)
Vigilance Raid: ପୁଣି ଭିଜିଲାନ୍ସ ଜାଲରେ ପଡି଼ଲେ ସରକାରୀ ଅଧିକାରୀ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତହସିଲଦାର ଶିବ ମଲ୍ଲିକ ଗିରଫ ହୋଇଛି। ତାଙ୍କୁ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି।
ସୂଚନା ଅନୁସାରେ, ତହସିଲଦାରଙ୍କ ନିଜ ଆୟ ଠାରୁ ୧୯୦ ପ୍ରତିଶତ ସମ୍ପତ୍ତି ଥିବା ଅଭିଯୋଗରେ ଭିଜିଲାନ୍ସ ଗତକାଲି ରେଡ୍ କରିଥିଲା। ରେଡ୍ ସମୟରେ ବିପୁଳ ପରିମାଣର ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଛି। ଯେଉଁଥିରେ ୪ଟି କୋଠା, ୭ଟି ମୂଲ୍ୟବାନ୍ ପ୍ଲଟ୍ ସହ ୧୮ ଲକ୍ଷ ଜମା ଓ ନଗଦ ଦେଢ଼ ଲକ୍ଷ ଟଙ୍କା ମିଳିଥିଲା। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କୁ ଗିରଫ କରାଯାଇ କୋର୍ଟ -ଚାଲାଣ କରାଯାଇଛି।