ଓଡ଼ିଶା ହାଇକୋର୍ଟ ପାଇଁ ନୂଆ ବିଚାରପତି ନିଯୁକ୍ତ କରିଛନ୍ତି ସୁପ୍ରିମ କୋର୍ଟ। ଆଜି ସୁପ୍ରିମକୋର୍ଟଙ୍କ କଲିଜିୟମ୍ ନିଷ୍ପତ୍ତିକ୍ରମେ ମାନସ ରଞ୍ଜନ ପାଠକଙ୍କୁ ଗୌହାଟି କୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି।
Trending Photos
)
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ପାଇଁ ନୂଆ ବିଚାରପତି ନିଯୁକ୍ତ କରିଛନ୍ତି ସୁପ୍ରିମ କୋର୍ଟ। ଆଜି ସୁପ୍ରିମକୋର୍ଟଙ୍କ କଲିଜିୟମ୍ ନିଷ୍ପତ୍ତିକ୍ରମେ ମାନସ ରଞ୍ଜନ ପାଠକଙ୍କୁ ଗୌହାଟି କୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି। ଏହାଙ୍କ ସହ ୨୧ଜଣ ଜଜ୍ଙ୍କ ବଦଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମେକାର୍ଟ।
ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଓଡ଼ିଶା ହାଇକୋର୍ଟରେ ସମୁଦାୟ ବିଚାରପତିଙ୍କ ସଂଖ୍ୟା ହେଉଛି ୩୩। ହାଇକୋର୍ଟଙ୍କ ଓ୍ୱେବସାଇଟ ଅନୁସାରେ ଏବେ ୧୮ ଜଣ ଜଜ୍ କାର୍ଯ୍ୟରତ ରହିଛନ୍ତି। ଯଦି ମାନସ ପାଠକ ଦାୟିତ୍ୱ ଗ୍ରହଣ କରନ୍ତି ତେବେ ଖାଲି ପଦବୀ ସଂଖ୍ୟା ୧୪ ରହିବ।
୧୯୬୫ ମସିହାରେ ଜନ୍ମ ଶ୍ରୀ ପାଠକ ଆସନ୍ତା ୨୭ ଅଗଷ୍ଟ ୨୦୨୭ରେ ଅବସର ନେବେ। ସେ ଗୌହାଟି ବାର୍ ଆସୋସିଏସନର ଦୀର୍ଘ ଦିନ ଧରି କାର୍ଯ୍ୟ କରିବାର ଅଭିଜ୍ଞତା ରକ୍ଷା କରିଛନ୍ତି। ଏବେ ସେ ଗୌହାଟି ହାଇକୋର୍ଟର ପ୍ରିନ୍ସିପାଲ୍ ସିଟ୍ରେ କାର୍ଯ୍ୟରତ। ୨୦୧୩ ମସିହାରେ ତାଙ୍କୁ ଜଜ୍ ଭାବେ ନିଯୁକ୍ତି ମିଳିଥିଲା।
Also Read- ଜୁନ୍ରେ କିପରି ହେବ ବର୍ଷା ? ଜାଣନ୍ତୁ କ'ଣ କହିଲେ IMD ଡିଜି
Also Read- Gold Rate: କମିଲା ସୁନା ଦର ଚିନ୍ତା ! ଜାଣନ୍ତୁ 24 କ୍ୟାରେଟ୍ ଦାମ କେତେ...