Advertisement
Article Detail0/zeeodisha/odisha2688055
Zee OdishaOdisha StateJustice Arindam Sinha: ବଦଳିଲେ ଓଡ଼ିଶା ହାଇକୋର୍ଟର ବିଚାରପତି

Justice Arindam Sinha: ବଦଳିଲେ ଓଡ଼ିଶା ହାଇକୋର୍ଟର ବିଚାରପତି

କଲେଜିୟମ ବୈଠକର ସୂଚନା ଅନୁଯାୟୀ ଆହ୍ଲାବାଦ ହାଇକୋର୍ଟରେ ୧୬୦ଟି ବିଚାରପତି ପଦରେ ମାତ୍ର ୭୯ ଜଣ ବିଚାରପତି କାର୍ଯ୍ୟ କରୁଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟରେ ୮୦ ଜଣ ବିଚାରପତି କାର୍ଯ୍ୟ କରୁଥିବା ବେଳେ ଅନ୍ୟ ୮୦ଟି ପଦବୀ ଖାଲି ପଡିଛି। 

Justice Arindam Sinha: ବଦଳିଲେ ଓଡ଼ିଶା ହାଇକୋର୍ଟର ବିଚାରପତି

Justice Arindam Sinha:ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କର ଆଲ୍ଲାହାବାଦ ହାଇକୋର୍ଟକୁ ବଦଳି ହୋଇଛି। ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଚି। 

ଏଠାରେ କହି ରଖୁ କି ଜଷ୍ଟିସ ସିହ୍ନା କୋଲକାତା ହାଇକୋର୍ଟରୁ ତାଙ୍କର ବିଚାରପତି ଭାବେ ଜୀବନ ଆରମ୍ଭ କରିଥିଲେ। ୨୦୧୬ ମସିହା ମାର୍ଚ୍ଚ ୧୪ ତାରିଖରେ ଶ୍ରୀ ସିହ୍ନାଙ୍କୁ ସ୍ଥାୟୀ ବିଚାରପତି ଭାବେ କୋଲକାତା ହାଇକୋର୍ଟରେ ନିଯୁକ୍ତି ମିଳିଥିଲା। ପରବର୍ତ୍ତ ସମୟରେ ୨୦୨୧ ମସିହାରେ ଅକ୍ଟୋବର ୮ ତାରିଖରେ ତାଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଥିଲା। ସେବେଠାରୁ ସେ ଏଠାରେ ରହି ବିଚାରପତି ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି। 

ମାତ୍ର ଆହ୍ଲାବାଦ ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୫୦ ପ୍ରତିଶତରୁ କମ ରହିଛି। ଫଳରେ ସେଠାରେ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏଭଳି ସ୍ଥିତିର ଅନୁଧ୍ୟାନ କରି ସୁପ୍ରିମକୋର୍ଟର କଲେଜିୟମ ବୈଠକରୁ ଶ୍ରୀ ସିହ୍ନାଙ୍କୁ ତୁରନ୍ତ ବଦଳି କରାଯାଇଥିବା ନେଇ ସୂଚନା ରହିଛି। କଲେଜିୟମ ବୈଠକର ସୂଚନା ଅନୁଯାୟୀ ଆହ୍ଲାବାଦ ହାଇକୋର୍ଟରେ ୧୬୦ଟି ବିଚାରପତି ପଦରେ ମାତ୍ର ୭୯ ଜଣ ବିଚାରପତି କାର୍ଯ୍ୟ କରୁଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟରେ ୮୦ ଜଣ ବିଚାରପତି କାର୍ଯ୍ୟ କରୁଥିବା ବେଳେ ଅନ୍ୟ ୮୦ଟି ପଦବୀ ଖାଲି ପଡିଛି। 

Add Zee News as a Preferred Source
About the Author