Advertisement
Article Detail0/zeeodisha/odisha2813399
Zee OdishaOdisha StateCM Mohan Majhi: ଆହୁରି ୪୦ ହଜାର ଯୁବକଙ୍କୁ ଚାକିରୀ ଦିଆଯିବ: ମୁଖ୍ୟମନ୍ତ୍ରୀ

CM Mohan Majhi: ଆହୁରି ୪୦ ହଜାର ଯୁବକଙ୍କୁ ଚାକିରୀ ଦିଆଯିବ: ମୁଖ୍ୟମନ୍ତ୍ରୀ

CM Mohan Majhi: ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟି ରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ କଡା କଡି କରାଯାଇଥିବା ବେଳେ ବିପର୍ଯ୍ଯସ୍ତ ନାରି ସୁରକ୍ଷା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ଲାଗି ଯୋଜନା ରଚିଥିବା ବିଜେଡିର ସତାଧିକ କରାମିକୁ ଆଗୁଆ ଗିରଫ କରିଥିଲା ପୋଲିସ।

CM Mohan Majhi: ଆହୁରି ୪୦ ହଜାର ଯୁବକଙ୍କୁ ଚାକିରୀ ଦିଆଯିବ: ମୁଖ୍ୟମନ୍ତ୍ରୀ

CM Mohan Majhi: ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆଜି ଆସ୍କାଠାରେ ଆୟୋଜିତ ଯୁବ ଶକ୍ତି ସମାବେଶରେ ଯୋଗଦାନ କରିବା ପରେ ପୁଣି ସଡକପଥ ରେ ଭୁବନେଶ୍ୱର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝା। ବର୍ଷା ଓ ପାଗର ଖରାପ ହେତୁ ଆକାଶ ମାର୍ଗରେ ଯାତ୍ରାକୁ ବାତିଲ କରି ସ୍ବତନ୍ତ୍ର କାର୍କେଟ ଯୋଗେ ସଡକ ପଥରେ ଆସି ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ସମାବେଶ ରେ ଯୋଗ ଦେଇ ଯୁବ ବର୍ଗକୁ ଉତ୍ସାହିତ କରିବା ସହ ଦିଗ ଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ଯ ସରକାର ଙ୍କ କ୍ରୀଡା ଓ ଯୁବ ସେବା ପକ୍ଷରୁ ଆୟୋଜିତ ଯୁବ ସମାବେଶ କାର୍ଯ୍ୟକ୍ରମ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଛାତ୍ରଛାତ୍ରୀଙ୍କ ସମେତ ଯୁବପିଡି ଯୋଗ ଦେଇଥିଲେ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟି ରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ କଡା କଡି କରାଯାଇଥିବା ବେଳେ ବିପର୍ଯ୍ଯସ୍ତ ନାରି ସୁରକ୍ଷା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ଲାଗି ଯୋଜନା ରଚିଥିବା ବିଜେଡିର ସତାଧିକ କରାମିକୁ ଆଗୁଆ ଗିରଫ କରିଥିଲା ପୋଲିସ।

ଆସିକାରେ ଯୁବ ଶକ୍ତି ସମାବେଶ! ସମାବେଶରେ ଯୋଗଦେଲେ ଗଞ୍ଜାମ ଜିଲ୍ଲା ତଥା ପଡୋସି ଜିଲ୍ଲାର ୨୦ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ। କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ଓଡ଼ିଶା ସରକାରଙ୍କ ଏକ ବର୍ଷ ଅନୁଭୁତି କୁ ସାଉଟିବା ସହ ସରକାରଙ୍କ ଉପଲବ୍ଧିକୁ ଯୁବ ପିଡିଙ୍କ ନିକଟ ରେ ପ୍ରକାଶ କରିବା ଲାଗି ରାଜ୍ଯ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ବିଶାଳ ଯୁବ ସମାବେଶ ରେ ଆଜି ଯୋଗ ଦେଇ ୨୦୨୩୬ ବିକଶିତ ଓଡ଼ିଶାର ଭିଜନ କୁ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।ଗଞ୍ଜାମ ଜିଲ୍ଲାର ସଂସ୍କୃତି ଓ ଐତିହ୍ୟର ନଗରୀ ଆସିକା ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ବେଳେ ଗତ ୨୪ ବର୍ଷ ପରେ ଯେଉଁ ପରିବର୍ତ୍ତନ ଆସିଥିଲା ସେହି କ୍ଷେତ୍ରରେ ଯୁବ ନେତୃତ୍ବର ଭୂମିକା କୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ। ଗଞ୍ଜାମର ତଥାକଥିତ ଗଡକୁ ଭାଙ୍ଗି ବିଜେପି ସରକାର ସାସନ ଭାର ହାତେଇବା ପରେ ଏଠାରେ ତ୍ରିପଲ ଇଞ୍ଜିନ୍ ପ୍ରତିଷ୍ଠା କରିପାରିଛନ୍ତି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ବର୍ଷ ବର୍ଷ ଧରି ଯୁବ ଶକ୍ତି କୁ ତତ୍କାଳୀନ ସରକାର ଅଣଦେଖା କରୁଥିବା ବେଳେ ବର୍ତ୍ତମାନର ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ କରିବା ପାଇଁ ନିଷ୍ପତ୍ତି ହୋଇଥିବା କହିଛନ୍ତି ।

ରାଜ୍ୟରେ ଆଇଟିଆଇ ଠାରୁ ଆରମ୍ଭ କରି ଚାହିଦା ମୁତାବକ ଆଇଟି କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି ସରକାର । ଆଇଟି ଓ ଅତ୍ୟାଧୁନିକ ଶିକ୍ଷା ପାଇଁ ସିଙ୍ଗାପୁର ସହିତ ଚୁକ୍ତିପତ୍ର ସ୍ବାକ୍ଷରିତ କରାଯାଇଛି। ସେହିପରି ନିଯୁକ୍ତି କ୍ଷେତ୍ରର ଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ଦେଶରେ କ୍ରିକେଟ୍ ଖେଳକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ରାଜ୍ୟରେ ୩୧୪ ବ୍ଳକରେ ଷ୍ଟାଡିୟମ ନିର୍ମାଣ ପାଇଁ ୪୧୨୪ କୋଟି ଖର୍ଚ୍ଚ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Add Zee News as a Preferred Source

ରାଜ୍ୟରେ ସରକାର ଆସିବା ପୂର୍ବରୁ ଦେଢ଼ ଲକ୍ଷ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲୁ , ବର୍ତ୍ତମାନ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛତା କରାଯିବା ସହିତ ଇତିମଧ୍ୟରେ ୧୦ ଟି ମେଳା କରିବା ସହିତ ୨୮ହଜାର୩୪୬ ଜଣଙ୍କୁ ନିଯୁକ୍ତି ଦେଇଥିବା ବେଳେ ଆହୁରି ୪୦ ହଜାର ଯୁବକଙ୍କୁ ଚାକିରୀ ଦିଆଯିବ। ବର୍ତ୍ତମାନ ବିଚାରଧାରର ପରିବର୍ତ୍ତନ ସହିତ ରାଜ୍ୟରେ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଥିବା ନେଇ ଯୁବପିଢିକୁ ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଦୃଷ୍ଟି ରହିଥିବା ବେଳେ ବର୍ଷକ ମଧ୍ଯ ରେ ମୁଖ୍ଯମନ୍ତ୍ରୀଙ୍କ ଇଏ ସପ୍ତମ ଗସ୍ତ ରହିଥିଲା। ଏଥିଲାଗିତ ରାଜ୍ଯ ସ୍ତରୀୟ ଯୁବ ସମାବେଶକୁ ଆସିକା ଅଞ୍ଚଳ ରେ ଆୟଜନ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ କୁ ଖୁବ ପ୍ରସଂସା କରିଛନ୍ତି ବିଜେପି ନେତା ଓ କର୍ମୀ। ସେପଟେ ନୁତନ ମୁଖ୍ୟମନ୍ତ୍ରୀଙ୍କୁ ଗହଣରେ ପାଇବା ସହ ଭବିଷ୍ୟତ ଲାଗି ମୁଖ୍ୟମନ୍ତ୍ରୀଙ୍କ ଦିଗ ଦର୍ଶନକୁ ଖୁବ ପ୍ରସଂସା କରିଛନ୍ତି ଛାତ୍ରଛାତ୍ରୀ। କଡା ସୁରକ୍ଷା ମଧ୍ଯ ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ବେଳେ ଗତ କିଛିଦିନ ଧରି ଜିଲ୍ଲାର ଆଇ ସୃଖଳା ପରିସ୍ଥିତ ଓ ଗଣ ଦୁଷ୍କର୍ମ ଭଳି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିବାକୁ ସଜବାଜ ହୋଇଥିଲା ବିଜେଡି। ବିରୋଧ ପୁର୍ବଭାସ ପାଇ ସତାଧିକ ବିଜେଡି କର୍ମୀଙ୍କୁ ପୋଲିସ ଆଗୁଆ ଗିରଫ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଖୁବ ସୃଖଳିତ ଭାବେ ସମାପନ ହୋଇଥିବା ଦେଖିବାକୁ ମିଳିଥିଲା।

About the Author