Advertisement
Article Detail0/zeeodisha/odisha2762728
Zee OdishaOdisha StatePuri News: ମହାପ୍ରଭୁଙ୍କର ହେଲା ମହାସ୍ନାନ

Puri News: ମହାପ୍ରଭୁଙ୍କର ହେଲା ମହାସ୍ନାନ

Puri News: ମହାପ୍ରଭୁଙ୍କର ହେଲା ମହାସ୍ନାନ। ଭିତରକାଠ ପାଖରେ ଜଣେ ଭକ୍ତ ବାନ୍ତି କରିବାରୁ ହେଲା ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଏଣୁ ବିଧି ପରମ୍ପରା ଅନୁଯାୟୀ ଭିତରକାଠ ନିକଟରେ ବାନ୍ତି କିମ୍ବା ରକ୍ତଛିଟା ପଡ଼ିବା ଯୋଗୁଁ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ। ସକାଳୁ ମହାପ୍ରଭୁଙ୍କର ଅବକାଶ ନିତି ସମ୍ପର୍ଣ୍ଣ ହେବା ପରେ ଗୋପାଳବଲ୍ଲଭ ପୂର୍ବରୁ ଶ୍ରୀବିଗ୍ରହମାନଙ୍କର ବଡମହାସ୍ନାନ ହୋଇଛି।

ତେବେ ଆଜି ମହାପ୍ରଭୁ ଦୁଇଥର ସ୍ନାନ କରିବେ। ପ୍ରଥମେ ଅବକାଶ ନିତିରେ ମହାପ୍ରଭୁ ସ୍ନାନ କରିଥିଲେ ଏବେ ମହାସ୍ନାନ ଯୋଗୁଁ ଆଉଥରେ ସ୍ନାନ କରିବେ। ମହାସ୍ନାନ ପରେ ପୁନର୍ବାର ଅନ୍ଯାନ୍ଯ ନିତି ଆରମ୍ଭ ହେବ। ମହାପ୍ରଭୁଙ୍କ ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିଛି। ତେବେ ସକାଳ ୭ଟା ୪୦ରୁ ସାଧାରଣ ଦର୍ଶନ ବନ୍ଦ ରହିଛି। ତେବେ ମହାସ୍ନାନ ଯୋଗୁଁ ପ୍ରାୟ ଦୁଇଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦର୍ଶନ ବନ୍ଦ ଥିବାରୁ ଧାଡ଼ିରେ ଭକ୍ତଙ୍କ ଗହଳି ରହିଛି।

Add Zee News as a Preferred Source
About the Author