Advertisement
Article Detail0/zeeodisha/odisha2697912
Zee OdishaOdisha State୩ ଶହ ମିଲିୟନ୍ ଟନ୍ ମାଲ୍ ପରିବହନ କରି ଇତିହାସ ସୃଷ୍ଟି କରିଛି ଖୋର୍ଦ୍ଧା ରୋଡ୍ ମଣ୍ଡଳ

୩ ଶହ ମିଲିୟନ୍ ଟନ୍ ମାଲ୍ ପରିବହନ କରି ଇତିହାସ ସୃଷ୍ଟି କରିଛି ଖୋର୍ଦ୍ଧା ରୋଡ୍ ମଣ୍ଡଳ

ଭାରତୀୟ ରେଳବାଇର ଅନ୍ୟ କୌଣସି ଡିଭିଜନ, ବର୍ତମାନ ସୁଦ୍ଧା ୩୦୦ ମିଲିୟନ୍ ଟନ୍ ମାଲ ପରିବହନରେ ପହଞ୍ଚି ନାହିଁ।

୩ ଶହ ମିଲିୟନ୍ ଟନ୍ ମାଲ୍ ପରିବହନ କରି ଇତିହାସ ସୃଷ୍ଟି କରିଛି ଖୋର୍ଦ୍ଧା ରୋଡ୍ ମଣ୍ଡଳ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍ ମଣ୍ଡଳ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ରେ ୩୦୦ ନିୟୁତ ଟନ୍ (MT) ମାଲ ପରିବହନ ପରିଚାଳନା କରି ଇତିହାସ ସୃଷ୍ଟି କରିଛି। ଅର୍ଥାତ୍ ୦୧.୦୪.୨୦୨୪ ରୁ ୨୭.୦୩.୨୦୨୫ ପର୍ଯ୍ୟନ୍ତ। ଏହା ଭାରତୀୟ ରେଳବାଇର ପ୍ରଥମ ଡିଭିଜନ ଯାହାକି ୩୦୦ ନିୟୁତ ଟନ୍ ମାଲ ପରିବହନରେ, (ଲୋଡିଂ ଏବଂ ଅନଲୋଡିଂ ଉଭୟ) ହାସଲ କରିଛି। ଏହି ସମୟ ମଧ୍ୟରେ, ମୋଟ ମାଲ ବୋଝେଇ ୧୬୧.୨ ମିଲିୟନ୍ ଟନ୍ ଏବଂ ମୋଟ ମାଲ ଖଲାସ ୧୩୯.୭୪ ମିଲିୟନ୍ ଟନ୍ ହୋଇଛି। ଭାରତୀୟ ରେଳବାଇର ଅନ୍ୟ କୌଣସି ଡିଭିଜନ ବର୍ତ୍ତମାନ ସୁଦ୍ଧା ୩୦୦ ମିଲିୟନ୍ ଟନ୍ ମାଲ ପରିବହନରେ ପହଞ୍ଚି ପାରି ନାହିଁ । ଏହି ଉଲ୍ଲେଖନୀୟ ସଫଳତା ମଣ୍ଡଳର କାର୍ଯ୍ୟକ୍ଷମ ଉତ୍କର୍ଷତା ଏବଂ ଦକ୍ଷ ମାଲ ପରିବହନ ପରିଚାଳନା ପାଇଁ ବିଭାଗର ନିରନ୍ତର ପ୍ରତିବଦ୍ଧତାକୁ ଆଲୋକ ପାତ କରେ । 

ବିଭିନ୍ନ କାର୍ଯ୍ୟକ୍ଷମ ଚ୍ୟାଲେଞ୍ଜ ସତ୍ତ୍ୱେ, ଖୋର୍ଦ୍ଧା ରୋଡ୍ ଡିଭିଜନର ସମସ୍ତ ଲୋଡିଂ ଏବଂ ଅନଲୋଡିଂ ପଏଣ୍ଟରେ ସରକାରୀ କ୍ଷେତ୍ର ଏବଂ ଶିଳ୍ପଗୁଡ଼ିକ ସହିତ ଉପଯୁକ୍ତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ଏହି ସଫଳତା ହାସଲ କରଯାଇଛି । 

ଏହି ସଫଳତାର ମୁଖ୍ୟ ଯୋଗଦାନକାରୀ ମାନେ ହେଉଛନ୍ତି, ଖୋର୍ଦ୍ଧା ରୋଡ ମଣ୍ଡଳ ଅଧୀନରେ ଥିବା ପ୍ରମୁଖ ଲୋଡିଂ ଏବଂ ଅନଲୋଡିଂ ପଏଣ୍ଟ ଯଥା ତାଳଚେର, ପାରାଦୀପ, ଧାମରା, ମେରାମଣ୍ଡଳି, ଯଖପୁରା, ସୁକିନ୍ଦା, କେରଜଙ୍ଗ, ନୟାଗଡ଼ରେ ଲୁହାପଥର ଏବଂ ଗୋପାଳପୁର ବନ୍ଦରର ବିଭିନ୍ନ ଉତ୍ପାଦ । ପ୍ରମୁଖ ଲୋଡିଂ ଏବଂ ଅନଲୋଡିଂ ଦ୍ରବ୍ୟ ହେଉଛି କୋଇଲା, ଇସ୍ପାତ କାରଖାନା ପାଇଁ କଞ୍ଚାମାଲ, ଷ୍ଟିଲ, ଲୁହାପଥର, ସାର ଏବଂ ସିମେଣ୍ଟ, ଖାଦ୍ୟଶସ୍ୟ, ଖଣିଜ ତୈଳ ଇତ୍ୟାଦି। ଏହି ପ୍ରମୁଖ ଅବସ୍ଥାନ ଗୁଡିକରେ ଯୋଗାଣ କାର୍ଯ୍ୟକୁ ସୁନିଶ୍ଚିତ ଓ ସୁଗମ କରିବା ତଥା ସେ ସମଗ୍ର ଅଞ୍ଚଳରେ ଶିଳ୍ପଗୁଡିକର ଚାହିଦା ବୃଦ୍ଧିକୁ ପୂରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । 

Add Zee News as a Preferred Source

ଖୋର୍ଦ୍ଧା ରୋଡ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ ଏସ୍ବ ବାଜୱାଙ୍କ ଦୃଢ଼ ନେତୃତ୍ୱରେ, ଖୋର୍ଦ୍ଧା ରୋଡ ମଣ୍ଡଳ ନିରନ୍ତର ଭାବରେ ଏହାର ପଣ୍ୟ ପରିବହନ କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛି। ଅଧିକାରୀ ଏବଂ କର୍ମଚାରୀଙ୍କ ପ୍ରଚଣ୍ଡ ପ୍ରୟାସକୁ ପ୍ରଶଂସା କରି,  ଶ୍ରୀ ଏଚ ଏସ୍ବ ବାଜୱା, ଏହି ସଫଳତାକୁ ସେମାନଙ୍କ ସମର୍ପଣ ଏବଂ ଦଳଗତ କାର୍ଯ୍ୟକୁ ଶ୍ରେୟ ଦେଇଛନ୍ତି।

Also Read- ଆଉ ଏକ ସଫଳ ପରୀକ୍ଷଣ କରି ନୂଆ ମାଇଲଖୁଣ୍ଟ ରେକର୍ଡ କଲା ISRO

Also Read- DA Hike: ସରକାର ଦେଲେ ବଡ଼ ଉପହାର, ମହଙ୍ଗା ଭତ୍ତା ଏତିକି ବଢିବା ନେଇ ଘୋଷଣା

About the Author