)
ଉଦଳା: ବାରିପଦା ରାଜ୍ୟ ରାଜପଥର ବାସିପିଠା ତେରମାଇଲ ଛକ ନିକଟରେ ସାରସକଣା ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଇକ୍ ଆରୋହୀଙ୍କ ସହ ମୁହାଁମୁହିଁ ଧକ୍କା ହେବା କାରଣରୁ ବାଇକ୍ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।
ସୂଚନା ମୁତାବକ, ହଠାତ୍ ବାଇକ ଚାଳକ ସାମ୍ନାରୁ ଆସୁଥିବା ଦେଖି ବିଧାୟକଙ୍କ ଗାଡ଼ି ଡ୍ରାଇଭର ବ୍ରେକ୍ ମାରିବାକୁ ଚେଷ୍ଟା କରିଥିଲେ । ଫଳରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଅଟକିଯାଇଥିଲା ଗାଡି । ଗାଡ଼ିରେ ଥିବା ବିଧାୟକ ଓ ତାଙ୍କ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି । ବିଧାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାଇକ୍ ଆରୋହୀ ରଙ୍ଗ ରୁଟ୍ରେ ଆସିବାରୁ ଦୁର୍ଘଟଣା ଘଟିଲା ।