Advertisement
Article Detail0/zeeodisha/odisha2673142
Zee OdishaOdisha StateRatha preparation: ଆସନ୍ତା ଜୁନ ୨୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଆରମ୍ଭ ହେଲାଣି ପ୍ରସ୍ତୁତି...

Ratha preparation: ଆସନ୍ତା ଜୁନ ୨୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଆରମ୍ଭ ହେଲାଣି ପ୍ରସ୍ତୁତି...

Ratha preparation: ୨୦୨୫ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ। ସବୁ ବିଭାଗ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବେ। ଏନେଇ ସର୍କିଟ ହାଉସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ କରାଯାଇଛି। ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ଷ୍ଟାଣ୍ଡ ପୋଷ୍ଟ ପ୍ରସ୍ତୁତ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗ ଓ ପୌର ପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି।

Ratha preparation: ଆସନ୍ତା ଜୁନ ୨୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଆରମ୍ଭ ହେଲାଣି ପ୍ରସ୍ତୁତି...

Ratha preparation: ଆସନ୍ତା ଜୁନ ୨୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ ଚୁଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଷୟ ତୃତୀୟା ଠାରୁ ସୁନାବେଶ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି, ଜନଗହଳି ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ଆଇନ ଶୃଙ୍ଖଳା ନେଇ ପ୍ରସ୍ତୁତି ବୈଠକ ସରିଛି। ସେପଟେ ପୋଲିସ ବି କିଭଳି ଶାନ୍ତି ଶୃଙ୍ଗଳା ସହ ଚଳିତ ବର୍ଷ ରଥଯାତ୍ରାକୁ ପରିଚାଳନା କରିବ ସେ ନେଇ ସମ୍ପୃକ୍ତ ବିଭାଗ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେପଟେ ଏଥର ରଥଯାତ୍ରା ସୃଙ୍ଖଳିତ କରିବା ପାଇଁ AI ଓ ସ୍ୱତନ୍ତ୍ର Appର ସହାୟତା ନେବ ପ୍ରଶାସନ। ସେପଟେ ରଥଯାତ୍ରା ସମୟରେ ଗହଳି ନିୟନ୍ତ୍ରଣ ପାଇଁ ବଡଦାଣ୍ଡକୁ ସଂଯୋଗ କରୁଥିବା ୪୨ଟି ଗଳିକୁ ପ୍ରଶସ୍ତି କରଣ କରାଯିବ। ଗତବର୍ଷ ଭଳି ଏଥର ମଧ୍ୟ ଡ୍ରୋନ୍ ର ଉପଯୋଗ କରି ଡାଟା ସଂଗ୍ରହ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଓ ଏସପି। 

୨୦୨୪ ରଥଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଗତ ରଥଯାତ୍ରା ପରିଚାଳନାକୁ ଅନୁଧ୍ୟାନ କରାଯିବ। ଗତବର୍ଷ ଯାହା ତୃଟିବିଚ୍ଯୁତି ଥିଲା ତାହାକୁ ସୁଧାରିବା ସହ ଆଗାମୀ ରଥଯାତ୍ରାକୁ ସୃଙ୍ଖଳିତ କରାଯିବ। ଏଥର ରଥଯାତ୍ରା ପରିଚାଳନା ପାଇଁ AI ଓ ସ୍ୱତନ୍ତ୍ର Appର ସାହାରା ନେବ ପ୍ରଶାସନ। ସମ୍ପୂର୍ଣ୍ଣ ଭାବେ ବୈଷୟିକ ଜ୍ଞାନ କୌଶଳକୁ ବିନିଯୋଗ କରାଯିବ।ଗହଳି ନିୟନ୍ତ୍ରଣ ପାଇଁ ବଡଦାଣ୍ଡକୁ ସଂଯୋଗ କରୁଥିବା ୪୨ଟି ଗଳିକୁ ଚୋଉଡା କରଣ କରାଯିବ। ବିଶେଷକରି ଆମ୍ବୁଲାନ୍ସ , ଦମକଳ ଓ ପୁଲିସ ଗାଡି ଗୁଡିକ ନିର୍ଭିଘ୍ନରେ ଚଳପ୍ରଚଳ ଉପରେ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ପଡିଲେ Land acusition ଓ ଏଭିକସନ କରାଯିବ। ତେବେ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଠାରୁ ମେଡିକାଲ ଛକ ମଧ୍ୟରେ ବିଶେଷ ଭିଡ ରହିଥାଏ। ତେଣୁ ସେହି ଗଳିକନ୍ଦି ଗୁଡିକୁ ସୁବ୍ଯବସ୍ଥିତ କରାଯିବ। ତେବେ ଚାରିମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଛି। 

ପୁରୀ ଏସପି ପ୍ରତିଦିନ ବଡଦାଣ୍ଡକୁ ଲାଗିଥିବା ସାହି ଗଳିକନ୍ଦି ବୁଲି ଅନୁଧ୍ୟାନ କରିବା ସହ ଆବଶ୍ୟକ ଉଚ୍ଛେଦ ସ୍ଥଳ ଚିହ୍ନଟ କରୁଛନ୍ତି। ରଥଯାତ୍ରା ସମୟରେ ଶ୍ରୀସେତୁ ଓ ବଡଦାଣ୍ଡକୁ ଲାଗି ରହିଥିବା ରାସ୍ତା ଗୁଡିକ ଗହଳି ନିୟନ୍ତ୍ରଣ ପାଇଁ ବିଶେଷ ଉପଯୋଗୀ ହୋଇପାରିବ। ସେପଟେ ପୁରୀ ଏସପି ଗତ କିଛି ଦିନ ମଧ୍ୟରେ ମାର୍କଣ୍ଡେଶ୍ୱର ସାହୀ, ମିଶ୍ରସାହୀ, ଶନିମନ୍ଦିର ଗଳି, ଦୋଳମଣ୍ଡପ ସାହୀ, ମଣିକର୍ଣ୍ଣିକା ସାହୀ, ଗଡନ୍ତିଛକ ଗଳି ଆଦିକୁ ଯାଇ ସ୍ଥିତି ପରିଦର୍ଶନ କରିଛନ୍ତି। ବିଶେଷକରି ରଥଯାତ୍ରାକୁ ସୃଙ୍ଖଳିତ ଓ ସୁବ୍ଯବସ୍ଥିତ କରିବା ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା କରାଯିବ। ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ବଡ଼ଦାଣ୍ଡରେ ରଥ ନିର୍ମାଣ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସହରରେ ଅପରାଧ ଓ ଅପରାଧିକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ଆଣ୍ଟି କ୍ରାଇମ୍ ଡ୍ରାଇଭ୍ ଚାଲୁ ରହିଛି। ପୌର ପ୍ରଶାସନ ସହ ଆଲୋଚନା କରି ସହରରେ ପାର୍କିଂ ସ୍ଥଳ ଗୁଡିକ ନିରୁପରଣ କରିବା ପାଇଁ ବୈଠକ କରାଯିବ ବୋଲି ଏସ୍ପି କହିଛନ୍ତି।‌

Add Zee News as a Preferred Source

ସେପଟେ ଚଳିତ ବର୍ଷ ଏପ୍ରିଲ ୩୦ରେ ଅକ୍ଷୟ ତୃତୀୟା। ଏହି ପବିତ୍ର ତିଥିରେ ରଥକାଠ ଅନୁକୂଳ ହେବ। ଜୁନ୍ ୧୧ରେ ଦେବସ୍ନାନ ପୂର୍ଣ୍ଣିମା,ଜୁନ୍ ୨୭ରେ ଶ୍ରୀଗୁଣ୍ଡିଚା , ଜୁଲାଇ ୪ରେ ସନ୍ଧ୍ୟା ଦର୍ଶନ, ଜୁଲାଇ ୫ରେ ବାହୁଡା, ଜୁଲାଇ ୬ରେ ସୁନାବେଶ , ଜୁଲାଇ ୭ରେ ଅଧରପଣା ଓ ଜୁଲାଇ ୮ରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି। ୨୦୨୫ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ। ସବୁ ବିଭାଗ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବେ। ଏନେଇ ସର୍କିଟ ହାଉସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ କରାଯାଇଛି। ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ଷ୍ଟାଣ୍ଡ ପୋଷ୍ଟ ପ୍ରସ୍ତୁତ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗ ଓ ପୌର ପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି।

 ସେହିପରି ଶ୍ରୀମନ୍ଦିର ଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ, ବଡ଼ଦାଣ୍ଡ ସମେତ ଏହାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ଆବଶ୍ୟକୀୟ ମରାମତି, ଡ୍ରେନ୍ ସଫେଇ ନେଇ ପୌର ପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସ୍ବାସ୍ଥ୍ୟ ବିଭାଗକୁ ନେଇ ଆବଶ୍ୟକୀୟ ନିର୍ଦେଶ ଦିଆଯାଇଛି। ଯେହେତୁ ରଥଯାତ୍ରାରେ ଲକ୍ଷଲକ୍ଷ ଭକ୍ତଙ୍କ ଗହଳିକୁ ନଜରରେ ରଖି ବଡଦାଣ୍ଡକୁ ଲାଗିଥିବା ବିଭିନ୍ନ ଗଳିକନ୍ଦି ରାସ୍ତାକୁ ଚଉଡା କରାଯିବ। ଆବଶ୍ୟକ ପଡିଲେ ଭକ୍ତମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରାଯିବ।ସେହିପରି ବଡ଼ଦାଣ୍ଡରେ ଥିବା ଅସୁରକ୍ଷିତ କୋଠା ଗୁଡିକୁ ଚିହ୍ନଟ କରି ରଥଯାତ୍ରା ପୂର୍ବରୁ ପୂର୍ତ୍ତ ବିଭାଗ ଦ୍ବାରା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥ ନିର୍ମାଣ ନେଇ ଅସୁବିଧା ଯେପରି ନ ହୁଏ ତାହା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ଗତବର୍ଷ ଭଳି ଏଥର ମଧ୍ୟ ଡ୍ରୋନ୍ ର ଉପଯୋଗ କରି ଡାଟା ସଂଗ୍ରହ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। 

About the Author