)
Morning School: ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲରେ ଚାରାରୋପଣ କାର୍ଯ୍ୟକ୍ରମ କରାଯିବ। ‘ଏକ୍ ପେଡ୍ ମା’କେ ନାମ’ ପର କାର୍ଯ୍ୟକ୍ରମରେ ଚାରାରୋପଣ ହେବ। ଏହି ଦିନ ସ୍କୁଲ ସକାଳ ୭ଟାରୁ ଅପରାହ୍ନ ସାଢ଼େ ୧ଟା ଯାଏ ଖୋଲାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି।
ଉଲ୍ଲେଖଯୋଗ୍ୟ, ଆସନ୍ତା ୧୭ତାରିଖରେ ରାଜ୍ୟର ସମସ୍ତ ମାଧ୍ଯମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ବିଶାଳ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ସମସ୍ତ ଛାତ୍ରଛାତ୍ରୀ ସାମିଲ ହେବେ। ରାଜ୍ୟର ୨ ଲକ୍ଷ ଶିକ୍ଷକଙ୍କ ନେତୃତ୍ୱରେ ପ୍ରାୟ ४० ହଜାର ବିଦ୍ୟାଳୟର ୧୫ କରିବେ ଲକ୍ଷ ଛାତ୍ରଛାତ୍ରୀ ଚାରାରୋପଣ ରିବେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦିଗ୍ଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ।
ଚିଠିରେ ଉଲ୍ଲେଖ କରାଯାଇଛି ଯେ, ସରକାରଙ୍କ ଅନୁମୋଦନ କ୍ରମେ ସମସ୍ତ ସରକାରୀ, ସରକାର ଅନୁଦାନପ୍ରାପ୍ତ ସ୍କୁଲର ସମୟକୁ ଅନୁଦାନ ପରିବର୍ତ୍ତନ କରାଯାଇଛି।