Advertisement
Article Detail0/zeeodisha/odisha2308429
Zee OdishaOdisha StateOdisha news ; ସାମ୍ବାଦିକଙ୍କ ଉପରକୁ କୁକୁର ଲଗାଇ ଆକ୍ରମଣ କଲେ ବିଧାୟକ : କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

Odisha news ; ସାମ୍ବାଦିକଙ୍କ ଉପରକୁ କୁକୁର ଲଗାଇ ଆକ୍ରମଣ କଲେ ବିଧାୟକ : କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

MLA Raghunandan das : ଗୁଣ୍ଡାଗର୍ଦ୍ଦିର ସବୁ ସୀମା ଟପିଗଲେ ବିଜେଡିର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ। ପୁରା ପଢନ୍ତୁ...

raghunandan das
raghunandan das

Odisha news : ପଦାରେ ପଡିଲା ବିଜେଡି ମୁଖିଆଙ୍କ ମିଛ ମାକୁ ସମ୍ମାନର ସ୍ଲୋଗାନ୍। ଗୁଣ୍ଡାଗର୍ଦ୍ଦିର ସବୁ ସୀମା ଟପିଗଲେ ବିଜେଡିର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ।

ବିଜେଡିର ଟାଣୁଆ ନେତା ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ଘର ଭଙ୍ଗାର ନିଉଜ୍ ସଂଗ୍ରହ ସମୟରେ କର୍ତ୍ତବ୍ୟରତ ମହିଳା ସାମ୍ବାଦିକାଙ୍କ ଉପରକୁ ବିଜେଡି ନେତା କୁକୁର ଛାଡ଼ିଦେଇଥିବା ଅଭିଯୋଗ ହୋଇଛି। ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛି ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍। ଏନେଇ ସମ୍ପୃକ୍ତ ଘରୋଇ ଚ୍ୟାନେଲ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯିବା ସହିତ ରଘୁନନ୍ଦନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ସୂଚନା ଅନୁଯାୟୀ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ପାଖକୁ ଲାଗିକି ରହିଛି ରଘୁ ନନ୍ଦନ ଦାସଙ୍କ ସରକାରୀ କ୍ୱାର୍ଟର୍ସ। ପ୍ରଣବଙ୍କ ଘର ଭଙ୍ଗାଯିବା ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ମହିଳା ସାମ୍ବାଦିକ ଜଣକ ରଘୁନନ୍ଦନଙ୍କ ବାସଭବନ ପଟୁ ଚିତ୍ର ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ।ତେବେ ପ୍ରତିଶୋଧ ପରାୟଣ ହୋଇ  ମହିଳା ସାମ୍ବାଦିକା ଓ କ୍ୟାମେରାମ୍ୟାନ ଉପରକୁ କୁକୁର ଲଗାଇଥିଲେ ରଘୁନନ୍ଦନ ।ଏହା ସହିତ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ମଧ୍ୟ ମାଡ଼ ମାରି ଥିବା ଅଭିଯୋଗ ହୋଇଛି । ସଂପୃକ୍ତ ମହିଳା ସାମ୍ବାଦିକ ଓ ରଘୁନନ୍ଦନଙ୍କ କଥାବାର୍ତ୍ତା କ୍ୟାମେରାରେ ରେକର୍ଡ ହୋଇଛି। ଯେଉଁଥିରେ ରଘୁନନ୍ଦନ କୁକୁର ଛାଡିବାକୁ କହୁଥିବା ଶୁଣିବାକୁ ମିଳିଛି।ଏହାପରେ ସେ ନିଜେ ମଧ୍ୟ କୁକୁର ଲଗାଇ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା କଥା ମାନିଛନ୍ତି ।

Add Zee News as a Preferred Source

 ତେବେ ଜଣେ ସାମ୍ବାଦିକା ନିଜର କର୍ତ୍ତବ୍ୟ କରୁଥିବା ବେଳେ ନିଜର ରାଗକୁ ସାମ୍ବାଦିକାଙ୍କ ଉପରେ ସୁଝାଇବା ଘଟଣା ଅତ୍ୟନ୍ତ ନୀଚ୍ଚ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ମନ୍ତ୍ରୀଙ୍କ ଏପରି ଅସଦାଚରଣକୁ ନେଇ  ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଉଛି।

About the Author