Srimandira: ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି। ମୋ ଆହାର ନାମକ ଏକ ଅନଲାଇନ ସଂସ୍ଥା ବିକ୍ରି କରୁଛି ମହାପ୍ରସାଦ। ଜଗନ୍ନାଥ ମନ୍ଦିର ଥାଳି ନାଁ ରେ ଅରୁଆ ଅନ୍ନ, ଡାଲି, ବେସର ୧୫୫ ଟଙ୍କା ରେ ବିକ୍ରି କରୁଛି। ସେହିପରି ୨୯୦ ଟଙ୍କାରେ ଜଣଙ୍କ ପିଛା ୨୯୦ ଟଙ୍କାରେ ଅରୁଆ ଅନ୍ନ, ଡ଼ାଲମା, ବେସର ଓ ଖଟା ଅନଲାଇନରେ ବିକ୍ରି ନେଇ ବିଜ୍ଞାପନ ଦେଇଛି। ସ୍ବିଗିରେ ଅନ୍ନ ପ୍ରସାଦ।
ମାତ୍ର ୪୯ ଟଙ୍କାରେ ମିଳୁଛି ଅନ୍ନ ପ୍ରସାଦ। ଶ୍ରୀମନ୍ଦିର ନିୟମକୁ ଖୁଲମଖୁଲା ସ୍ବିଗି କମ୍ପାନୀର ଉଲ୍ଲଂଘନ। ଅନଲାଇନରେ ଏଭଳି କୌଣସି ବ୍ୟବସାୟ ଶ୍ରୀମନ୍ଦିର ନିୟମ ବିରୋଧୀ। ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେବାୟତଙ୍କ ଦାବି। ସେପଟେ ଅନଲାଇନରେ ମହାପ୍ରସାଦ ବିକ୍ରି କରୁଥିବା ସଂସ୍ଥା ସୁଇଗି ନା ରେ ଏଫ ଆଇ ଆର ହେଲା ସିଂହଦ୍ବାର ଥାନାରେ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି। ଗଣମାଧ୍ୟମରେ ଅନଲାଇନ ବ୍ୟବସାୟ ନେଇ ଦେଖାଇବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ନିର୍ଦେଶ ଦେଇଥିଲେ। ଅନଲାଇନରେ ବିକ୍ରି କରି ଜଗନ୍ନାଥଙ୍କୁ ଅପମାନ କରାଯାଉଛି ଏବଂ ଏଭଳି ବିକ୍ରି କରିବା ପାଇଁ କୌଣସି ପରମିଶନ ଦିଆଯାଇନାହିଁ କିଭଳି ଜଗନ୍ନାଥଙ୍କ ନାମକୁ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗରେ ଲେଖାଯାଇଛି। ତୁରନ୍ତ ଏହାକୁ ଅପସାରଣ ଉପରେ ଗୁରୁତ୍ୱ ଦିଆଯାଇଛି।
ସାଇବର ଥାନାରେ ଏତଲା ଦିଆଯାଇଛି। କେବଳ ମହାପ୍ରସାଦକୁ ଅସମ୍ମାନ ନୁହେଁ ବରଂ ଶ୍ରୀମନ୍ଦିର ବିଧି ପରମ୍ପରାକୁ ଅସମ୍ମାନ କରାଯାଉଛି। ବାରମ୍ବାର ତାଗିଦ ପରେ ମଧ୍ୟ ପୁନର୍ବାର ଅଦିନିଆ ରଥଯାତ୍ରା କରିଛନ୍ତି ଇସ୍କନ ସଂସ୍ଥା। କିଛିଦିନ ତଳେ ଅଦିନିଆ ରଥଯାତ୍ରା ଓ ପର୍ବପର୍ବାଣୀକୁ ରୋକିବା ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ତାଗିଦ କରାଯାଇଥିଲା। ବିଦେଶରେ ଅଦିନିଆ ରଥଯାତ୍ରା ଓ ପର୍ବପର୍ବାଣୀକୁ ବନ୍ଦ କରି ଶ୍ରୀମନ୍ଦିର ପ୍ରଶାସନର ଦିନ ଧାର୍ଯ୍ୟ ଅନୁସାରେ ପାଳନ କରିବାକୁ ଇସ୍କନ ସଂସ୍ଥାକୁ ଜଣାଇ ଦିଆଯାଇଥିଲା। ହେଲେ ଇସ୍କନ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ପୁଣି ଅବମାନନା କରିଛି। ଗୋଟିଏ ଚାରିଚକିଆ ଯାନକୁ ରଥ ଭାବେ ପ୍ରସ୍ତୁତ କରି ରଥଯାତ୍ରା କରିଛନ୍ତି ଯାହା ସମଗ୍ର ଜଗନ୍ନାଥ ପ୍ରେମୀ ଓ ଜଗନ୍ନାଥ ସଂସ୍କୃତିର ଅପମାନ କରିଛନ୍ତି। ଏହାକୁ ବିଭିନ୍ନ ସ୍ତରରେ ନିନ୍ଦା କରାଯାଇଛି।