Advertisement
Article Detail0/zeeodisha/odisha2758811
Zee OdishaOdisha StateOBC politics: ଓବିସି ରାଜନୀତିରେ ବ୍ୟାକଫୁଟ୍‍କୁ ଯାଇଛନ୍ତି ମୋହନ ମାଝି!

OBC politics: ଓବିସି ରାଜନୀତିରେ ବ୍ୟାକଫୁଟ୍‍କୁ ଯାଇଛନ୍ତି ମୋହନ ମାଝି!

ଭୁବନେଶ୍ୱର: ବିଜେଡି ନେତା ଅରୁଣସାହୁଙ୍କ କଥା ମାନିଛନ୍ତି ମୋହନ ସରକାର। କେନ୍ଦ୍ର ଯେମିତି ରାହୁଲ ଗାନ୍ଧିଙ୍କୁ ମୋଦୀ ମାନିଛନ୍ତି ଠିକ୍‍ ସେମିତି। ଉଭୟଙ୍କ କ୍ଷେତ୍ରରେ ପ୍ରସଙ୍ଗ ବି ସମାନ ରହିଛି, ତାହା ହେଲା ପଛୁଆବର୍ଗ ରାଜନୀତି।  ରାହୁଲଙ୍କ କଥା ରକ୍ଷା କରି  ପ୍ରଧାନମନ୍ତ୍ରୀ ୨୦୨୬ ଜନଗଣନାରେ ପ୍ରଥମଥର ପାଇଁ ଜାତିଭିତ୍ତିକ ଜନଗଣନା

OBC politics: ଓବିସି ରାଜନୀତିରେ ବ୍ୟାକଫୁଟ୍‍କୁ ଯାଇଛନ୍ତି ମୋହନ ମାଝି!

OBC politics: ଭୁବନେଶ୍ୱର: ବିଜେଡି ନେତା ଅରୁଣସାହୁଙ୍କ କଥା ମାନିଛନ୍ତି ମୋହନ ସରକାର। କେନ୍ଦ୍ର ଯେମିତି ରାହୁଲ ଗାନ୍ଧିଙ୍କୁ ମୋଦୀ ମାନିଛନ୍ତି ଠିକ୍‍ ସେମିତି। ଉଭୟଙ୍କ କ୍ଷେତ୍ରରେ ପ୍ରସଙ୍ଗ ବି ସମାନ ରହିଛି, ତାହା ହେଲା ପଛୁଆବର୍ଗ ରାଜନୀତି।  ରାହୁଲଙ୍କ କଥା ରକ୍ଷା କରି  ପ୍ରଧାନମନ୍ତ୍ରୀ ୨୦୨୬ ଜନଗଣନାରେ ପ୍ରଥମଥର ପାଇଁ ଜାତିଭିତ୍ତିକ ଜନଗଣନା ଲାଗୁ କରିବାକୁ ଯାଉଛନ୍ତି। ଆଉ ରାଜ୍ୟରେ ‘ଯାହାର ଯେତେ ସଂଖ୍ୟା ସେତେ ହକ୍‍’ ନୀତିକୁ ଗ୍ର୍ରହଣ କରିବାକୁ ଯାଇ ମୋହନ ମାଝିଙ୍କ ସରକାର ଶିକ୍ଷାନୁଷ୍ଠାନରେ ପଛୁଆ ବର୍ଗଙ୍କ ପାଇଁ ୧୧.୨୫ ପ୍ରତିଶତ ଆରକ୍ଷଣ  ଘୋଷଣା କରିଛନ୍ତି। ତେବେ ସରକାରଙ୍କ ବର୍ଷ ପୂର୍ତ୍ତି ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ମୋହନଙ୍କ ଏହି ଆକସ୍ମିକ ନିଷ୍ପତ୍ତି ଓବିସି ରାଜନୀତିରେ ସରକାର ବ୍ୟାକ୍‍ଫୁଟରେ ରହିଥିବା ସ୍ପଷ୍ଟ କରୁଛି। 

ରାଜ୍ୟରେ ପଛୁଆବର୍ଗଙ୍କ ସଂଖ୍ୟା ପ୍ରାୟ ୫୪ ପ୍ରତିଶତ। ଏ ଭିତରେ ଭିନ୍ନଭିନ୍ନ ଜାତିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ ସେମାନଙ୍କ ପାଇଁ  ଠିକଣା ଆରକ୍ଷଣ ବ୍ୟବସ୍ଥା ନାହିଁ ବୋଲି ଅଭିଯୋଗ କରିଥିଲେ ଅରୁଣ ସାହୁ। ତାଙ୍କ କହିବା ଅନୁସାରେ ରାଜ୍ୟ ସରକାର ଆରକ୍ଷଣ ନୀତିରେ ଟାଳଟୁଳ ଅଭିପ୍ରାୟ ନେଉଛନ୍ତି। ଚାକିରି କ୍ଷେତ୍ରରେ ଆରକ୍ଷଣ ଥିଲେ ମଧ୍ୟ ଶିକ୍ଷାନୁଷ୍ଠାନରେ ବିଭିନ୍ନ ବର୍ଗଙ୍କ ଲାଗି ଆରକ୍ଷଣ ବ୍ୟବସ୍ଥା ନାହିଁ। ଯେମିତି ଅନୁସୂଚିତ ଜାତି ଜନଜାତିଙ୍କ ଲାଗି ସରକାରୀ ଚାକିରି କ୍ଷେତ୍ରରେ ୩୮.୭୫ ପ୍ରତିଶତ ଆସନ ଆରକ୍ଷଣ ଥିଲା ବେଳେ ଶିକ୍ଷା କ୍ଷେତ୍ରରେ ଆରକ୍ଷଣ ଭାଗ ହେଉଛି ମାତ୍ର ୨୦%। ସେହିପରି ରାଜ୍ୟରେ ଓବିସିଙ୍କ ସଂଖ୍ୟା ୫୪ ପ୍ରତିଶତ ରହିଛି। ଏମାନଙ୍କୁ ଚାକିରି କ୍ଷେତ୍ରରେ ୧୧.୨୫ ପ୍ରତିଶତ ଆରକ୍ଷଣ ସୁବିଧା ମିଳୁଛି। ହେଲେ ରାଜ୍ୟର ଶିକ୍ଷାନୁଷ୍ଠାନରେ ସେ ବ୍ୟବସ୍ଥା ନାହିୋ। ଫଳରେ ପାଠ ପଢ଼ାରୁ ବଞ୍ଚିତ ହେଉଥିବା ଏହି ବର୍ଗ ଚାକିରି ପାଇବାକୁ ଯୋଗ୍ୟ ହେଉ ନାହାନ୍ତି।  ଅପରପକ୍ଷେ ରାଜ୍ୟରେ ସାଧାରଣ ବର୍ଗରେ ପଛୁଆ ବର୍ଗଙ୍କ ସଂଖ୍ୟା ୬% ଥିବା ବେଳେ ତାଙ୍କ ପାଇଁ ୧୦ ପ୍ରତିଶତ ଆସନ ସଂରକ୍ଷିତ ରଖାଯାଉଛି ବୋଲି ଅରୁଣ ବିଧାନସଭାରେ ଉଲ୍ଲେଖ କରିଥିଲେ।  ଏହାକୁ ପନେଇ ଗତ ବିଧାନସଭା ଅଧିବେଶନ ସରଗରମ ହୋଇଥିଲା। କିନ୍ତୁ ସରକାର ଚୁପ ରହିଥିଲେ। 

ଗତକାଲି ଆକସ୍ମିକ ଭାବେ ରାଜ୍ୟ କ୍ୟାବିନେଟରେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ସରକାର ଶିକ୍ଷାନୁଷ୍ଠାନରେ ଓବିସିଙ୍କ ପାଇଁ ୧୧.୨୫ ପ୍ରତିଶତ ଆରକ୍ଷଣ ଘୋଷଣା କରିଛନ୍ତି। ଜାତିଗତ ଜନଗଣନା ଆରମ୍ଭ ହେବାକୁ ଯାଉଥିବା ବେଳେ ଆସନ୍ତା ବର୍ଷ କେଉଁ ଜାତି କେତେ ସଂଖ୍ୟାରେ ଦେଶରେ ରହିଛନ୍ତି ତାହା ସ୍ପଷ୍ଟ ହେବାକୁ ଯାଉଛି। ଏହା ଆଗକୁ ନୀତି ନିର୍ଦ୍ଧାରଣରେ ଏକ ମୌଳିକ ମାନଦଣ୍ଠଡ ହେବ। ଏପରି ସ୍ଥଳରେ ସରକାର ଏପରି କାହିଁକି ଆକସ୍ମିକ ଘୋଷଣା କରିଲେ?  ସରକାର ଓବିସି ବର୍ଗର ରାଜନୀତିକୁ ନେଇ ବ୍ୟାକ୍‍ଫୁଟରେ ରହିଛନ୍ତି କି? ନା ଅରୁଣଙ୍କୁ ସନ୍ତୁଷ୍ଟ କରି ବିଜେଡିକୁ ପ୍ରସଙ୍ଗଶୂନ୍ୟ କରିବାକୁ ଚାହୁଁଛନ୍ତି? 

Add Zee News as a Preferred Source

ଏବେ ବିଜେଡିରେ ଅରୁଣଙ୍କୁ ନେଇ ସମୀକରଣ ବଦଳି ଥିବାରୁ ସରକାରଙ୍କ ଏ ନିଷ୍ପତ୍ତି ରାଜନୀତିକ ସ୍ତରରେ ଆଲୋଚନା ହେଉଛି। କାରଣ ନିକଟରେ ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ରାଜନୀତିକ ବ୍ୟପାର କମିଟି ବା ଦଳର କାର୍ଯ୍ୟ ନିର୍ବାହୀରେ ବରିଷ୍ଠ ନେତା ଅରୁଣ ସାହୁଙ୍କୁ ଦୂରରେ ରଖାଯାଇଛି। ତାଙ୍କୁ ଓବିସି ମୋର୍ଚ୍ଚାର ଉପ ସଭାପତି ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସେ ଦଳର ଦୈନନ୍ଦିନ ନୀତି ନିର୍ଦ୍ଧାରଣରେ  କୌଣସି ଭୂମିକା ଗ୍ରହଣ କରିବେ ନାହିଁ। ବିଜେଡିର ତଥାକଥିତ ଚାଣକ୍ୟ ଶ୍ରୀ ପାଣ୍ଡିଆନ୍‍ଙ୍କ ସହ ଅରୁଣଙ୍କର ସମୀକରଣ ବଦଳି ଥିବାରୁ ଦଳରେ ଏହି ପ୍ରତିଫଳନ ଦେଖିବାକୁ ମିଳିଛି। ଅରୁଣଙ୍କ ଭଳି  ଆହୁରି ଅନେକ ନେତା ରହିଛନ୍ତି।  ସେମାନେ ଉଠାଉଥିବା ପ୍ରସଙ୍ଗକୁ ଯଦି ସରକାର ମାନିନେବେ ତେବେ ଆଗକୁ ତାହା ଉଭୟ ଶାସନ ଓ ରାଜନୀତି ପାଇଁ ସହାୟକ ହେବ ବୋଲି ବିଜେପି ନୀତି ନିର୍ଦ୍ଧାରକମାନେ ଗ୍ରହଣ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

 ଆଗକୁ ସୀମା ପୁନଃନିର୍ଦ୍ଧାରଣ ଏବଂ ଆରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ହେବାକୁ ଯାଉଥିବାରୁ ଅରୁଣ ବି ନିଜର ସ୍ଥିତି ମଜଭୁତ କରିବା ପାଇଁ ଲାଗିଥିବା ବି ଜଣାପଡ଼ିଛି।

About the Author