୍ଦ ପାଉ ନାହିଁ। 

ସେହିପରି କେନ୍ଦ୍ରରେ ବିଜେପି ସାଂସଦ ତଥା ମନ୍ତ୍ରୀ ନିଜ କ୍ଷମତାକୁ ପୂର୍ଣ୍ଣ କ୍ଷମତା ବୋଲି ଭାବି ନେଇଥିବା ଅଭିଯୋଗ ହୋଇଛି। ଏପରିକି ଜଣେ ରାଜା ବୋଲି ଆଚରଣ କରୁଥିବା କୁହାଯାଇଛି। ହେଲେ ତାଙ୍କ ଆଚରଣକୁ ହଜମ କରିପାରିନାହାନ୍ତି ବିଜେପିର ବରିଷ୍ଠ ନେତା। ଫଳରେ ମାତ୍ର ଅଧଘଣ୍ଟାଏରେ ନିଜ ଶବ୍ଦକୁ ପ୍ରତ୍ୟାହାର କରିବା ପାଇଁ ନିବେଦନ କରିଛନ୍ତି। 

ଦେଶରେ ଛାଇ ହୋଇ ହୋଇଥିବା ଏହି ରାଜନୀତିକ ବିବାଦର କାରକ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରବାଦୀ ନୀତିକୁ ପ୍ରୟୋଗ କରିବାକୁ ଯାଇ ନିଜକୁ ରାଜା ବୋଲି ଭାବିଲେଣି ବୋଲି ବି ଅଭିଯୋଗ ହୋଇଛି। ପ୍ରସଙ୍ଗ ହେଉଛି ତାମିଲନାଡ଼ୁରେ ତ୍ରିଭାଷୀ ଶିକ୍ଷାନୀତି ପାଳନ ହେବ କି ନା? ତାମିଲନାଡ଼ୁ ବିଗତ ଅନେକ  ବର୍ଷ ହେଲା ହିନ୍ଦିକୁ ବିରୋଧ କରି ଦ୍ୱିଭାଷୀ ନିୟମ ଲାଗୁ କରିଆସିଛନ୍ତି। ଏହାର ସଫଳତା ସମସ୍ତଙ୍କ ସାମ୍ନାରେ ରହିଛି ବୋଲି ଡିଏମ୍‍କେ ନେତ୍ରୀ କାନି ମୋଝି କହିଛନ୍ତି। କିନ୍ତୁ ଏହାକୁ ଆଳ କରି ରାଜ୍ୟକୁ ଶିକ୍ଷା ପାଇଁ ଅର୍ଥ ଦିଆ ନଯିବା ସାମ୍ବିଧାନିକ ବିଧି ବ୍ୟବସ୍ଥାର ବିରୋଧୀ ବୋଲି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରିକି ରାଜ୍ୟକୁ କେନ୍ଦ୍ର ନିୟମ ମାନିବାକୁ ଧମକା ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। 

Add Zee News as a Preferred Source

ଜାତୀୟ ଶିକ୍ଷାନୀତି ପାଳନ କରୁ ନଥିବା ତାମିଲନାଡ଼ୁ ମନ୍ତ୍ରୀଙ୍କ ସହ କଥା ହେବା ବେଳେ ଗୋଟିଏ ପ୍ରକାର ବିଚାର ଓ ରାଜ୍ୟକୁ ଯାଇ ୟୁ ଟର୍ନ ନେଉଥିବା ଧର୍ମେନ୍ଦ୍ର କହିଛନ୍ତି। ଏପରିକି ତାମିଲନାଡ଼ୁ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ପ୍ରତିବଦ୍ଧ ନୁହନ୍ତି ବୋଲି କହିଛନ୍ତି ସେ। କିନ୍ତୁ ଏହି କହିବା ଭିତରେ  ସଂସଦରେ ତାମିଲନାଡ଼ୁ ସରକାର, ଜନସାଧାରଣଙ୍କ ପାଇଁ ‘ଅନ୍‍ ସିଭିଲାଇଜ୍ଡ’ ବା ଅସଭ୍ୟ ଶବ୍ଦ ପ୍ରୟୋଗ କରିଥିଲେ। ଏହକୁ ନେଇ ସାରା ତାମିଲନାଡ଼ୁର ନେତାଙ୍କ ଭିତରେ କେନ୍ଦ୍ର ବିରୋଧୀ ତତ୍ତ୍ୱ ଆହୁରି ଜାଗ୍ରତ ହୋଇଥିଲା। ବିଜେପରି ବରିଷ୍ଠ ନେତାମାନେ ମଧ୍ୟ ଏହାକୁ ଗ୍ରହଣ କରିପାରି ନଥିଲେ। ଫଳରେ ଗୃହ ମୁଲତବୀ ରହିଲା। ବାଚସ୍ପତି ବ୍ୟକ୍ତିଗତ ଭାବେ  ଆଲୋଚନା କଲେ । ଆଉ ଧର୍ମେନ୍ଦ୍ର ଗୃହ ଭିତରେ ତାମିଲନାଡ଼ୁକୁ ଆଘାତ ଦେଇଥିବା ଶବ୍ଦକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ। 

ଅପରପକ୍ଷେ, ଧର୍ମେନ୍ଦ୍ରଙ୍କ ବିରୋଧୀ ତଥା ଧର୍ମେନ୍ଦ୍ରଙ୍କ ଯୋଗୁ ନିଜର ପତିଆରା ହରାଇଛନ୍ତି ବୋଲି ଅଭିଯୋଗ ହେଉଥିବା ଜୟନାରାୟଣ ରାଜ୍ୟରେ ନିଜର ବିବାଦୀୟ ବୟାନ ଲାଗି ଚର୍ଚ୍ଚାରେ ରହିଛନ୍ତି। ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସ ପାଳନ ହେଉଥିବା ସମୟରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏକ ସରକାରୀ କାର୍ଯ୍ୟକ୍ରମରେ ଯେଉଁ ବୟାନ ମଞ୍ଚରେ ରଖିଲେ ତାହା ରାଜ୍ୟକୁ ବିଭାଜନ କରିବା ପାଇଁ ଉଦ୍ଦିଷ୍ଟ ବୋଲି ବିଜେଡି ଅଭିଯୋଗ ଆଣିଛି। ମୁଖ୍ୟମନ୍ତ୍ରୀଙ୍କ ଜବାବ ଏଥିଲାଗି ମାଗିଛନ୍ତି ବିଜେଡି। ହେଲେ ବିଜେପି ଏ ବାବଦରେ କିଛି କହିବାକୁ ନାରାଜ। ଓଲଟା ଆକ୍ରମଣ ବିଜେଡି ଉପରେ ଆରମ୍ଭ ହୋଇଛି। ଦଳ ପ୍ରସଙ୍ଗକୁ ଅଲଗା ମାର୍ଗ ଦେବାକୁ ବିଜୁ ବାବୁଙ୍କୁ ପରିବାର ତଥା ତାଙ୍କ ପୁଅ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବୃଦ୍ଧ କାଳରେ ଯତ୍ନ ନେଉ ନଥିଲେ। ବିଜୟ ମହାପାତ୍ର, ଦିଲ୍ଲୀପ ରାୟଙ୍କ ଭଳି ନେତା ତାଙ୍କ ଯତ୍ନ ନେଉଥିଲେ ଏବଂ ସେମାନେ ଏବେ ଦଳରୁ ବାହାରେ ବୋଲି କହିବା ପାଇଁ ଏକ ରଣନୀତି ପ୍ରସ୍ତୁତ କରିଛି ବିଜେପି। ଏପରିକି କିଛି ମିଡିଆ ପ୍ରତିନିଧି ଓ ଟିଭି ଚ୍ୟାନେଲ୍‍ଙ୍କୁ ଏଥିଲାଗି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। 

ଏବେ ପ୍ରଶ୍ନ ବିଜୁ ବାବୁଙ୍କ ନାଁରେ ଦଳ ଜୟନାରାୟଣଙ୍କ ପ୍ରସଙ୍ଗରୁ ବଞ୍ଚି ପାରିବ? କାରଣ ଜୟ ନାରାୟଣ ପ୍ରଥମଥର ନୁହେଁ ବାରମ୍ବାର ବନ୍ଦେ ଉତ୍କଳ ଜନନୀକୁ ବିରୋଧ କରିଛନ୍ତି। ଏଥର ତ କହିଛନ୍ତି ଓଡ଼ିଶା ସହ କୋଶଳର ମିଶ୍ରଣ ଏକ ଐତିହାସିକ ଭୁଲ। କୋଶଳ ନାଁରେ ରାଜନୀତିକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି ଜୟ ନାରାୟଣ। ସେଇ ସମ୍ବଲପୁରର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଲେଖକ, ବୁଦ୍ଧିଜୀବୀଙ୍କ ବିଚାର ବିରୁଦ୍ଧରେ ନିଜର ରାଜନୀତିକ ଲାଭ ପାଇଁ ସେ ଏକତା ନଷ୍ଟ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଅବଶ୍ୟ କିଛି ବର୍ଗ ତାଙ୍କ ସମର୍ଥନ କରୁଛନ୍ତି କିନ୍ତୁ ରାଜନୀତିକ ଉଦ୍ଦେଶ୍ୟ ହାସଲ ଲାଗି ଯେଉଁ ଗୃହର ସଦସ୍ୟ ରହିଛନ୍ତି ସେ ଗୃହ ଦ୍ୱାରା ପାରିତ ସାମ୍ବିଧାନିକ ବ୍ୟବସ୍ଥାକୁ ଅପମାନୀତ କରିବାର ଅଧିକାର କେଉଁଠି ପାଇଲେ ଜୟନାରାୟଣ ବୋଲି ବି ପ୍ରଶ୍ନ ହୋଇଛି। 

ଏ ପ୍ରସଙ୍ଗକୁ ନେଇ ଯେଉଁଭଳି ପରିସ୍ଥିତି ସୃଷ୍ଟି ହେଉଛି ତାହା ଆପଣଙ୍କୁ ଜଣାଥିବ। ରାଜନୀତିକ ରୁଚି ରଖୁଥିବା ସମସ୍ତ ବ୍ୟକ୍ତିଙ୍କ ମନରେ ଏହା ଆଲୋଡ଼ନ ସୃଷ୍ଟି କରୁଥିବ। କାରଣ ଦୈନିକ ୫୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହେଉଥିବା ବିଧାନସଭାର ଅଧିବେଶନ  ଆରମ୍ଭରୁ ଆଲୋଚନା ପାଇଁ ପ୍ରସ୍ତୁତ ହୋଇପାରୁ ନାହିଁ। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ କରୁଛନ୍ତି। ସରକାରଙ୍କ ଜରୁରୀ କାର୍ଯ୍ୟ ତଥା ବିଭାଗୀୟ ବ୍ୟୟମଞ୍ଜୁରୀକୁ ବିନା ବିରୋଧୀ ଦଳଙ୍କ ଆଳୋଚନାରେ ପାରିତ କରିବାକୁ ଅନୁମତି ଦେଉଛନ୍ତି। କାରଣ ଗୃହ ସ୍ୱଭାବିକ ନାହିଁ।  ଆଜି ମଧ୍ୟ ସମାନ ପରିସ୍ଥିତି ଉପୁଜିପାରେ। ପୁଣିଥରେ ରାଜ୍ୟବାସୀଙ୍କ ଅର୍ଥ ବିନା ଆଲୋଚନାରେ ଖର୍ଚ୍ଚ ହୋଇପାରେ।

About the Author