Crime: ଖୋର୍ଦ୍ଧା ଆଦର୍ଶ ଥାନା କୁ ଆଜି ମିଳିଛି ବଡ଼ ସଫଳତା। ଗତ ଡିସେମ୍ବର ୧୪ ତାରିଖ ଦିନ ରାତି ୨ ରୁ ୪ଟା ଭିତରେ ନୂଆ ବସ ଷ୍ଟାଣ୍ଡ ଠାରେ ଥିବା ସୁନା ଅଳଙ୍କାର ଦୋକାନ ରୁ ଅଳଙ୍କାର ଚୋରି ହୋଇଥିବା ଜଙ୍କିଆ ଥାନା ଗୌଡ଼ପାଟଣାର ଦିନେଶ କୁମାର ସାଠୁଆ ଖୋର୍ଦ୍ଧା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଏସପି ବିବେକାନନ୍ଦ ଶର୍ମାଙ୍କ ନିର୍ଦେଶରେ ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ ଏହାକୁ ଗୁରୁତ୍ୱର ସହିତ ନେଇ କେଶ ନମ୍ବର -533/14/12/2025 ଅନୁଯାୟୀ ସବଇନ୍ସପେକ୍ଟର ଦୀନେଶ କୁମାର ପିଙ୍ଗୁଆଙ୍କ ନେତୃତ୍ୱରେ ଏକ ଟିମ ଗଠନ କରିଥିଲେ।
ଏଏସ ଆଇ ଫୁଲମଣି ହେମ୍ରମ, ହାବିଲଦାର ଏ. ସାମନ୍ତରାୟ, ଓଏପିଫ -40-ଏସ ହନ୍ତଲ, କନେଷ୍ଟବଳ 204- ପିକେ ସାହୁ, 288-ଡି.ପାଇକରାୟ, ପ୍ରମୁଖ ତୁରନ୍ତ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଦୋକାନ ଓ ପାଖାପାଖି ସମସ୍ତ ଦୋକାନ, ଅନୁଷ୍ଠାନର ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିଥିଲେ। ଶେଷରେ ସମସ୍ତ ଦିଗକୁ ବିଚାର କରି ତଥ୍ୟ ପ୍ରମାଣ ସହିତ ତଦନ୍ତ କାରି ଟିମ ଚୋରି କରିଥିବା ଅଭିଯୁକ୍ତ ପାଖରେ ପହଞ୍ଚିଥିଲେ। ଅଭିଯୁକ୍ତ ଜଣଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ନିକଟ ଗଡ଼ଖୋର୍ଦ୍ଧା ହାଉସିଂବୋର୍ଡର ବୋଲି ଜଣାପଡିଥିଲା। ପୋଲିସ ପହଁଛି ପ୍ରଥମେ ତାକୁ କାବୁ କରିବା ସହିତ ଅଭିଯୁକ୍ତ ର ବୟାନ ଅନୁସାରେ ନିଜ ବାରିରେ ଲୁଚାଇ ରଖିଥିବା ଚୋରି ରୁପା ଅଳଙ୍କାର ୨ କିଲୋ ୬୩୮ ଗ୍ରାମ୍ ଉଦ୍ଧାର କରିଥିଲେ।
ଯାହାର ବର୍ତ୍ତମାନର ବଜାର ମୂଲ୍ୟ ଆନୁମାନିକ ୭ ଲକ୍ଷ ହେବ ବୋଲି ଆଦର୍ଶ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଏସପି ଶ୍ରୀନିବାସ ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ଅଭିଯୁକ୍ତ ଠାରୁ ଦୁଇଟି ଲୁହା ରଡ଼, ଗୋଟିଏ ଟିଭିଏସ ଆପାଚି ଓଡି 02 ଏଏକ୍ସ 4860 କୁ ମଧ୍ୟ ଜବତ କରି ଆଜି ଖୋର୍ଦ୍ଧା କୋର୍ଟ ଚାଲାଣ କରିଛି।ଏହି ସାମ୍ବାଦିକ ସମ୍ମିଳନୀରେ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକଙ୍କ ସହିତ ତଦନ୍ତ କାରି ଟିମର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।