Advertisement
Article Detail0/zeeodisha/odisha2747867
Zee OdishaOdisha StateTop 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର


ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1. ରାଜ୍ୟରେ ଏଣିକି ବସ୍‍ ଭଡ଼ାରେ ମହିଳା ଓ ଛାତ୍ରଛାତ୍ରୀମାନଙ୍କୁ ୫୦% ରିହାତି ମିଳିବ। ଏହି ରିହାତି ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ଏ ନେଇ ରାଜ୍ୟ କ୍ୟାବିନେଟ୍‍ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବସ୍‍ ସେବାକୁ ଅତ୍ୟାଧୁନିକ ପ୍ରଯୁକ୍ତିରେ ସଜାଯିବା ସହ ସଡ଼କ ବ୍ୟବସ୍ଥାକୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଏକ ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’କୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ସଡ଼କ ପରିବହନ ସଂସ୍ଥା ଏହି ବ୍ୟବସ୍ଥାକୁ ପରିଚାଳନା କରିବ। 
 
2. ଶ୍ରୀ ଜଗନ୍ନାଥଙ୍କ ସେନାପଟା ପ୍ରସ୍ତୁତି ପାଇଁ ଆବଶ୍ୟକ ବଉଳ କାଠକୁ ଦାନ ସୂତ୍ରରେ ଗ୍ରହଣ କରିବ ଶ୍ରୀମନ୍ଦିର ପ୍ରଶାସନ। ଏଥିଲାଗି ଇଚ୍ଛୁକ ଜଗନ୍ନାଥ ପ୍ରେମୀଙ୍କଠାରୁ ଆଗ୍ରହ ଆହ୍ୱାନ କରିଛି ଶ୍ରୀମନ୍ଦିର ପ୍ରଶାସନ। ନିଜ ଜମିରେ ଏଭଳି ଗଛ ଥିଲେ ତାହାକୁ ସମ୍ପୃକ୍ତ ବ୍ୟକ୍ତି ଦାନ ଆକାରରେ ଦାନ କରିପାରିବେ। ଏଥିଲାଗି ଆସନ୍ତା ସାତ ଦିନ ଭିତରେ ଆଗ୍ରହ ପ୍ରକାଶ କରି ଶ୍ରୀମନ୍ଦିରକୁ ଜଣାଇବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 
 
 
3. ରଥଯାତ୍ରା ସମୟରେ ଯାତ୍ରୀଙ୍କ ସୁବିଧା ଲାଗି ରାସ୍ତାଘାଟ ମରାମତି, ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାରେ ସୁଧାର ପାନୀୟ ଜଳ ଓ ପାର୍କିଂ ବ୍ୟବସ୍ଥାର ସୁପରିଚାଳନା ଲାଗି ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଏକ ସମୀକ୍ଷା ବୈଠକ ବୁଧବାରଦିନ ଅନୁଷ୍ଠିତ ହୋଇଥିଲା। ଯେଉଁମାନେ ସ୍ୱଚ୍ଛତାନୁ ଅବରୋଧ କରୁଛନ୍ତି, ଜବର ଦଖଲ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଏଥିରେ ନିଷ୍ପତ୍ତି ନହୋଇଛି। 
 
4. ଆଜି  ଭାରତ ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକର ଆହ୍ୱାନ କରାଯାଇଛି। ଦିନ ୧୧ଟାରେ ସଂସଦ ପାଠାଗାରରେ ଏହି ବୈଠକ ଅନୁଷ୍ଠିତ ହେବ।  ଗତକାଲି ପାକିସ୍ତାନ ଆକ୍ରମଣ ଏବଂ ଏଠାରେ ଥିବା ବିଭିନ୍ନ ଆତଙ୍କବାଦୀ ଆଡ୍ଡାସ୍ଥଳୀ ଧ୍ୱଂସ ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସରକାର ସମସ୍ତ ରାଜନୀତିକ ଦଳଙ୍କୁ ଅବଗତ କରାଇବେ। ପହଲଗାମ  ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ଏହି ଅପରେସନ୍‍ ସିନ୍ଦୁର ଆରମ୍ଭ କରାଯାଇଥିଲା। ଏଥିରେ ପାକିସ୍ତାନର ୯ଟି ଆତଙ୍କବାଦୀ ଠିକଣା ଉପରେ ଭାରତ ଆକ୍ରମଣ କରିଥିଲା। 
 
 
5. ଏହି ଆକ୍ରମଣର ଜବାବ ମଧ୍ୟ ପାକିସ୍ତାନ ପକ୍ଷରୁ ଦିଆଯାଇଛି। ପ୍ରବଳ ଗୁଳି ଗୋଳା ମାଡ଼ ଯୋଗୁ ଜମ୍ମୁ କଶ୍ମୀର ପୁଞ୍ଛ ଜିଲ୍ଲାରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଏହାସହ ଜଣେ ଲାନ୍ସ ନାଏକଙ୍କ ପ୍ରାଣ ବି ଏହି ଯୁଦ୍ଧରେ ଯାଇଥିବା ଜଣାପଡ଼ିଛି।
 
6. ପହଲଗାମ ଆକ୍ରମଣ ସମ୍ପର୍କରେ ତଦନ୍ତ କରୁଥିବା ଜାତୀୟ ତଦନ୍ତ ବ୍ୟୁରୋ ସମସ୍ତ ଦେଶବାସୀଙ୍କୁ ଏନ ନିବେଦନ କରିଛି। ଏହି ନିବେଦନ ଅନୁସାରେ ଏପ୍ରିଲ ୨୨ ଆକ୍ରମଣ ସମୟରେ ସେଠାରେ ଉପସ୍ଥିତ ରହି କୌଣସି ଭିଡିଓ, ଫଟୋଉତ୍ତୋଳନ କରିଥିଲେ ତାହାକୁ ତୁରନ୍ତ ଏନ୍‍ଆଇଏକୁ ପ୍ରଦାନ କରିବାକୁ କୁହାଯାଇଛି। ଏପରିକି ଯଦି କୌଣସି ଅଧିକ ତଥ୍ୟ ତାଙ୍କ ପାଖରେ ଥାଏ ତେବେ ତାହାକୁ ଜଣାଇବାକୁ ମଧ୍ୟ କୁହାଯାଇଛି। 
 
 
7. ଅପରେସନ୍‍ ସିନ୍ଦୂର ପରେ ପାକିସ୍ତାନର ଗୁଳି ବର୍ଷଣ ଜାରି ରହିଛି। ସୀମାରେ ପାକିସ୍ତାନ ସେନା ପକ୍ଷରୁ ରାତିସାରା ଗୁଳିଗୋଳା ବର୍ଷଣ କରାଯାଇଛି। ଏହାର ଜବାବ ମଧ୍ୟ ଭାରତ ପକ୍ଷରୁ ପ୍ରଦାନ କରାଯାଇଛି। ଏହାକୁ ଅକାରଣ ଆକ୍ରମଣ ବୋଲି କୁହାଯାଇଛି। ବିଶେଷ କରି କୁପଓ୍ୱାଡ଼ା, ବାରାମୁଲା, ଉରି ଓ ଅଖନୁର ଅଞ୍ଚଳରେ ଏହିପରି ଗୁଳିଗୋଳା ବର୍ଷଣ ଜାରି ରହିଛି।  
 
8. ଭାରତର ଜମ୍ମୁ ଓ କଶ୍ମୀର ଏବଂ ପାକିସ୍ତାନକୁ ଅତ୍ୟନ୍ତ ଜରୁରୀ ନଥିଲେ ଯାତ୍ରା କରିବାକୁ ବାରଣ କରିଛି ସିଙ୍ଗାପୁର। ଏକ ଯାତ୍ରା ମାର୍ଗଦର୍ଶିକା ଜାରି କରି ଏହି ପରାମର୍ଶ ଦେଇଛନ୍ତି ସିଙ୍ଗାପୁର ସରକାର। ପହଲଗାମ ଆକ୍ରମଣ ଏବଂ ଏହାର ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଆଖିରେ ରଖି ଏହି ନିର୍ଦ୍ଦେଶ ଦେଇଛନ୍ତି ସିଙ୍ଗାପୁର ସରକାର। 
 
 
9. ପାକିସ୍ତାନରେ ଆକ୍ରମଣ  ସମୟରେ ଭାରତର ୫ ଯୁଦ୍ଧ ବିମାନକୁ ପାକିସ୍ତାନୀ ସେନା ଖସାଇ ଦେଇଥିବା ଖବରକୁ ସୋସିଆଲ୍‍ ମିଡିଆ ଖବର ବୋଲି କହିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‍। ଏପରିକି ଭାରତର ସୋସିଆଲ ମିଡିଆ ଓ ମିଡିଆ ଏ ବାବଦରେ ଚର୍ଚ୍ଚା କରୁଛନ୍ତି ବୋଲି ଆସିଫ୍‍ ଏକ ଗଣମାଧ୍ୟମରେ କହିଛନ୍ତି। ଭାରତ ପକ୍ଷରୁ ଏହି ସୂଚନାକୁ ପାକିସ୍ତାନ ପ୍ରାୟୋଜିତ ବୋଲି କୁହାଯାଇଛି। ୨୦୨୧ ମସିହାର ଏକ ଦୁର୍ଘଟଣା ଭିଡିଓକୁ ନେଇ ଏପରି ଅପପ୍ରଚାର କରାଯାଉଥିବା ପୂଚିତ କରାଯାଇଛି। 
 
10. ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ଅଜିତ କୁମାର ମିଶ୍ରଙ୍କୁ ବିଜୁ ଜନତା ଦଳ ପକ୍ଷରୁ ସଭାପତିଙ୍କ ଅତିରିକ୍ତ ରାଜନୀତିକ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେ ୨୦୧୮ ମସିହାରେ ଓଏଏସ୍‍ରୁ ଆଇଏଏସ୍‍କୁ ପଦୋନ୍ନତି ହେବା ପରେ ନବରଙ୍ଗପୁର ଜିଲ୍ଲାବାଳ ଦାୟିତ୍ୱ ତୁଲାଇଥିଲେ।   ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ଶ୍ରୀ ମିଶ୍ର।
Add Zee News as a Preferred Source
About the Author