Nepali Student Death Case: ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ବଢିଲା କିଟ୍ ଅଡ଼ୁଆ । ଛାତ୍ରୀଙ୍କ ମୃତ୍ୟୁ ପାଇଁ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ NHRC। ୪ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ। କେବଳ ସେତିକି ନୁହେଁ, କିଟ୍ ୟୁଜିସି ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ଏଥିସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନାକ୍ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Trending Photos
)

ସୂଚନା ଯୋଗ୍ୟ ଯେ, ଫେବୃଆରୀ ୧୬ ତାରିଖ ଦିନ (କିଟ୍ ବିଶ୍ବ ବିଦ୍ୟାଳୟ) ଘରୋଇ ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ବିଟେକ୍ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ ମିଳିଥିଲା । ଏହାପରେ ପୋଲିସ ତାଙ୍କ ପ୍ରେମିକ ଅଦ୍ଭିକ ଶ୍ରୀବାସ୍ତବଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ କରିଥିଲା।
ALSO READ: Shani Gochar 2025: ମାର୍ଚ୍ଚ ୨୯ରେ ଶନିଙ୍କ ଶୁଭ ଚଳନ, ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ
ALSO READ: Gold Rate Today:ସୁନାଦରରେ ପରିବର୍ତ୍ତନ,ଭୁବନେଶ୍ବରରେ ୬୮ ହଜାର ତଳେ ରହିଛି ଭରି ପିଛା ମୂଲ୍ୟ
ଏ-ନେଇ କ୍ୟାମ୍ପସରେ ଉପସ୍ଥିତ ଥିବା ନେପାଳୀ ଛାତ୍ରଛାତ୍ରୀ ଭଙ୍ଗାରୁଜା କରିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ବାରଣ କରିବା ବଦଳରେ ତାଙ୍କ ଉପରେ ବଳ ପ୍ରୟୋଗ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏ-ପରିକି ସିକ୍ୟୁରିଟି ଗାର୍ଡ ଛାତ୍ରଛାତ୍ରୀଙ୍କୁ ମାଡ ମାରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯା-ହାକୁ ନେଇ ଚର୍ଚ୍ଚାକୁ ଆସିଥିଲା କିଟ୍। ଏ-ପରିକି କିଟ୍ ଛାତ୍ରୀଙ୍କୁ ନେଇ କଟକ ଓ ଭୁବନେଶ୍ବର ରେଳ ଷ୍ଟେସନରେ ଛଡା ଯାଉଥିଲା। ପରେ ଏହି ଘଟଣା ଆହୁରି ବ୍ୟାପକ ହୋଇଥିଲା । ଯାହା ରାଜ୍ୟ ରାଜନୀତିକୁ ଦୋହଲାଇଥିଲା। ଏହି ଘଟଣାକୁ ରାଜ୍ୟ ସରକାର ଗୁରୁତର ସହ ନେବା ସହିତ ଏବେ ତଦନ୍ତ ଜାରି ଜାରିଛି ।