)
ଭୁବନେଶ୍ୱର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା । ଯେଉଁମାନେ ରାସନ କାର୍ଡ ପାଇନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର । ରାସନ କାର୍ଡକୁ ନେଇ ବଡ଼ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ନୂଆବର୍ଷରେ ନୂଆ ରାସନ କାର୍ଡ ମିଳିବାର ସମ୍ଭାବନା ରହିଛି ।
ମନ୍ତ୍ରୀ କହିଛନ୍ତି ଯେ, ହିତାଧିକାରୀମାନେ ଆପ୍ଲାଏ କରନ୍ତୁ ସର୍ଭେ କରି ଦିଆଯିବ ନୂଆ ରାସନ କାର୍ଡ । ଯେଉଁମାନେ ଯୋଗ୍ୟ ହେବେ ସେମାନେ ରାସନକାର୍ଡ ପାଇବେ । ୧୫ ଲକ୍ଷ ରାସନ କାର୍ଡ ଆମ ପାଖରେ ଆପ୍ରୁଭ୍ ହେଇକି ଅଛି । ଯେଉଁମାନେ ଆପ୍ଲାଏ କରିବେ ସେମାନଙ୍କୁ ଅନଲାଇନରେ ଆପ୍ଲାଏ କରିବାକୁ ପଡିବ । ବର୍ତ୍ତମାନ ପର୍ଯ୍ୟନ୍ତ ୬ ଲକ୍ଷ ୩୯ ହଜାର ଲୋକ ରାସନ କାର୍ଡ ପାଇଲେଣି ଆହୁରି ଅନେକ ଲୋକ ପାଇବାକୁ ବାକି ରହିଛି।