Mao Poster: ବହୁ ଦିନର ବ୍ୟବଧାନ ପରେ କୋରାପୁଟ ଜିଲ୍ଲାରେ ନିଜର ଉପସ୍ଥିତ ଜାହିର କଲେ ମାଓ ସଂଗଠନ l ପୋଷ୍ଟର ଲଗାଇଲେ ନିଜ ପୁରୁଣା ସାଥିଙ୍କୁ ହିଁ ଟାର୍ଗେଟ କଲେ l ଲାଲ ବାହିନୀ ପକ୍ଷରୁ ଆଜି ତଥା ମଙ୍ଗଳବାର ଦିନ ବୈପାରୀଗୁଡା ବ୍ଲକ ରାମଗିରି ପଂଚାୟତର କୁମ୍ଭୀଖାରୀ ବିଏସଏଫ କ୍ୟାମ୍ପ ଠାରୁ ଅଳ୍ପ ଦୂରରେ ଲାଗିଛି ମାଓ ପୋଷ୍ଟର l ତେଲୁଗୁ ଓ ଓଡ଼ିଆ ଭାଷାରେ ଲିଖିତ ପୋଷ୍ଟର ଲଗାଯାଇଛି l ପୋଷ୍ଟରେ ପୂର୍ବରୁ ମାଓ ସଂଘଟନର କ୍ୟାଡର ମଧ୍ୟରୁ ରାଜେଶ ,ସପନା,ରମେଶ ,ତୁଳସୀ, ସନ୍ତୁଙ୍କୁ ମାଓସଙ୍ଘଠନରୁ ବହିଷ୍କାର କରାଯାଇଥିବା ଲେଖା ଅଛି l
୫ଜଣ ମାଓବାଦୀଙ୍କୁ ସଂଗଠନରୁ ବିଦା କରାଯାଇଥିବା ନେଇ ଆନ୍ଧ୍ର - ଓଡ଼ିଶା ସ୍ପେଶାଲ୍ ଜୋନାଲ କମିଟି (ସିପିଆଇ) ମାଓବାଦୀ ର ସମ୍ପାଦକ ଗଣେଶ ଲେଖାଥିବା ପୋଷ୍ଟର ଲଗା ଯାଇଛି। ବହୁ ଦିନର ବ୍ୟବଧାନ ପରେ କୋରାପୁଟ ଜିଲ୍ଲାରେ ନିଜର ଉପସ୍ଥିତ ଜାହିର କଲେ ମାଓ ସଂଗଠନ । ପୋଷ୍ଟରରେ ନିଜ ପୁରୁଣା ସାଥ୍ଙ୍କୁ ହିଁ ଟାର୍ଗେଟ କରାଯାଇଛି।ଲାଲ ବାହିନୀ ପକ୍ଷରୁ ମଙ୍ଗଳବାର ଓଡିଶା ଛତିଶଗଡ ସୀମାନ୍ତ ତଥା ବୈପାରୀଗୁଡା ବ୍ଳକ ରାମଗିରି ପଂଚାୟତର କୁମ୍ଭୀଖାରୀ ବିଏସଏଫ କ୍ୟାମ୍ପ ନିକଟରେ ଲଗାଯାଇଥିବା ପୋଷ୍ଟର ରେ ପୁରୁଣା ସାଥୀ ୫ ଜଣଙ୍କୁ ଟାର୍ଗେଟ କରିବା ସହିତ ସେମାନେ ଠିକାଦାରଙ୍କୁ ଧମକାଇ ଚାନ୍ଦା ଆଦାୟ କରୁଥିବା ନେଇ ଉଲ୍ଲେଖ କରିଛନ୍ତି।
ତେଣୁ ମାଓ ବିଚାରଧାରାକୁ ବଦନାମ ହେବାକୁ ପଡୁଛି ବୋଲି ଉଲ୍ଲେଖ କରିବା ସହିତ ସେମାନେ ଏବେ ଆନ୍ଧ୍ର - ଓଡ଼ିଶା ସୀମାନ୍ତ ରାଙ୍ଗାବେଲ, ବାଂଗାପୁଟ, କଣ୍ଡରୁମ୍ ଜଙ୍ଗଲ ରେ ଲୁଚି ବୁଲୁଥିବା ପୋଷ୍ଟର ରେ ଉଲ୍ଲେଖ କରିଛନ୍ତି। ଲୋକଙ୍କୁ ଅନୁରୋଧ କରିଛନ୍ତି ପାର୍ଟି ସେମାନଙ୍କୁ ବହିଷ୍କାର କରିଛି। ସେମାନଙ୍କୁ ଖାଇବା, ପିଇବା, କିମ୍ବା ଟଙ୍କା ପ୍ରଦାନ ନ କରିବାକୁ ଅନୁରୋଧ କରାଯିବା ସହିତ ସେମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିବା ନେଇ ଉଲ୍ଲେଖ କରାଯାଇଛି। ପୋଷ୍ଟର ଲାଗିଥିବା ଖବର ପାଇ ଘଟଣା ସ୍ଥଳରେ ବିଏସଏଫ ଯବାନ ପହଂଚି ପୋଷ୍ଟର ଜବତ କରିବା ସହ ତଦନ୍ତ କରୁଛନ୍ତି l