ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ, କ୍ୟାନସର ହସ୍ପିଟାଲ ସହ ଗଙ୍ଗାଧର ମେହେର ଜଳସେଚନର କରିବେ ଲୋକାର୍ପଣ
Naveen Patnaik Bargarh Visit: ମଙ୍ଗଳବାର ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ଉଦ୍ଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଏନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
Naveen Patnaik Bargarh Visit: ମଙ୍ଗଳବାର ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ଉଦ୍ଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଏନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ୧୮୦୬.୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁ ପ୍ରତୀକ୍ଷିତ ତିନି ପ୍ରକଳ୍ପ ଗଙ୍ଗାଧର ମେହେର ଉଠା ଜଳସେଚନ, ବରଗଡ଼ କ୍ୟାନସର ହସ୍ପିଟାଲ ଓ ନୃସିଂହନାଥ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ କରିବେ । ୧୬୭୭.୪୨ କୋଟି ଟଙ୍କା ବ୍ୟୟରେ ଗଙ୍ଗାଧର ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିବା ବେଳେ ୧୦୬.୬ କୋଟି ଟଙ୍କାରେ ୧୦୦ ଶଯ୍ୟା ବିଶିଷ୍ଟ ବରଗଡ଼ କ୍ୟାନସର ହସ୍ପିଟାଲ ଓ ୨୨.୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ କାର୍ଯ୍ୟ କରାଯାଇଛି । ସେହିପରି ୩୪୨.୭୦ କୋଟି ଟଙ୍କାର ୫୯ଟି ବିଭିନ୍ନ ପ୍ରକଳ୍ପ ଉଦଘାଟନ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ୨୬୩.୩୩ କୋଟି ଟଙ୍କାର ୨୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ନେଇ କାର୍ଯ୍ୟକ୍ରମ ରହିଛି ।
ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ରେ ସତୀଭଟା ଏୟାରଷ୍ଟ୍ରିପରେ ଓହ୍ଲାଇବେ ପରେ ସେଠାରୁ ସ୍ବତନ୍ତ୍ର ହେଲିକପ୍ଟରରେ ବିଜେପୁର ବ୍ଲକର କନାପାଲି ପମ୍ପ ହାଉସ କଡ଼ରେ ନିର୍ମିତ ହେଲିପ୍ୟାଡ଼ରେ ଅବତରଣ କରିବେ ନବୀନ । ଦିବା ୧୧ଟା ୫୦ ମିନିଟ୍ ରେ ମୁଖ୍ୟମନ୍ତ୍ରୀ କନାପାଲି ପହଞ୍ଚି ପ୍ରଥମେ ଗଙ୍ଗାଧର ପ୍ରକଳ୍ପର ମଡ଼େଲ ପରିଦର୍ଶନ କରି ସଭାସ୍ଥଳରେ ୧୨ଟାରେ ପହଁଞ୍ଚିବେ । ଏହାପରେ ୧୨ଟା ୨୭ ମିନିଟ୍ ରେ ସେ ହେଲିପ୍ୟାଡ଼ରୁ ସତୀଭଟା ଯାଇ ସେଠୁ ଭୁବନେଶ୍ବର ଫେରିଯିବେ ବୋଲି ବରଗଡ଼ ପ୍ରଶାସନ ପକ୍ଷରୁ ସୂଚନା ମିଳଛି ।
Also Read- Odisha News: ଆଜି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ଉଦଘାଟିତ ହେବ ୪୨ଟି ଡ଼ାକଘର