Advertisement
Article Detail0/zeeodisha/odisha2687026
Zee OdishaOdisha StateET ଡିଜିଟେକ୍ ପୁରସ୍କାର ପାଇଁ କୃଷି ସମୃଦ୍ଧି ପରାମର୍ଶ ବ୍ୟବସ୍ଥା ମନୋନୀତ

ET ଡିଜିଟେକ୍ ପୁରସ୍କାର ପାଇଁ କୃଷି ସମୃଦ୍ଧି ପରାମର୍ଶ ବ୍ୟବସ୍ଥା ମନୋନୀତ

ଭୁବନେଶ୍ଵର: କୃଷି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ବିକଶିତ ହୋଇଥିବା ଡିଜିଟାଲ କୃଷି ସମ୍ପ୍ରସାରଣ ବ୍ୟବସ୍ଥା, କୃଷି ସମୃଦ୍ଧି ପରାମର୍ଶକୁ ଇକୋନୋମିକ୍ ଟାଇମ୍ଵ କନକ୍ଲେଭ ଦ୍ୱାରା ୧୮ ମାର୍ଚ୍ଚରେ ନୂଆଦିଲ୍ଲୀସ୍ଥିତ ହୟାତ୍ ରିଜେନ୍ସିରେ ଅନୁଷ୍ଠିତ ଡିଜିଟେକ୍ ପୁରସ୍କାର ୨୦୨୫ ସମାରୋହରେ ଜୁରି ଚଏସ୍ ବର୍ଗ – “ କୃଷି ଏବଂ କୃଷକ ସଶକ୍ତିକରଣରେ

ET ଡିଜିଟେକ୍ ପୁରସ୍କାର ପାଇଁ କୃଷି ସମୃଦ୍ଧି ପରାମର୍ଶ ବ୍ୟବସ୍ଥା ମନୋନୀତ

ET DigiTech Awards: ଭୁବନେଶ୍ଵର: କୃଷି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ବିକଶିତ ହୋଇଥିବା ଡିଜିଟାଲ କୃଷି ସମ୍ପ୍ରସାରଣ ବ୍ୟବସ୍ଥା, କୃଷି ସମୃଦ୍ଧି ପରାମର୍ଶକୁ ଇକୋନୋମିକ୍ ଟାଇମ୍ଵ କନକ୍ଲେଭ ଦ୍ୱାରା ୧୮ ମାର୍ଚ୍ଚରେ ନୂଆଦିଲ୍ଲୀସ୍ଥିତ ହୟାତ୍ ରିଜେନ୍ସିରେ ଅନୁଷ୍ଠିତ ଡିଜିଟେକ୍ ପୁରସ୍କାର ୨୦୨୫ ସମାରୋହରେ ଜୁରି ଚଏସ୍ ବର୍ଗ – “ କୃଷି ଏବଂ କୃଷକ ସଶକ୍ତିକରଣରେ ଡିଜିଟାଲ୍ ପଦକ୍ଷେପ” ଅଧୀନରେ ପୁରସ୍କାର ପାଇବା ପାଇଁ ମ ମନୋନୀତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଉପମୁଖ୍ୟମନ୍ତ୍ରୀ, କେ ଭି ସିଂହଦେଓ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗଙ୍କୁ ଏହାର କୃଷକ ମୁଖୀ ଫସଲ ପରାମର୍ଶ ସେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହି ର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କୃଷି ବିଭାଗ ପକ୍ଷରୁ ପ୍ରମୁଖ ରେସିଡେଣ୍ଟ କମିଶନର ବିଶାଳ ଗଗନ ଓଡ଼ିଶା ସରକାରଙ୍କ ପକ୍ଷରୁ ପୁରସ୍କାର ଗ୍ରହଣ କରିଛନ୍ତି।

କୃଷି ସମ୍ପ୍ରସାରଣ ହେ ହେଉଛି ଚାଷୀ (ଷୀମାନଙ୍କର କୃଷିକୁ ଉନ୍ନତ କରିବା ପାଇଁ ଆବଶ୍ୟକ ଜ୍ଞାନ ଏବଂ କୌଶଳ ପ୍ରଦାନ କରିବାର ପ୍ରକ୍ରିୟା, ଯାହା ନିଶ୍ଚିତ କରେ ଯେ କୃଷି ସମ୍ବନ୍ଧୀୟ ଅତ୍ୟାଧୁନିକ ଜ୍ଞାନ କୌଶଳ ଚାଷୀମା ନିକଟର ସହଜରେ ଉପଲବ୍ଧ ହେବ ପାରମ୍ପରିକ ଭାବରେ, ସମ୍ପ୍ରସାରଣ ସେବା ଗ୍ରାମ୍ୟ କୃଷି କର୍ମଚାରୀ ମାନଙ୍କ ଠାରୁ ଚାଷୀମାନଙ୍କୁ ଙ୍କୁ ପ୍ରତ୍ୟକ୍ଷ ବାର୍ତ୍ତାଳାପ କିମ୍ବା କ୍ଷୁଦ୍ର ଗୋଷ୍ଠୀ ଭିଭିକ ତାଲିମ ମାଧ୍ଯମରେ ହୋଇଥାଏ। ତଥାପି, ରାଜ୍ୟରେ ଚାଷୀ ଏବଂ ଗ୍ରାମ୍ୟ କୃଷି କର୍ମଚାରୀ ଅନୁପାତ (୨୫୦୦:୧) ବହୁତ ଅଧିକ ଥିବାରୁ ଚାଷୀମାନଙ୍କୁ ବ୍ୟକ୍ତିଗତ ସମୟୋଚିତ ପରାମର୍ଶର ଅଭାବ ଦେଖାଯାଏ। 

ପାରମ୍ପରିକ ସମ୍ପ୍ର ସମ୍ପ୍ରସାରଣ ପଦ୍ଧତିରେ ଥିବା ସମସ୍ୟା ଏବଂ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ବକୁ ଅନୁଭବ କରି, ଓଡ଼ିଶା ସରକାର କୃଷି ସମୃଦ୍ଧି ଆରମ୍ଭ କରିଥ୍ କରିଥିଲେ, ଯାହ ଯାହା ଚାଷୀମାନଙ୍କୁ ଡିଜିଟାଲ ଡିଜିଟାଲ ସମ୍ପ୍ରସାରଣ ସେବା ପ୍ରଦାନ କରିବା ପାଇଁ ଏକ ପ୍ରୟାସ । କୃଷି ସମୃଦ୍ଧି ହେଉଛି ଏକ ଦ୍ବି-ମୁଖୀ, ବାର୍ଭା-ଆଧାରିତ ପ୍ଲାଟଫର୍ମ ଯାହା ଚାଷୀମାନ ଷୀମାନଙ୍କୁ ସାପ୍ତାହିକ ଅଡିଓ ବାର୍ତ୍ତା ପ୍ରଦାନ କରେ ଏବଂ ମାଗଣାରେ କଲ୍ କରି ପ୍ରଶ୍ନ ପଚାରି, କୃଷି ବିଶେଷଜ୍ଞଙ୍କ ଠାରୁ ସିଧାସଳଖ ପ୍ରତିକ୍ରିୟା ପାଇବାର ସୁଯୋଗ ଯାଗ ଦିଏ।

Add Zee News as a Preferred Source

ଏହି ସେବା କୃଷି ବିଷୟ ବିଷୟରେ ଜମି ପ୍ରସ୍ତୁତି ଠାରୁ ଆରମ୍ଭ କରି ସାର ପରିଚାଳନା ତଥା ଅମଳ ପରିବର୍ତ୍ତୀ ପରିଚାଳନା ପର୍ଯ୍ୟନ୍ତ ପରିସରକୁ ଅନ୍ତରର୍ଭୁକ୍ତ କରେ। ଏହା ବ୍ୟତୀତ ତ ବିଭିନ୍ନ ଆନୁସଙ୍ଗିକ ସୂଚନା ଚନା ଯଥା ସରକାର ରକାରଙ୍କର କୃଷିଭିଭିକ ଯୋଜନା, ମୁଖ୍ୟ ଫସଲ ଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯାଇଥାଏ। ପ୍ରାୟତଃ ପଚାରାଯାଉଥିବା ପ୍ରଶ୍ନ ଏବଂ ଆବଶ୍ୟକତା କ୍ଷେତ୍ର ସହିତ ସାମୁହିକ ଏବଂ ଭୌଗଳିକ ପରିସ୍ଥିତି ଉପରେ ଆଧାରିତ ପରାମର୍ଶ ପ୍ରଦାନ କରାଯାଇଥାଏ।

ବର୍ତ୍ତମାନ କୃଷକ ଓଡ଼ିଶା ଡାଟାବେସ୍ ସହିତ ସମନ୍ବୟ ମାଧ୍ୟମରେ, କୃଷି ସମୃଦ୍ଧି ରାଜ୍ୟର ୭୫ ଲକ୍ଷରୁ ଅଧିକ ଚାଷୀଙ୍କୁ ପ୍ରାୟ ୨୦୦୦ ରୁ ଉର୍ଦ୍ଧ୍ବ ଆବଶ୍ୟକୀୟ ପରାମର୍ଶ (କୃଷକ ତ‌ଥ୍ୟ ଏବଂ ଆବଶ୍ୟକତା ଉପରେ ଆଧାରିତ) ପ୍ରଦାନ କରିବାକୁ ସକ୍ଷମ। ଭବିଷ୍ୟତରେ ପରାମର୍ଶ ଗୁଡ଼ିକୁ ନିର୍ଭୂଲ କରିବା ପାଇଁ, ଏ. ଆଇ. ମଡେଲ୍, ରିମୋଟ୍ ସେହିଗ୍ ଏବଂ ସାଟେଲାଇଟ୍ ତ‌ଥ୍ୟ ଗୁଡ଼ିକୁ ବ୍ୟବ‌ହାର କରିବ କରିବା ପାଇଁ ଯୋଜନା ଅଛି।

About the Author