)
(ଅଜୟ ନାଥ, ସମ୍ବଲପୁର) Odisha News: ଆସନ୍ତା କାଲି ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ର ଗ୍ରହଣ ପାଇଁ ମାଆ ସମଲେଶ୍ୱରୀଙ୍କ ଦେବନୀତିରେ ପରିବର୍ତ୍ତନ ହେବ। ପଶ୍ଚିମ ଓଡିଶା ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରରେ ଆସନ୍ତାକାଲି ରବିବାର ଦିନ ଚନ୍ଦ୍ର ଗ୍ରହଣ କୁ ଦୃଷ୍ଟିରେ ରଖି ଦେବନୀତିରେ ପରିବର୍ତ୍ତନ କରାଯାଇଛି । ସକାଳର ମଙ୍ଗଳ ଆଳତି ଓ ଅନ୍ୟ ନୀତିକାନ୍ତି ପରେ ସାଧାରଣ ଦର୍ଶନ ଜାରି ରହିବ। ଦିବା ୧୧:୪୫ ସମୟରୁ ଦର୍ଶନ ବନ୍ଦ ରହିବ ଓ ୧୨ ଟା ସମୟରେ ଅନ୍ନ ଭୋଗ ଲାଗିଲା ପରେ ଦର୍ଶନ ସୋମବାର ସକାଳ ୬ ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସୋମବାର ୮ ତାରିଖ ସକାଳ ସାଢେ ୪ ଟା ରୁ ମନ୍ଦିର ଶୋଧନ ପରେ ୫ ଟା ସମୟରେ ମଙ୍ଗଳ ଆଳତି ଓ ନିତ୍ୟ ନୀତିକାନ୍ତି ପରେ ପୁଣି ସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ।