Odisha News: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ୱାରାଙ୍ଗଲର ପୋଲିସ ନିକଟରେ ୪୪ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ୍ୟରତ ଦକ୍ଷିଣ ବସ୍ତର ମାଓ ଡିଭିଜନ୍ କମିଟି ସମ୍ପାଦକ ମାଓବାଦୀ ମାଣ୍ଡା ରୁବେନ୍ ଓରଫ ମଙ୍ଗନ୍ନା ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିଛନ୍ତି।
Trending Photos
)
Odisha News: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ୱାରାଙ୍ଗଲର ପୋଲିସ ନିକଟରେ ୪୪ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ୍ୟରତ ଦକ୍ଷିଣ ବସ୍ତର ମାଓ ଡିଭିଜନ୍ କମିଟି ସମ୍ପାଦକ ମାଓବାଦୀ ମାଣ୍ଡା ରୁବେନ୍ ଓରଫ ମଙ୍ଗନ୍ନା ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିଛନ୍ତି। ତେଲେଙ୍ଗାନାର ୱାରାଙ୍ଗଲର ପୋଲିସ କମିଶନରଙ୍କ ଉପସ୍ଥିତିରେ ମଙ୍ଗନ୍ନା ମୁଖ୍ୟସ୍ରୋତରେ ଯୋଗ ଦେଇଛନ୍ତି। ତେଲେଙ୍ଗାନା ସରକାର ଏବଂ ପୋଲିସ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ, ଶାରୀରିକ ଅସୁସ୍ଥତା ଏବଂ ମୁଖ୍ୟସ୍ରୋତକୁ ଫେରିଥିବା ଲୋକଙ୍କ ପ୍ରତି ଦେଖାଯାଇଥିବା ସମର୍ଥନ ଦ୍ୱାରା ଅନୁପ୍ରାଣିତ ହୋଇ, ସେ ନିଜ ପରିବାର ସହିତ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି।
ତେବେ ମଙ୍ଗନ୍ନା ଛତିଶଗଡ,ଆନ୍ଧ୍ର,ଓଡିଶା ଓ ତେଲେଙ୍ଗନାର ଅନେକ ବଡ ବଡ ମାଓ ହିଂସାକାଣ୍ଡରେ ଜଡିତ ଥିଲେ। ତାଙ୍କର ଆତ୍ମସମର୍ପଣ ମାଓ ସଙ୍ଗଠନ ପାଇଁ ଏକ ଶକ୍ତ ଧକ୍କା ଓ ପୋଲିସ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି। ଗତ ୪୪ ବର୍ଷ ଧରି ସେ ମାଓ ସଙ୍ଗଠନରେ କାର୍ଯ୍ୟ କରି ଆସୁଥିବା ବେଳେ ତାଙ୍କ ନାମରେ ୮ଲକ୍ଷ 4 ଇନାମ ମଧ୍ୟ ରହିଥିଲା। ଗତ ପ୍ରାୟ ଏକ ବର୍ଷ ପୂର୍ବେ ଗିରଫ ହୋଇ ଛତିଶଗଡର ଜଗଦଲପୁର ଜେଲରେ ଥିବା ବେଳେ ସେଠାରେ ଫେରାର ହୋଇ ଆଜି ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ନୀତି ଅନୁଯାୟୀ ତାଙ୍କୁ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।