)
Maoists loot explosives Case: ସୁନ୍ଦରଗଡ଼ରୁ ମାଓବାଦୀ ମାନେ ଲୁଟି ନେଇଥିବା ୪ ଟନ୍ ବିସ୍ଫୋରକ ମାମଲାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଲୁଟ୍ ହୋଇଥିବା ବିସ୍ଫୋରକ ଜବତ ହୋଇଥିବା ସୂଚନା ମିଳିଛି। ତେବେ କେତେ ପରିମାଣର ବିସ୍ଫୋରକ ଜବତ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡିନାହିଁ। ଜବତ ସମୟ ପୂର୍ବରୁ ଓଡି଼ଶା ଝାଡ଼ଖଣ୍ଡରେ ସୀମାନ୍ତ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ରହିଛି। ଶୁକ୍ରବାର ଡିଆଇଜି (ପଶ୍ଚିମ ରେଞ୍ଜ) ବ୍ରିଜେଶ କୁମାର ରାୟ କହିଛନ୍ତି, "ପଡ଼ୋଶୀ ଝାଡ଼ଖଣ୍ଡର ସାରାଣ୍ଡା ଜଙ୍ଗଲରେ ଏକ କମ୍ବିଂ ଅପରେସନ୍ ସମୟରେ ସୁରକ୍ଷା ବାହିନୀ ଚୋରି ହୋଇଥିବା ବିସ୍ଫୋରକର ୭୦ ପ୍ରତିଶତରୁ ଅଧିକ ଉଦ୍ଧାର କରିଛି।"
କହିରଖୁଛୁ ଯେ ୨୭ ମଇ ସକାଳ ସାଢ଼େ ଆଠଟା ସମୟରେ ସୁରନ୍ଦରଗଡ଼ ଜିଲ୍ଲା କେ ବଲଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା ପଥର ଖାଦାନକୁ ଅଣାଯାଉଥିବା ୪ ଟନ୍ ବିସ୍ଫୋରକ ବୋଝେଇ ଏକ ଟ୍ରକକୁ ବାଟରେ ୩୦ରୁ ୪୦ ଜଣ ନକ୍ସଲ ବନ୍ଧୁକମୁନରେ ଅପହରଣ କରିଥିଲେ। ଅପହରଣର କିଛି ସମୟରେ ଡ୍ରାଇଭରକୁ ଛାଡ଼ି ଦେଇଥିଲେ। ଡ୍ରାଇଭର ଏ ବିଷୟକୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏତଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା।
ଏହି ଘଟଣା ପରେ ସିଆର୍ପିଏଫ୍ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା କେ ବଳଙ୍ଗ ଥାନାକୁ ଆସି ଘଟଣାର ଅନୁଧ୍ୟାନ କରିଥିଲେ। ଏହାସହ ସିଆର୍ପିଏଫ ଓ ସ୍ଥାନୀୟ ପୁଲିସର ମିଳିତ ସହଯୋଗରେ ଅପରେସନ୍ ଆରମ୍ଭ କରିଥଇଲା। ଏହା ସମେତ ଏନ୍ଆଇଏ ପକ୍ଷରୁ ଏ ବିଷୟକୁ ଗ୍ରହଣ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।