Advertisement
Article Detail0/zeeodisha/odisha2991460

Puri News: ଏବେବି ବଳକା ଅଛି ରଥ ଚକ, କିଣିବା ପାଇଁ ଆପଣ ବି ଚାହିଁଲେ କରିପାରିବେ ଆବେଦନ

Puri News: ଏବେବି ବଳକା ଅଛି ରଥ ଚକ। ଆପଣ ବି ଚାହିଁଲେ କରିପାରିବେ ଆବେଦନ । ଦ୍ୱିତୀୟ ପର୍ଯ୍ୟାୟ ରଥ ଚକ ଓ ଅନ୍ୟାନ୍ୟ ଅଂଶ ନିଲାମି ପାଇଁ ବିଜ୍ଞପ୍ତି ।

Puri News: ଏବେବି ବଳକା ଅଛି ରଥ ଚକ, କିଣିବା ପାଇଁ ଆପଣ ବି ଚାହିଁଲେ କରିପାରିବେ ଆବେଦନ

Puri News: ଏବେବି ବଳକା ଅଛି ରଥ ଚକ। ଆପଣ ବି ଚାହିଁଲେ କରିପାରିବେ ଆବେଦନ । ଦ୍ୱିତୀୟ ପର୍ଯ୍ୟାୟ ରଥ ଚକ ଓ ଅନ୍ୟାନ୍ୟ ଅଂଶ ନିଲାମି ପାଇଁ ବିଜ୍ଞପ୍ତି ।ପ୍ରକାଶିତ ହେଲା ସଂଶୋଧିତ ଏସ ଓ ପି ୧ହଜାର ଟଙ୍କା ଦେଇ ଆବେଦନ କରିବେ ଶ୍ରଦ୍ଧାଳୁ ,ଅନୁଷ୍ଠାନ । ୧୦ ନଭେମ୍ବର ସୁଦ୍ଧା ଆବେଦନ କରିବାକୁ ଡେଡ ଲାଇନ୍ ।ଜଗନ୍ନାଥଙ୍କ ନନ୍ଦିଘୋଷ ଚକ ର ମୂଲ୍ୟ ୩ ଲକ୍ଷ ।ବଳଭଦ୍ରଙ୍କ ତାଳଧ୍ଵଜ ଚକ ୨ ଲକ୍ଷ ଓ ସୁଭଦ୍ରା ଙ୍କ ରଥ ଦେବୀଦଳନ ଚକର ମୂଲ୍ୟ ଦେଢ଼ ଲକ୍ଷ । ପ୍ରତ୍ୟେକ ରଥ ର ଗୁଜ ଓ ଅସୁଆରିର ସଂଶୋଧିତ ମୂଲ୍ୟ ୧୫ ହଜାର ଟଙ୍କା । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ । ରଥ ଅଂଶ ର ଗାରିମା ରକ୍ଷା କରିବା ନେଇ ଅଣ୍ଡରଟେକିଂ ଲେଖି ନେଇପାରିବେ ଶ୍ରଦ୍ଧାଳୁ ।

ଲୋଡିଂ ଅନଲୋଡ଼ିଂ ଓ ପରିବହନ ଖର୍ଚ୍ଚ ନିଜ ହାତରୁ କରିବେ ଶ୍ରଦ୍ଧାଳୁ ।ତେବେ ଗତ ଜୁନ ରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ବିଜ୍ଞପ୍ତି ହୋଇଥିଲା।ନୀଲାମି ପରେ ଆହୁରି କିଛି ଅଂଶ ବଳକା ରହିଛି ବୋଲି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ରଥ ଚକ ଓ ଅନ୍ୟାନ୍ୟ ଅଂଶର ମୂଲ୍ୟ ଯଥେଷ୍ଟ ବଢ଼ିଛି ।ତେବେ ଭକ୍ତ ଙ୍କ ଚାହିଦାକୁ ଦୃଷ୍ଟି ରେ ରଖି ଏଭଳି କରାଯାଇଅଛି ।ଶ୍ରୀମନ୍ଦିର ର ଫଣ୍ଡ ବଢ଼ାଇବା ରେ ଏହା ସହାୟକ ହେବ।କିନ୍ତୁ ଦର କମ୍ କଲେ ଏହା ପ୍ରତି ଆଗ୍ରହ ବଢିବ ବୋଲି କହିବା ସହ ମୂଲ୍ୟ କମାଇବା ପାଇଁ ଦାବି କରିଛନ୍ତି ।ଏଥିସହିତ ରଥ ଆଂଶ ଗୁଡ଼ିକ ଗାରିମା ରକ୍ଷା ପାଇଁ କଡ଼ା ଏସ ଓ ପି କରିବାକୁ ଦାବି ହୋଇଛି । 

ସେପଟେ ମହାପ୍ରଭୁଙ୍କ ରଥଚକର ମୁଲ୍ୟ ପୂର୍ବରୁ ଯଥେଷ୍ଟ କମ୍ ଥିଲା ତେଣୁ ଭକ୍ତମାନେ ଟଙ୍କା ଦେଇ ମନ୍ଦିର କି ଅନୁଷ୍ଠାନ ମାନଙ୍କରେ ସ୍ଥାପିତ କରିବା। ପାଇଁ ନେଉଥିଲେ। ହେଲେ ଶ୍ରୀମନ୍ଦିର ପ୍ରଶାସନ ରଥାଂଶ ଦର ଏତେ ଆକାଶ ଛୁଆଁ କରିଛନ୍ତି ଯେ କେହି ନେବାପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ରଥର ଗୋଟିଏ ଚକ ନେବାପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏଣୁ ଭକ୍ତମାନେ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଚଳିତବର୍ଷ ନିଲାମ କରିବା ବେଳେ ମନଇଚ୍ଛା ଦର ବୃଦ୍ଧି ଭକ୍ତମାନଙ୍କୁ ପିଡା ଦେଇଛି। ଯାହାକି କେହି ଏଥର ଜଣେ ହେଲେ ରଥଚକ ନେବା ପାଇଁ ଆବେଦନ କରିନାହାନ୍ତି। ପୁନର୍ବାର ନିଲାମ ଡକାଯାଇଛି। ତେବେ ଗତକିଛି ମାସ ତଳେ ଲୋକସଭା ବାଚସ୍ପତି ଶ୍ରୀମନ୍ଦିର ଆସିଥିଲେ। ସେତେବେଳେ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ସୂଚନା ଦେଇଥିଲେ କି ଓମ୍ ବିର୍ଲା ପାର୍ଲ୍ୟାମେଣ୍ଟରେ ସ୍ଥାପନ ପାଇଁ ତିନୋଟି ରଥଚକ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଣୁ ଖୁବଶୀଘ୍ର ପଠାଯିବ। କିନ୍ତୁ ସେଠାକୁ ମଧ୍ୟ ଏଯାଏଁ ରଥଚକ ଯାଇନଥିବା ଜଣାପଡିଛି। ଏଣୁ ମହାପ୍ରଭୁଙ୍କ ରଥଚକର ମୁଲ୍ଯ ଟିକେ ଭକ୍ତଙ୍କୁ ସୁହାଇଲା ଭଳି ହେଲେ ରଥାଂଶ ବିକ୍ରି ହୋଇପାରିବ ବୋଲି କହିଛନ୍ତି ସେବାୟତ ଓ ଭକ୍ତ।

Add Zee News as a Preferred Source

 

About the Author