Odisha News: କଟକ ସଦର ବ୍ଲକର ପରମହଂସ ଗ୍ରାମ ପଞ୍ଚାୟତ ର ରାଜହଂସ ଠାରେ କୃଷି ମନ୍ତ୍ରୀ କ୍ଷେତ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ।
Trending Photos
)
Odisha News: କଟକ ସଦର ବ୍ଲକର ପରମହଂସ ଗ୍ରାମ ପଞ୍ଚାୟତ ର ରାଜହଂସ ଠାରେ କୃଷି ମନ୍ତ୍ରୀ କ୍ଷେତ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। କୃଷି ଏବଂ କୃଷକର ବିକାଶ ପାଇଁ କ୍ଷେତକୁ ଯିବାକୁ ପଡିବ। କୃଷକ ମାନଙ୍କୁ ଭଗବାନ ବୋଲି ଗଣନା କରାଯାଏ । କ୍ଷେତକୁ ଯାଇ କୃଷକ ମାନଙ୍କ ସମସ୍ୟା ବୁଝିବା ଦରକାର। ଚାଷୀ ଟି ଉତ୍ପାଦନ କରୁଥିବା ଶସ୍ୟ ଉତ୍ପାଦନ ର ମୂଲ୍ୟ ମଧ୍ୟସ୍ଥି ମାଧ୍ୟମରେ ନଯାଇ ସିଧାସଳଖ ଚାଷୀଙ୍କ ଖାତାକୁ ଯିବାପାଇଁ ସରକାର ଯୋଜନା ମାଧ୍ୟମରେ ବ୍ୟବସ୍ଥା ଗ୍ରହଣ କରିଛନ୍ତି।
କ୍ଷେତ ରେ ପନିପରିବା ଚାଷ କଲାବେଳେ ପୋକ ଲାଗି ବହୁ ଚାଷୀ ଙ୍କ କ୍ଷୟକ୍ଷତି ହେଉଛି। ତେଣୁ ସରକାର କ୍ଷତି ପୂରଣ ଦେବାପାଇଁ ପ୍ରସ୍ତୁତ ଅଛନ୍ତି। କ୍ଷେତରେ ପୋକ ଲାଗିବା ଏକ ବଡ ସମସ୍ୟା। ଏହାର ଯଥା ଶୀଘ୍ର ସମସ୍ୟାର ସମାଧାନ କରାଯିବ। ପନିପରିବା ଠାରୁ ଆରମ୍ଭ କରି ଧାନ ଚାଷ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ସେହି ଭଳି କୋବି ଚାଷକରି ଚାଷୀ ମାନେ ପାଉଥିବା ତିନି ଲକ୍ଷ ଟଙ୍କାରୁ ଚାରି ଲକ୍ଷ ଟଙ୍କା କୁ ବୃଦ୍ଧି ପାଇଁ ପ୍ରୟାସ ଜାରି ରହିଛି।
ସୋଲାର ପଦ୍ଧତିକୁ କାର୍ଯ୍ୟକାରୀ କରାଗଲେ ଚାଷୀ ମାନେ ବହୁ ପରିମାଣରେ ଉପ କୃତ ହୋଇ ପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ସମେତ ଆଇ ସି ଆର୍ ଡିଡିଜି ଡି କେ ଯାଦବ, ଧାନ ଗବେଷଣା କେନ୍ଦ୍ର ର ନିର୍ଦ୍ଦେଶକ ଜି ଏ କେ କୁମାର, ଡକ୍ଟର ଏସ ଡି ମହାପାତ୍ର ଙ୍କ ସମେତ ବହୁ କୃଷି ବୈଜ୍ଞାନିକ ମାନେ ଉପସ୍ଥିତ ଥିଲେ ।