Advertisement
Article Detail0/zeeodisha/odisha2747620
Zee OdishaOdisha StateRathayatra: ରଥଯାତ୍ରା ସମୟରେ ସ୍ବଛତା ଓ ପରିବହନ ବ୍ୟବସ୍ଥାର ସମୀକ୍ଷା

Rathayatra: ରଥଯାତ୍ରା ସମୟରେ ସ୍ବଛତା ଓ ପରିବହନ ବ୍ୟବସ୍ଥାର ସମୀକ୍ଷା

Rathayatra: ତେଣୁ ସମସ୍ତ ବିଭାଗ ଉପଯୁକ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା କୁ ସେ ପରାମର୍ଶ ଦେଇଥିଲେ।ସ୍ବଛତା କୁ ଯେଉଁ ମାନେ ଉଲ୍ଲଘଂନ କରୁଛନ୍ତି, ରାସ୍ତା ଅବରୋଧ କରି ଗୃହ ନିର୍ମାଣ ସାମଗ୍ରୀ ରଖୁଛନ୍ତି, ବିଭିନ୍ନ ପ୍ରକାର ଯାନ  ପରିବହନ ନିୟମ ଭାଙ୍ଗୁଛନ୍ତି, ପାର୍କିଂ ନ ହେବା ସ୍ଥାନରେ ପାର୍କିଂ କରୁଛନ୍ତି ସେମାନଙ୍କ ଉପରେ ଆଇନ ଅନୁଯାୟୀ ଆର୍ଥିକ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ପରିବହନ କମିଶନର ତଥା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ର ଅଧ୍ୟକ୍ଷ ଅମିତାଭ ଠାକୁର ରଥଯାତ୍ରା ସମୟରେ ଯାତ୍ରୀମାନଙ୍କୁ ପରିବହନ ବିଭାଗ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ।

Rathayatra: ରଥଯାତ୍ରା ସମୟରେ ସ୍ବଛତା ଓ ପରିବହନ ବ୍ୟବସ୍ଥାର ସମୀକ୍ଷା

Rathayatra: ମହାପ୍ରଭୁଙ୍କ ରଥଯାତ୍ରା ଏକ ସାମୁହିକ ଦାୟିତ୍ୱ।ଏହା ସମସ୍ତ ବିଭାଗ ମଧ୍ୟରେ ସୁସମନ୍ବୟର ପ୍ରତୀକ ମଧ୍ୟ।ଏଥିରେ ଗୃହ ନିର୍ମାଣ, ନଗର ଉନ୍ନୟନ ଏବଂ ପରିବହନ ବିଭାଗର ମଧ୍ୟ ଗୁରୁ ଦାୟିତ୍ୱ ରହିଛି ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ।ଚଳିତ ବର୍ଷ ଯାତ୍ରୀ ମାନଙ୍କ ସୁଖଦ ଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଏକ ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀମତୀ ପାଢ଼ୀ ରଥଯାତ୍ରାକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀ ଆମର ଅତିଥି।ସେମାନ ଙ୍କୁ ଏକ ସୁନ୍ଦର ଅନୁଭବ ଦେବା ଆମର କର୍ତ୍ତବ୍ୟ।ବିଶେଷ କରି ରାସ୍ତା ଘାଟ ମରାମତି, ପରିସ୍କାର ପରିଛନ୍ନ, ସ୍ବଛତା, ପରିମଳ ବ୍ୟବସ୍ଥା, ପାନୀୟ ଜଳର ବ୍ୟବସ୍ଥା, ପରିବହନ, ପାର୍କିଂ ସ୍ଥଳ ବ୍ୟବସ୍ଥା ଇତ୍ୟାଦି କୁ ରଥଯାତ୍ରା ପୂର୍ବରୁ ଅତି ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଶ୍ରୀମତୀ ପାଢ଼ୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଆମର ଭିତ୍ତିଭୂମି କୁ ସୁଦୃଢ଼ କରିବା।

ଯାହାଫଳରେ କେବଳ ରଥଯାତ୍ରା ନୁହେଁ ସବୁ ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ସୁବିଧା ପାଇବେ।ଏଥିପାଇଁ ଅର୍ଥ ବାଧକ ନୁହେଁ। ତେଣୁ ସମସ୍ତ ବିଭାଗ ଉପଯୁକ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା କୁ ସେ ପରାମର୍ଶ ଦେଇଥିଲେ।ସ୍ବଛତା କୁ ଯେଉଁ ମାନେ ଉଲ୍ଲଘଂନ କରୁଛନ୍ତି, ରାସ୍ତା ଅବରୋଧ କରି ଗୃହ ନିର୍ମାଣ ସାମଗ୍ରୀ ରଖୁଛନ୍ତି, ବିଭିନ୍ନ ପ୍ରକାର ଯାନ  ପରିବହନ ନିୟମ ଭାଙ୍ଗୁଛନ୍ତି, ପାର୍କିଂ ନ ହେବା ସ୍ଥାନରେ ପାର୍କିଂ କରୁଛନ୍ତି ସେମାନଙ୍କ ଉପରେ ଆଇନ ଅନୁଯାୟୀ ଆର୍ଥିକ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ପରିବହନ କମିଶନର ତଥା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ର ଅଧ୍ୟକ୍ଷ ଅମିତାଭ ଠାକୁର ରଥଯାତ୍ରା ସମୟରେ ଯାତ୍ରୀମାନଙ୍କୁ ପରିବହନ ବିଭାଗ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ।

ଯାତ୍ରୀମାନଙ୍କ ସୁବିଧା ପାଇଁ ଅଧିକ ପାର୍କିଂ ସ୍ଥଳ ଚିହ୍ନଟ ପାଇଁ ସେ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ ସହ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏସ ପି  ବିନୀତ ଅଗ୍ରୱାଲ,ଗୃହ ନିର୍ମାଣ ଓ  ନଗର ଉନ୍ନୟନ ବିଭାଗ ର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ ର ଅତିରିକ୍ତ ସଚିବ ତଥା ଏସିଟି ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ.ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର,ଦେବୀ ପ୍ରସାଦ ପ୍ରତାପ,ଏସଟିଏର ଏନଫୋର୍ସମେଣ୍ଟ ଏସିଟି ଲାଲମୋହନ ସେଠୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Add Zee News as a Preferred Source
About the Author