National Panchayat Award 2025: ମୟୂରଭଞ୍ଜ ହାଟବଦ୍ରା ପଞ୍ଚାୟତକୁ ମିଳିଛି ଦ୍ୱିତୀୟ ସ୍ଥାନ । ପ୍ରତିଷ୍ଠିତ ଆତ୍ମନିର୍ଭର ପଞ୍ଚାୟତ ସ୍ୱତନ୍ତ୍ର ପୁରସ୍କାର (ANPSA) ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ହାଟବଦ୍ରା ଗ୍ରାମ ପଞ୍ଚାୟତ ।
Trending Photos
National Panchayat Award 2025: ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମହାରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲାର ଡାଭ୍ୱା ଗ୍ରାମ ପଞ୍ଚାୟତକୁ 2023-24 ବର୍ଷ ପାଇଁ ସ୍ୱତନ୍ତ୍ର ପଞ୍ଚାୟତ ପୁରସ୍କାର (CASPA) ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରବାର ଦିନ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ତେବେ ଖୁସିର କଥା ହେଉଛି ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ମୟୂରଭଞ୍ଜ ହାଟବଦ୍ରା ପଞ୍ଚାୟତକୁ ମିଳିଛି ଦ୍ୱିତୀୟ ସ୍ଥାନ । ପ୍ରତିଷ୍ଠିତ ଆତ୍ମନିର୍ଭର ପଞ୍ଚାୟତ ସ୍ୱତନ୍ତ୍ର ପୁରସ୍କାର (ANPSA) ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ହାଟବଦ୍ରା ଗ୍ରାମ ପଞ୍ଚାୟତ ।
ପ୍ରଥମ ସ୍ଥାନରେ ଥିବା ଡାୱା ଗ୍ରାମ ପଞ୍ଚାୟତ ସରପଞ୍ଚ ଯୋଗେଶ୍ୱରୀ ଚୌଧୁରୀ ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାରରେ ୧ କୋଟି ଟଙ୍କା ନଗଦ ପୁରସ୍କାର, ପ୍ରଶସ୍ତପତ୍ର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ଅବସରରେ ବିହାରର ମଧୁବନୀରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା। ଏହି ପୁରସ୍କାର ସମାରୋହରେ ପ୍ରଥମ ଥର ପାଇଁ, କ୍ଲାଇମେଟ୍ ଆକ୍ସନ୍ ସ୍ପେଶାଲ୍ ପଞ୍ଚାୟତ ପୁରସ୍କାର (CASPA), ଆତ୍ମନିର୍ଭର ପଞ୍ଚାୟତ ସ୍ୱତନ୍ତ୍ର ପୁରସ୍କାର (ANPSA) ଏବଂ ପଞ୍ଚାୟତ କ୍ଷମତା ନିର୍ମାଣ ଶ୍ରେଷ୍ଠ ପ୍ରତିଷ୍ଠାନ ପୁରସ୍କାର (PKNSSP) ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା।
Also Read- ପହଲଗାମ ଆକ୍ରମଣ ସମ୍ପର୍କରେ ଅନେକ ଦେଶକୁ ଜଣାଇଲା ଭାରତ, ସମର୍ଥନ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
Also Read- Runu Panda: ସୋନାଲିଙ୍କ ପରେ ଯାତ୍ରା ମେଲୋଡି କୁଇନ ରୁନୁ ପଣ୍ଡାଙ୍କ ଏହି ସବୁ ଫଟୋ ଭାଇରାଲ୍