Advertisement
Article Detail0/zeeodisha/odisha2933103
Zee OdishaOdisha StateOdisha News: ଆଜି ରତ୍ନଭଣ୍ଡାରକୁ ଫେରିବ ରତ୍ନ, ୧୦ଟା ପରେ ଜଗା ଦର୍ଶନ ବନ୍ଦ

Odisha News: ଆଜି ରତ୍ନଭଣ୍ଡାରକୁ ଫେରିବ ରତ୍ନ, ୧୦ଟା ପରେ ଜଗା ଦର୍ଶନ ବନ୍ଦ

ପୁରୀ: ମଙ୍ଗଳବାର ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଫେରିବ ମହାପ୍ରଭୁଙ୍କ ଗଚ୍ଛିତ ରତ୍ନ ଅଳଙ୍କାର। ଦିନ ୧୦ଟା ପରେ ମାହେନ୍ଦ୍ର ବେଳାରେ ଏହି କାର୍ଯ୍ୟ ସମାପନ ହେବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗ ଦର୍ଶି କା ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପନ ହେବ ବୋଲି ସୋମବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ଦିନ ୧୦ଟାରୁ ସର୍ବସାଧ

Odisha News: ଆଜି ରତ୍ନଭଣ୍ଡାରକୁ ଫେରିବ ରତ୍ନ, ୧୦ଟା ପରେ ଜଗା ଦର୍ଶନ ବନ୍ଦ

Odisha News: ପୁରୀ: ମଙ୍ଗଳବାର ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଫେରିବ ମହାପ୍ରଭୁଙ୍କ ଗଚ୍ଛିତ ରତ୍ନ ଅଳଙ୍କାର। ଦିନ ୧୦ଟା ପରେ ମାହେନ୍ଦ୍ର ବେଳାରେ ଏହି କାର୍ଯ୍ୟ ସମାପନ ହେବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗ ଦର୍ଶି କା ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପନ ହେବ ବୋଲି ସୋମବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ମଙ୍ଗଳବାର ଦିନ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହେବ। ଶ୍ରୀମନ୍ଦି ର ନାଟମଣ୍ଡପ ଏବଂ ଜଗମୋହ ନ ଶୋଧ କରାଯିବ। ଏହି ସମୟ ପରଠାରୁ ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ। ମହାପ୍ରଭୁଙ୍କ ନୀତିକାନ୍ତି ପରିଚାଳନାରେ କୌଣସି ପ୍ରଭାବ ପଡ଼ିବନାହିଁ । ମହାପ୍ରସାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଆନନ୍ଦ ବଜାର ଯାଇ ମହାପ୍ରସାଦ ନେଇପାରିବେ। ରତ୍ନ ସ୍ଥାନାନ୍ତର କାର୍ଯ୍ୟ ଶେଷ ପରେ କଟକଣା ପ୍ରତ୍ୟାହାର ହେବ। ଶ୍ରଦ୍ଧାଳୁମାନଙ୍କ ଶ୍ରୀଜିଉ ଦର୍ଶନ ସ୍ଵାଭାବିକ ହେବ।

ମହାପ୍ରଭୁଙ୍କ ସେବାରେ କରାଯାଉଥିବା ଏହି ଦର୍ଶନ କଟକଣାକୁ ମାନିବା ଓ ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର କରିବା ବ୍ୟବସ୍ଥାବଳୀ ସ୍ଥାବଳୀକୁ ପାଳନ କରିବାରେ ଭକ୍ତମାନେ ସହଯୋଗ କରନ୍ତୁ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିବେଦନ କରିଛି। ସୂଚନାଥାଉକି, ଖଟଶେଜ ଘରେ ଥିବା ଭିତର ରତ୍ନଭଣ୍ଡାରର ଅଳଙ୍କାର ସହିତ ଫୁଲ ଘରେ ଓ ଚାଙ୍ଗଡ଼ା ଘରେ (ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍) ରହିଥି ବା ବାହାର ରତ୍ନଭଣ୍ଡାରର ଅଳଙ୍କାର ରତ୍ନଭଣ୍ଡାରର ଯଥା ସ୍ଥାନକୁ ନିଆ ନିଆଯିବ।

Add Zee News as a Preferred Source

ନୂଆ ଆଲମିରା ଓ ସିନ୍ଦୁକରେ ରତ୍ନ ଅଳଙ୍କାରଗୁଡ଼ିକ ରଖାଯାଇଛି। ଅଳଙ୍କାର ସ୍ଥାନାନ୍ତର ପୂର୍ବରୁ ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ସ୍ବତନ୍ତ୍ର ଆଜ୍ଞା ଓ ଭଣ୍ଡାରଘର ରକ୍ଷକ ଲୋକନାଥଙ୍କ ପୂଜା ସହ ଆଜ୍ଞା ନେଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ରତ୍ନ ସ୍ଥାନାନ୍ତରରେ ନିୟୋଜିତ ବ୍ୟକ୍ତିମାନେ ନୂଆ ଲୁଗା ପିନ୍ଧି ସମସ୍ତ କାର୍ଯ୍ୟ କରିବେ। ଭୋରୁ ୪ଟାରୁ ଦ୍ଵାରଫିଟା ସହ ମାହେନ୍ଦ୍ର ବେଳା ଭିତରେ ଭିତ ରତ୍ନଅଳଙ୍କାର ସ୍ଥାନାନ୍ତର ଆରମ୍ଭ ହେବ। ଦିନ ୭ଟା ୧୭ରୁ ୧୧ଟା ୧୭ ମଧ୍ୟରେ ମାହେନ୍ଦ୍ର ବେଳା ରହିଛି। ମୂଳ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ପରେ ଟଙ୍କ ଉପସ୍ଥିତିରେ ତାଲା ମାଜିଷ୍ଟ୍ରେଟଙ୍କ ପଡ଼ି ଚାବି ଟ୍ରେଜେରିରେ ରହିବ। ଯଦି ସ୍ଥାନାନ୍ତର ପ୍ରକ୍ରିୟା ୨୩ରେ ନ ସରେ ୨୪ ତାରିଖରେ ମଧ୍ୟ ପୁନର୍ବାର କରାଯିବ ବୋଲି ସୂଚନ ରହିଛି। 

About the Author