)
କେନ୍ଦୁଝର: ସେପ୍ଟେମ୍ବର ୩ ତାରିଖରୁ କେନ୍ଦୁଝର ଜିଲ୍ଲାରେ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଛି କେନ୍ଦୁଝର ଘରୋଇ ବସ୍ ମାଲିକ ସଂଘ। ବସ୍ଗୁଡ଼ିକ ପାଇଁ ପାର୍କିଂ ବ୍ୟବସ୍ଥା ନକରି ରାସ୍ତାରେ ବସ୍ ରଖିଲେ ପୋଲିସ ଓ ଟ୍ରାଫିକ ପକ୍ଷରୁ ଜରିମାନା କରାଯାଉଥିବା ଅଭିଯୋଗ କରିଛି ସଂଘ।
ଘରୋଇ ବସ ମାଲିକ ସଙ୍ଘର ଉପଦେଷ୍ଟା, ସଭାପତି,ସମ୍ପାଦକ ଓ ଅନ୍ୟ ସଦସ୍ୟମାନଙ୍କ ସୂଚନାନୁଯାୟୀ, ପୋଲିସ ଜୁଲୁମ ପ୍ରତିବାଦରେ ଆଗାମୀ ଦିନରେ କଠୋର ନିଷ୍ପତ୍ତି ନେବାକୁ ସଂଘ ନିଷ୍ପତ୍ତି ନେଇଛି। ଏହା ଫଳରେ କେନ୍ଦୁଝର ସହରରେ ଘରୋଇ ବସ୍ ପାଇଁ ପାର୍କିଂ ସମସ୍ୟାକୁ ନେଇ ବସ୍ ମାଲିକ ଅସନ୍ତୁଷ୍ଟ ହୋଇଛନ୍ତି । ଘରୋଇ ବସ୍ ମାଲିକ ସଂଘର ଅଭିଯୋଗ ଅନୁସାରେ, କେନ୍ଦୁଝରରେ ଏକ ଘରୋଇ ବସ୍ ଟର୍ମିନାଲ ଥିଲା। ଏହାକୁ ଘରୋଇ ବସ୍ ମାଲିକଙ୍କ ସହ ପାସେଞ୍ଜରମାନେ ମଧ୍ୟ ବ୍ୟବହାର କରୁଥିଲେ। ତେବେ ପରବର୍ତ୍ତୀ ସମୟରେ ଏହି ଟର୍ମିନାଲକୁ ସରକାର ନିଜ ଅଧୀନକୁ ନେଇଥିବା ସଂଘ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଏହାକୁ ଆମ ବସ୍ ସେବା, ମୁଖ୍ୟମନ୍ତ୍ରୀ ବସ୍ ସେବା ଓ କ୍ରୁଟ୍ ବସ୍ ସେବା ପାଇଁ ବ୍ୟବହାର କରାଯାଉଛି। ଏହା ପରଠାରୁ ଘରୋଇ ବସ୍ଗୁଡ଼ିକ ପାଇଁ ସହରରେ ସ୍ଥାୟୀ ପାର୍କିଂ ବ୍ୟବସ୍ଥା ନଥିବା ଅଭିଯୋଗ କରିଛି ବସ୍ ମାଲିକ ସଂଘ। ବସ୍ ରଖିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନଥିବାରୁ ବାଧ୍ୟ ହୋଇ ରାସ୍ତା କଡ଼ରେ ବସ୍ ରଖିବାକୁ ପଡ଼ୁଛି। କିନ୍ତୁ ଏଥିପାଇଁ ପୋଲିସ ଓ ଟ୍ରାଫିକ ପକ୍ଷରୁ ଜରିମାନା କରାଯାଉଥିବାରୁ ବସ୍ ମାଲିକମାନେ ଆର୍ଥିକ କ୍ଷତି ସହୁଥିବା ସଂଘ କହିଛି। ଘରୋଇ ବସ୍ ପାଇଁ ପାର୍କିଂ ବ୍ୟବସ୍ଥା ନକରି ଯଦି ରାସ୍ତାରେ ବସ୍ ରଖିବାକୁ ନେଇ ଫାଇନ କରାଯାଏ, ତାହେଲେ ଆମେ ବାଧ୍ୟ ହୋଇ କଠୋର ନିଷ୍ପତ୍ତି ନେବୁ ଓ ସେପ୍ଟେମ୍ବର ୩ରୁ କେନ୍ଦୁଝର ଜିଲ୍ଲାରେ ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ବୋଲି ଚେତାବନୀ ଦେଇଛନ୍ତି ।
ସେପ୍ଟେମ୍ବର ୩ରୁ କେନ୍ଦୁଝରରୁ ଘରୋଇ ବସ୍ ଚଳାଚଳ ବନ୍ଦ ଚେତାବନି#BusStrike #Kendujhar pic.twitter.com/zvWDC6VHwk
— ZEE Odisha News (@ZeeOdisha) September 2, 2026
Also Read- ମାଆର ଆପ୍ରାଣ ଉଦ୍ୟମ ପରେବି ଚାଲିଗଲା ପୁଅର ଜୀବନ