Advertisement
Article Detail0/zeeodisha/odisha2745054
Zee OdishaOdisha StateJuel Oram: ତିନି ଘଣ୍ଟା ପାଇଁ ନିଖୋଜ ହୋଇଯାଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଜାଣନ୍ତୁ କ’ଣ ଥିଲା ପୁରା ମାମଲା

Juel Oram: ତିନି ଘଣ୍ଟା ପାଇଁ ନିଖୋଜ ହୋଇଯାଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଜାଣନ୍ତୁ କ’ଣ ଥିଲା ପୁରା ମାମଲା

Juel Oram: ଶନିବାର ରାତିରେ ଘଟିଥିବା ଏହି ଘଟଣା ଭାରତୀୟ ରେଳବାଇକୁ ଚିନ୍ତାରେ ପକାଇଥିଲା। ରବିବାର ସକାଳେ ଦାମୋହରେ ଓରାମ ତାଙ୍କ ସିଟରେ ନ ଥିବା ଜଣାପଡ଼ିବା ପରେ ରେଳବାଇ ପୋଲିସ ତୁରନ୍ତ ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲା। ୩ ଘଣ୍ଟା ପରେ ତାଙ୍କୁ ସିହୋରା ଷ୍ଟେସନରୁ ଉଦ୍ଧାର କରାଯାଇଥିଲା। ସେତେବେଳେ ସେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ଥିଲେ ଓ ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା।

Juel Oram: ତିନି ଘଣ୍ଟା ପାଇଁ  ନିଖୋଜ ହୋଇଯାଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଜାଣନ୍ତୁ କ’ଣ ଥିଲା ପୁରା ମାମଲା

Juel Oram: ମେ ୩ ତାରିଖ ଥିଲା ଭାରତୀୟ ରେଳବାଇ ପାଇଁ ମୁଣ୍ଡବିନ୍ଧାର ଦିନ। ସେହିଦିନ ଦିଲ୍ଲୀରୁ ଗୋଣ୍ଡୱାନ ଏକ୍‍ସପ୍ରେସରେ ଜବଲପୁର ଯାଉଥିବା ଜଣେ କେନ୍ଦ୍ରମନ୍ତ୍ରୀ ତିନିଘଣ୍ଟା ପାଇଁ ଗାଏବ ହୋଇଯାଇଥିଲେ। ଏହି ଖବର ଦିଲ୍ଲୀରେ କମ୍ପନ ସୃଷ୍ଟି କରିଥିଲା। ରେଳବାଇ ମୁଖ୍ୟାଳୟଠାରୁ ସ୍ଥାନୀୟ ଷ୍ଟେସନ ସବୁଠାରେ ହଇଚଇ ସୃଷ୍ଟି ହୋଇଥିଲା। ଯୁଦ୍ଧକାଳୀନ ଭିତରେ ଖୋଜାଖୋଜି ପରେ ମନ୍ତ୍ରୀଙ୍କୁ ଆଉ ଗୋଟିଏ ଷ୍ଟେସନରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାଳରେ ମନ୍ତ୍ରୀଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣା ପଡ଼ିଥିଲା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ତିନିଘଣ୍ଟା ପାଇଁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ନିଖୋଜ ହୋଇଯାଇଥିଲେ। 

ଶନିବାର ରାତିରେ ଘଟିଥିବା ଏହି ଘଟଣା ଭାରତୀୟ ରେଳବାଇକୁ ଚିନ୍ତାରେ ପକାଇଥିଲା। ରବିବାର ସକାଳେ ଦାମୋହରେ ଓରାମ ତାଙ୍କ ସିଟରେ ନ ଥିବା ଜଣାପଡ଼ିବା ପରେ ରେଳବାଇ ପୋଲିସ ତୁରନ୍ତ ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲା। ୩ ଘଣ୍ଟା ପରେ ତାଙ୍କୁ ସିହୋରା ଷ୍ଟେସନରୁ ଉଦ୍ଧାର କରାଯାଇଥିଲା। ସେତେବେଳେ ସେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ଥିଲେ ଓ ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା।

ଗୋଣ୍ଡୱାନା ଏକ୍ସପ୍ରେସରୁ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ:
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଗୋଣ୍ଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିଲେ। ଶନିବାର ରାତିରେ ସେ ହଜରତ ନିଜାମୁଦ୍ଦିନ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲେ। ରବିବାର ସକାଳେ ଦାମୋହରେ ତାଙ୍କ ବର୍ଥ ଖାଲି ମିଳିଥିଲା। ଏହା ହଟଚମଟ ସୃଷ୍ଟି କରିଥିଲା। ରେଳବାଇ ତୁରନ୍ତ ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲା। ପ୍ରାୟ ୩ ଘଣ୍ଟା ଖୋଜାଖୋଜି ପରେ ସେ ୧୬୨ କିଲୋମିଟର ଦୂର ସିହୋରା ଷ୍ଟେସନରେ ମିଳିଥିଲେ। ସେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର କୋଚ ବି-୩ରେ ବର୍ଥ ନମ୍ବର ୫୭ରେ ଥିଲେ।
ସୂତ୍ର ଅନୁସାରେ, ମନ୍ତ୍ରୀ ସକାଳ ୩:୪୫ରେ ଦାମୋହ ଷ୍ଟେସନରେ ଓହ୍ଲାଇଥିଲେ। ସେତେବେଳେ ତାଙ୍କର ସୁଗାର ଲେବେଲ କମିଯାଇଥିଲା। ଟ୍ରେନ ଚାଲିବା ଆରମ୍ଭ ହୋଇଥିଲା ଓ ସେ ଚଢ଼ିବାକୁ ଚେଷ୍ଟା କରିଥିଲେ। ଚଢ଼ୁଥିବା ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା ଓ ଆଘାତ ଲାଗିଥିଲା। ସେହି ସମୟରେ ଅନ୍ୟ ପ୍ଲାଟଫର୍ମରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଆସିଥିଲା। ମନ୍ତ୍ରୀ ସେଥିରେ ଚଢ଼ି ବସିଥିଲେ।
ମନ୍ତ୍ରୀଙ୍କ ପିଏ ଦେଇଥିଲେ ସୂଚନା

Add Zee News as a Preferred Source

ମନ୍ତ୍ରୀଙ୍କ ପିଏ କହିଥିଲେ ଯେ ସେ ହରଦୁଆରୁ ଅନ୍ତର୍ଦ୍ଧାନ ହୋଇଥିଲେ। ପରେ ଜଣାପଡ଼ିଥିଲା ଯେ ଟ୍ରେନ ସେଠାରେ ଅଟକି ହିଁ ନ ଥିଲା। ସକାଳ ୬:୫୫ରେ ମନ୍ତ୍ରୀ ସିହୋରା ଷ୍ଟେସନରେ ମିଳିଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇ ଜବଲପୁର ଅଣାଯାଇଥିଲା। ରେଳବାଇର ସିନିୟର ଡିଏସିଏମ ଡକ୍ଟର ମଧୁର ବର୍ମା ଓ ସିହୋରାରେ ଆରପିଏଫ ପୋଷ୍ଟ ଇନଚାର୍ଜ ରାଜୀବ ଖରବଙ୍କ ଅନୁସାରେ ସୂଚନା ମିଳିବାମାତ୍ରେ କର୍ମଚାରୀଙ୍କୁ ସତର୍କ କରାଯାଇଥିଲା। ଜବଲପୁର ପହଞ୍ଚିବା ପରେ ମନ୍ତ୍ରୀଙ୍କୁ ସୁରକ୍ଷା ଦିଆଯାଇଥିଲା। ଏହି ପୂରା ଘଟଣା ଉପରେ ମନ୍ତ୍ରୀ ଜୁଏଲ ଓରାମଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

About the Author