)
Iskon Rathyatra: ପୁରୀ: ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ ଇସ୍କନ କର୍ତ୍ତୃପକ୍ଷ। ଶ୍ରୀମନ୍ଦିର ପରିଚାଳନା କମିଟିର ଚୂଡାନ୍ତ ନିଷ୍ପତ୍ତି ଅନୁସାରେ ଇସ୍କନ କରିପାରିବ ନାହିଁ ରଥଯାତ୍ରା ବୋଲି ସ୍ପଷ୍ଟ କରିଛି। ଆଷାଢ ଶୁକ୍ଳ ଦ୍ଵିତୀୟା ଠାରୁ 9 ଦିନ ମଧ୍ୟରେ ଭାରତ ବାହାରେ ରଥଯାତ୍ରା କରିବ ନାହିଁ ବୋଲି ସ୍ପଷ୍ଟ ମନା କରିଛି ଇସ୍କନ। ଏନେଇ ଅକ୍ଟୋବର ୧୯ରେ ଇସ୍କନ ଗଭର୍ଣ୍ନିଂବଡି କମିଶନ ଅଧକ୍ଷ ସ୍ପଷ୍ଟ ଭାବେ ଚିଠି ଲେଖି ଗଜପତିଙ୍କୁ ଅବଗତ କରାଇଛନ୍ତି।ସେ ଇସ୍କନ ଗଭର୍ଣ୍ଣିଂ ବଡ଼ି କମିସନ (ଜିବିସି) ଅଧକ୍ଷ ଶ୍ରୀ ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଛନ୍ତି। ଜବାବରେ ଏହାର 5ଟି କାରଣ ଲେଖିଛି ଇସ୍କନ।
ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ସମୟ ମଧ୍ୟରେ ଭାରତ ବାହାରେ ପାଗ ଅନୁକୂଳ ନଥାଏ। ସେଠାର ସରକାର ପ୍ରୋସେସନକୁ ଅନୁମତି ଦେଇନଥାନ୍ତି। ରଥଯାତ୍ରାରେ ଏତେ ସଂଖ୍ୟକ ଲୋକଙ୍କ ସମାଗମକୁ ସେଠାକାର ସରକାର ସହଯୋଗ କରିବେ ନାହିଁ ମନା କରିଛନ୍ତି। ଭାରତ ବାହାରେ ଇସ୍କନର ସବୁ ଦେଶରେ ରଥର ଅଭାବ ରହିଥିବାରୁ ଗୋଟିଏ ରଥ ବିଭିନ୍ନ ରଥଯାତ୍ରା ସମୟରେ ସହର ଠାରୁ ସହର ଯାଇ ରଥଯାତ୍ରା ସମ୍ପାଦିତ କରିଥାନ୍ତି। ତେଣୁ ଗୋଟିଏ ସମୟରେ ରଥଯାତ୍ରା କରିବା ସମ୍ଭବପର ନୁହେଁ ବୋଲି ଇସ୍କନ କହିଛି। ଇସ୍କନର ଏହି ଉତ୍ତର ଉପରେ ଗଜପତି ମହାରାଜାଙ୍କ ତରଫରୁ ପ୍ରେସରିଲିଜ୍ ଜାରି କରାଯାଇଛି।
ତେବେ ମହାରାଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସିଦ୍ଧାନ୍ତର ପୁନଃ ବିଚାର କରନ୍ତୁ। ସମସ୍ତ ଦେଶରେ ଇସ୍କନ ଆଷାଢ଼ ଶୁକ୍ଳ ଦ୍ୱତୀୟାରୁ ୯ ଦିନ ମଧ୍ୟରେ ରଥଯାତ୍ରା କରୁ। ଇସ୍କନକୁ ଗଜପତିଙ୍କ ଚିଠି ନେଇ ଶ୍ରୀ ଗଜପତି ମହାରାଜଙ୍କ ବ୍ୟକ୍ତିଗତ ସଚିବ ରାଧାକୃଷ୍ଣ ପଣ୍ଡା ଗଣମାଧ୍ୟମକୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।