)
କେନ୍ଦ୍ରାପଡ଼ା: ମାର୍ଶାଘାଇ ଥାନା ଘେରିଛନ୍ତି ଶତାଧିକ ମହିଳା ଓ ଅଞ୍ଚଳବାସୀ । ଗିରଫ ଆନ୍ଦୋଳନକାରୀଙ୍କୁ ଛାଡ଼ିବା ଦାବିରେ ଥାନା ଘେରାଉ କରାଯାଇଛି । ଥାନା ସମ୍ମୁଖରେ BNS ୧୬୩ ଲାଗୁ କରିଛି ପ୍ରଶାସନ ।
ଉତ୍ତେଜନାକୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମଙ୍ଗଳା ଛକରେ ଅଣ୍ଡରପାସ୍ ଦାବିରେ ଆନ୍ଦୋଳନ ଚଳାଇଛନ୍ତି ଅଞ୍ଚଳବାସୀ । ୨ ଦିନ ଧରି ଧାରଣା ଦେବା ପରେ ଗତକାଲି ରାସ୍ତା ଅବରୋଧ କରିଥିଲେ । କିଛି ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ଆଣିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।