Advertisement
Article Detail0/zeeodisha/odisha2773909
Zee OdishaOdisha StateMGNRIGA Scam: ମନରେଗାରେ ମହାଦୁର୍ନୀତି, ଶ୍ରମିକ ବଦଳରେ ମେସିନ କରୁଛି କାମ, ମିଳିମିଶି ଲୁଟି ଚାଲିଛନ୍ତି ସରକାରୀ ଅର୍ଥ

MGNRIGA Scam: ମନରେଗାରେ ମହାଦୁର୍ନୀତି, ଶ୍ରମିକ ବଦଳରେ ମେସିନ କରୁଛି କାମ, ମିଳିମିଶି ଲୁଟି ଚାଲିଛନ୍ତି ସରକାରୀ ଅର୍ଥ

MGNRIGA Scam: ପ୍ରତି ପ୍ରକଳ୍ପ ନିର୍ମାଣ ପୂର୍ବରୁ ସୂଚନା ଫଳକ ବାଧ୍ୟତାମୂଳକ ଥିବା ସହ ଫଳକ ନିର୍ମାଣ ପାଇଁ ୫ହଜାର ବ୍ୟବସ୍ଥା ରହିଛି।ହେଲେ ସବୁ ନିୟମକୁ ଉଲଙ୍ଘନ କରାଯାଉଛି। ଗୋଟିଏ ପୋଖରୀ ପୁନଃଉଦ୍ଧାର ପୂର୍ବରୁ ବିନା ଫଳକରେ ଲୋକଙ୍କୁ ଅନ୍ଧାରରେ ରଖି ପାଣି ବୁହା ଯାଉଛି।ପାଣି ଶୁଖିଲା ପରେ ଜେସିବି ଲଗାଇ କାମ ହେଉଛି।କାମ ସରିବା ପରେ ତାପରେ ମନରେଗାର ଫଳକ କରାଯାଉଛି। ବର୍ତମାନ ସାରା ବେଗୁନିଆ ବ୍ଲକ ଅଂଚଳରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି।

MGNRIGA Scam: ମନରେଗାରେ ମହାଦୁର୍ନୀତି, ଶ୍ରମିକ ବଦଳରେ ମେସିନ କରୁଛି କାମ, ମିଳିମିଶି ଲୁଟି ଚାଲିଛନ୍ତି ସରକାରୀ ଅର୍ଥ

MGNRIGA Scam: ବେଗୁନିଆ ବ୍ଲକ ମନରେଗାରେ ଖୋର୍ଦ୍ଧା ଜିଲ୍ଲାରେ ୧ ନମ୍ବର ପାଲଟିଛି। ସେଥିପାଇଁ ଜିଲ୍ଲା ସ୍ତରରେ ବହୁ ପ୍ରଶଂସା ସାଉଁଟିଛି ବିଗତ ଦିନରେ।ମାତ୍ର ଦିନ କେତେଟା ଯାଇଛି କି ନାଇଁ ଏହାର କଳା କାରନାମା ସାମ୍ନାକୁ ଆସିଛି। ଯେଉଁଠି ବେଗୁନିଆରେ ବର୍ତମାନ ମନରେଗାରେ ମହାଘୋଟଲା ହେଉଥିବା ସାମ୍ନାକୁ ଆସିଛି। ପୋଖରୀ ଖୋଳା ହେଉଛି ତାହା ପୁଣି ଲୋକଙ୍କ ଦ୍ୱାରା ନୁହେଁ ମେସିନ ଦ୍ୱାରା। ମେସିନ ଯେଉଁଠି କାମ ନ କରିବା କଥା ସେଇଠି କାମ କରୁଛି ଳ ଲୋକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ସରକାରଙ୍କର ଆଭିମୁଖ୍ୟ ସ୍ପଷ୍ଟ ହୋଇପାରୁନି ମନରେଗା ଯୋଜନାରେ।

 ଶ୍ରମିକ ଦାଦନ ଯିବା ବନ୍ଦ ଏବଂ ସେମାନଙ୍କୁ କାମ ଯୋଗାଇ ଦେବା ଉଦେଶ୍ୟ ନେଇ କେନ୍ଦ୍ରସରକାର ମନରେଗା ଯୋଜନା କାର୍ଯ୍ୟକାରୀ କରିଥିଲେ।ଗାଁ ଗାଁରେ ଲୋକଙ୍କୁ ୧୦୦ ଦିନର କାମ ଦେବା ପାଇଁ ମନରେଗା ଯୋଜନାକୁ ପଞ୍ଚାୟତ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି।ଗାଁରେ ବିଭିନ୍ନ ପ୍ରକଳ୍ପ ପୋଖରୀ ପୁନଃ ଉଦ୍ଧାର, ରାସ୍ତାଘାଟ, ଖେଳ ପଡିଆ ଉନ୍ନତିକରଣ ଆଦି କାର୍ଯ୍ୟ କରାଯାଉଛି ହେଲେ ଲୋକଙ୍କ ବଦଳରେ ମେସିନ କାମ କରୁଛି। ପ୍ରତି ପ୍ରକଳ୍ପ ନିର୍ମାଣ ପୂର୍ବରୁ ସୂଚନା ଫଳକ ବାଧ୍ୟତାମୂଳକ ଥିବା ସହ ଫଳକ ନିର୍ମାଣ ପାଇଁ ୫ହଜାର ବ୍ୟବସ୍ଥା ରହିଛି।ହେଲେ ସବୁ ନିୟମକୁ ଉଲଙ୍ଘନ କରାଯାଉଛି। ଗୋଟିଏ ପୋଖରୀ ପୁନଃଉଦ୍ଧାର ପୂର୍ବରୁ ବିନା ଫଳକରେ ଲୋକଙ୍କୁ ଅନ୍ଧାରରେ ରଖି ପାଣି ବୁହା ଯାଉଛି।ପାଣି ଶୁଖିଲା ପରେ ଜେସିବି ଲଗାଇ କାମ ହେଉଛି।କାମ ସରିବା ପରେ ତାପରେ ମନରେଗାର ଫଳକ କରାଯାଉଛି। ବର୍ତମାନ ସାରା ବେଗୁନିଆ ବ୍ଲକ ଅଂଚଳରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି।

ବେଗୁନିଆ ବ୍ଲକର କୁଞ୍ଜୁରୀ, ସାରୁଅ,ଦେଉଳି,ରାଧାକାନ୍ତପୁର,ବେଗୁନିଆ, ବାଘମାରୀ,ହୀରାପୁର,ବୋତଳମା,ସିମୋର,ବଡ଼ବେରଣା ଆଦି ପଞ୍ଚାୟତରେ ଏଭଳି ହେଉଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ନିର୍ବାହୀଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ବେଗୁନିଆ ଅଂଚଳର ବହୁ ଜନସାଧାରଣ। ଯେଉଁ ଉଦେଶ୍ୟ ନେଇ କେନ୍ଦ୍ର ସରକାର ମନରେଗାକୁ ଉପଯୋଗ କରିଥିଲେ ତାର ଉଦେଶ୍ୟ ସାଧିତ ହେଉନି ବରଂ ପୋଖରୀ ଖୋଳିବା ନାରେ ମାଟିକୁ ପୋଖରୀ ହୁଡାରେ ପକାଇବା ପରିବର୍ତ୍ତେ ଅନ୍ୟତ୍ର ବିକ୍ରି କରୁଛନ୍ତି। 

Add Zee News as a Preferred Source

ଅନ୍ୟପଟେ ପୋଖରୀ ମେସିନରେ ଖୋଳା ଯାଇ ବିଲ କରାଯାଉଛି ଏବଂ ପୋଖରୀରୁ ବାହାରି ଥିବା ମୋରମକୁ ପକାଇ ନୂଆ ରାସ୍ତା ନିର୍ମାଣ କରାଯାଉଛି।ନିଜ ଲୋକଙ୍କ ନାଁରେ ଜବକାର୍ଡ ପ୍ରସ୍ତୁତ କରାଯାଇ ମଷ୍ଟର ରୋଲରେ କାମ କରାଯାଉଥିବା ଦର୍ଶାଇ ଦୁଇ ଦୁଇଟି ବିଲ କରାଯାଉଛି। ଏବଂ ଲୋକଙ୍କୁ ଶ୍ରମିକ ସଜାଇ ଜିପିଏସ କ୍ୟାମେରାରେ ବିଭିନ୍ନ ସମୟରେ ଫୋଟୋ ଉତୋଳନ କରାଯାଉଛି।ବ୍ଲକ ସହକାରୀ ଯନ୍ତ୍ରୀ,କନିଷ୍ଠ ଜନ୍ତ୍ରୀ,ଜିଆରଏସ ମିଳିମିଶି ଏଭଳି ନହେବା କାମକୁ କରୁଥିବା ନେଇ ସଂଗୀନ ଅଭିଯୋଗ ହୋଇଛି।ବେଗୁନିଆ ପଞ୍ଚାୟତ ସମିତିସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାରସିଂହ,ଲକ୍ଷ୍ମୀଧର ପାଟଶାଣି, ଜିତେନ୍ଦ୍ର କୁମାର ସାହୁ, ଶ୍ରୀନିବାସ ରାୟ, ବିଭୂତି ଭୂଷଣ ମହାନ୍ତି ପ୍ରମୁଖଙ୍କ ସହ ଅଞ୍ଚଳବାସୀ ଘଟଣାର ତଦନ୍ତ କରି ଦୃଢ଼କାର୍ଯ୍ୟନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି।

About the Author