Advertisement
Article Detail0/zeeodisha/odisha2777621
Zee OdishaOdisha StatePuri News: ଜଗା ଦର୍ଶନ କଲେ ଅମ୍ବାନୀଙ୍କ ବଡ଼ ପୁଅ

Puri News: ଜଗା ଦର୍ଶନ କଲେ ଅମ୍ବାନୀଙ୍କ ବଡ଼ ପୁଅ

Puri News: ବିଶିଷ୍ଟ ଶିଳ୍ପପତି ଆକାଶ ଅମ୍ବାନୀ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ଜେଡ୍ ପ୍ଲସ ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେତେବେଳେ ମହାପ୍ରଭୁଙ୍କ ନିକଟରେ ସଂନ୍ଧ୍ୟା ଧୁପ ଚାଲିଥିଲା। ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ୨୨ ପାହାଚ ଠୁ ଆରମ୍ଭ କରି ବିଭିନ୍ନ ଦେବାଦେବୀ ମନ୍ଦିର ପରିଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ହୋଇ ସଂନ୍ଧ୍ୟା ଧୁପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। 

ଏତେ ରାତିରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଅସମ୍ଭବ ଥିଲେ ସୁଦ୍ଧା ମହାପ୍ରଭୁଙ୍କ କୃପାରୁ ସବୁକିଛି ସମ୍ଭବ ହୋଇପାରିଲା। ଆକାଶ ଅମ୍ବାନୀ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କିଛି ଡୋନେଶନ ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ନାମରେ ସିଲ୍ ଥିବା ରିଲାଏନ୍ସ ଖାମ୍ ରେ ଚେକ୍ ମାଧ୍ୟମରେ ଡୋନେସନ ଦେଇଛନ୍ତି। ତେବେ ପୁର୍ବତନ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସିଂହାରୀ ସେବାୟତ ଜଗନ୍ନାଥ କର ଆକାଶ ଅମ୍ବାନୀ ଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। 

ମହାପ୍ରଭୁଙ୍କ ପ୍ରତି ଅମ୍ବାନୀ ପରିବାରର ଅଶେଷ ଭକ୍ତି ଓ ସମର୍ପଣ ଭାବ ରହିଛି। ଅନନ୍ତ ଅମ୍ବାନୀ ତାଙ୍କ ବିବାହ ପୂର୍ବରୁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରି ପ୍ରାୟ ଅଢେ଼ଇ କୋଟିର ଚେକ୍ ପ୍ରଦାନ କରିଥିଲେ। ପରେ ଶ୍ରୀମନ୍ଦିରର ଅବଶିଷ୍ଟ ତିନି ଦ୍ୱାରକୁ ରୂପା ଛାଉଣୀ କରିବା ପାଇଁ ସହାୟତା କରିଥିଲେ। ତେବେ ଆକାଶ ଅମ୍ବାନୀ କେତେ ଟଙ୍କା ମନ୍ଦିରକୁ ଡୋନେଶନ ଦେଇଛନ୍ତି ତାହା ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେବା ପରେ ଜଣାପଡ଼ିବ। 

Add Zee News as a Preferred Source

ତେବେ ସିଂହାରୀ ସେବାୟତ ଜଗନ୍ନାଥ କରଙ୍କ ସହ ଅମ୍ବାନୀ ପରିବାରର ଭଲ ସମ୍ପର୍କ ରହିଛି। ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବକୁ ଅମ୍ବାନୀ ପରିବାର ପକ୍ଷରୁ ନିମନ୍ତ୍ରୀତ ହୋଇଥିଲେ। ଏବେବି ତାଙ୍କ ପରିବାରର ଯେକୌଣସି ସଦସ୍ୟ ଆସୁଛନ୍ତି ତାଙ୍କୁ ଡକାଯାଉଛି। ସେ ମଧ୍ୟ ସେମାନଙ୍କୁ ଆତିଥ୍ୟସେବା ଯୋଗାଇ ଦେଇଛନ୍ତି।

About the Author