Advertisement
Article Detail0/zeeodisha/odisha2754647
Zee OdishaOdisha StateMohan Bhagwat: ୪ ଦିନିଆ ଓଡିଶା ଗସ୍ତରେ ଆରଏସ୍‍ଏସ୍‍ ମୁଖ୍ୟ ମୋହନ ଭାଗବତ

Mohan Bhagwat: ୪ ଦିନିଆ ଓଡିଶା ଗସ୍ତରେ ଆରଏସ୍‍ଏସ୍‍ ମୁଖ୍ୟ ମୋହନ ଭାଗବତ

Mohan Bhagwat: ଆଧିକାରିକ ସ୍ତରରେ କାର୍ଯ୍ୟକ୍ରମ ସ୍ଥିର ହୋଇ ନଥିଲେ ମଧ୍ୟ ରାଜ୍ୟରେ ବିଜେପିର ଅନ୍ତର୍ଦ୍ୱନ୍ଦ୍ୱକୁ ପ୍ରଶମିତ କରିବା ପାଇଁ ଭାଗବତ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି। ବିଶେଷ କରି ରାଜ୍ୟ ସଭାପତି ଚୟନରେ ହେଉଥିବା ବିଳମ୍ବ ଏବଂ ସରକାରଙ୍କ ଲକ ବର୍ଷ ପୂର୍ତ୍ତି ହେଉଥିବାବେଳେ ଏହାକୁ କିପରି ସାଂଗଠନିକ ସ୍ତରରେ ଅଧିକ ବ୍ୟାପକ କରିହେବ ସେ ବିଷୟରେ ଆଲୋଚନା କରିପାରନ୍ତି ଭାଗବତ। 

Mohan Bhagwat: ୪ ଦିନିଆ ଓଡିଶା ଗସ୍ତରେ ଆରଏସ୍‍ଏସ୍‍ ମୁଖ୍ୟ ମୋହନ ଭାଗବତ

Mohan Bhagwat: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌)ର ସରସଂଘଚାଳକ ମୋହନ ଭାଗବତ ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିବେ। ଏଠାରୁ ସଡ଼କପଥରେ ଯାଇ କଟକ ଗତିରାଉତପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଏହାସହ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀ ଭାଗବତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆଧିକାରିକ ସ୍ତରରେ କାର୍ଯ୍ୟକ୍ରମ ସ୍ଥିର ହୋଇ ନଥିଲେ ମଧ୍ୟ ରାଜ୍ୟରେ ବିଜେପିର ଅନ୍ତର୍ଦ୍ୱନ୍ଦ୍ୱକୁ ପ୍ରଶମିତ କରିବା ପାଇଁ ଭାଗବତ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି। ବିଶେଷ କରି ରାଜ୍ୟ ସଭାପତି ଚୟନରେ ହେଉଥିବା ବିଳମ୍ବ ଏବଂ ସରକାରଙ୍କ ଲକ ବର୍ଷ ପୂର୍ତ୍ତି ହେଉଥିବାବେଳେ ଏହାକୁ କିପରି ସାଂଗଠନିକ ସ୍ତରରେ ଅଧିକ ବ୍ୟାପକ କରିହେବ ସେ ବିଷୟରେ ଆଲୋଚନା କରିପାରନ୍ତି ଭାଗବତ। 

ସରକାରକୁ ଆସିଥିଲେ ମଧ୍ୟ ଭାରତୀୟ ଜନତା ପାର୍ଟିରେ ଏବେ ଲାଗି ରହିଥିବା  ଗୋଷ୍ଠୀବାଦ ଥମିପାରି ନାହିଁ।  କୋଟିଏ ପଟେ ସରକାରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେଉ ନଥିବାରୁ ନିର୍ବାଚିତ ନେତାଙ୍କ ଭିତରେ ଅସନ୍ତୋଷ ରହିଛି। ପୁଣି ଅନେକ ମନ୍ତ୍ରୀ ଠିକଣା ଭାବେ ଲୋକଙ୍କ ସମସ୍ୟାକୁ ବୁଝିବାରେ ଅସମର୍ଥ ହେଉଥିବାରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟୁନଷ୍ଠାନ ଲାଗି ମଧ୍ୟ ଦାବି ହେଉଛି। ହେଲେ ବିଜେପିର ସଂଗଠନ ମଜଭୁତ ହୋଇ ପାରି ନଥିବାରୁ ଏ ବିଷୟକୁ କେହି ଧ୍ୟାନ ଦେଇପାରୁ ନାହାନ୍ତି। 

Add Zee News as a Preferred Source

ଫଳସ୍ୱରୂପ ସରକାରରେ ଥାଇ ମଧ୍‍ୟ ବିଜେପିର କାର୍ଯ୍ୟକ୍ରମ ପ୍ରତିଫଳିତ ହୋଇପାରୁ ନାହିଁ। ରାଜ୍ୟରେ ଆଖି ଦୃଶିଆ ବିକାଶ ବି ଲକ୍ଷ୍ୟ କରାଯାଉନାହିଁ। ଅନ୍ତର୍ଦ୍ୱନ୍ଦ୍ୱ ତଥା ଗୋଷ୍ଠୀବାଦ ଲାଗିଥିବାରୁ ସଭାପତି କିଏ ହେବ ତାହା ସ୍ଥିର କରାଯାଇପାରୁ ନାହିଁ। ଏପରିକି ଶୀର୍ଷ ନେତୃତ୍ୱ ମଧ୍ୟ ଏହାର ସମାଧାନ ପାଇ ପାରୁ ନଥିବାରୁ ସବୁକିଛି ଝୁଲା ପରିସ୍ଥିତି ସୃଷ୍ଟି ହୋଇଛି। ମୋହନଙ୍କ ଆଲୋଚନା ଏବଂ ସାଂଗଠନିକ ମନ୍ତ୍ର ଏହି ସମସ୍ୟାରେ ସମାଧାନ ଆଣିପାରେ ବୋଲି ଆଶା କରାଯାଇଛି।

About the Author