Advertisement
Article Detail0/zeeodisha/odisha2963664

Happy birth day Naveen Patnaik: ୮୦ ବର୍ଷରେ ପାଦ ଥାପିଲେ ନବୀନ

ଭୁବନେଶ୍ୱର: ଗୁରୁବାର ଦିନ ଅର୍ଥାତ ଆଜି ଅକ୍ଟୋବର ୧୬ ତାରିଖରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୦ ବର୍ଷରେ ପାଦ ଥାପିଛନ୍ତି। ଏଥର କିନ୍ତୁ ସେ ନିଆରା ଢଙ୍ଗରେ ନିଜର ଜନ୍ମ ଦିନ ପାଳନ କରିବେ ବୋଲି ଜଣାପଡିଛି। ନିଜର ୮୦ ତମ ଜନ୍ମଦିନରେ ସେ ସାଧାରଣ ସଭା ଓ କାର୍ଯ୍ୟକ୍ରମରେ ସାମିଲ ହୋଇ ଜନ୍ମଦିନ ପାଳିବେ।  ଏକା

Happy birth day Naveen Patnaik: ୮୦ ବର୍ଷରେ ପାଦ ଥାପିଲେ ନବୀନ

Naveen Patnaik: ଭୁବନେଶ୍ୱର: ଗୁରୁବାର ଦିନ ଅର୍ଥାତ ଆଜି ଅକ୍ଟୋବର ୧୬ ତାରିଖରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୦ ବର୍ଷରେ ପାଦ ଥାପିଛନ୍ତି। ଏଥର କିନ୍ତୁ ସେ ନିଆରା ଢଙ୍ଗରେ ନିଜର ଜନ୍ମ ଦିନ ପାଳନ କରିବେ ବୋଲି ଜଣାପଡିଛି। ନିଜର ୮୦ ତମ ଜନ୍ମଦିନରେ ସେ ସାଧାରଣ ସଭା ଓ କାର୍ଯ୍ୟକ୍ରମରେ ସାମିଲ ହୋଇ ଜନ୍ମଦିନ ପାଳିବେ।  ଏକାମ୍ର ନିର୍ବାଚନମଣ୍ଡଳୀରେ ଦଳୀୟ ପଦଯାତ୍ରାରେ ଯୋଗ ‌ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ। 

ଏଠାରେ କହି ରଖୁ କି ୧୯୪୬ ମସିହା‌ ଅକ୍ଟୋବର ୧୬ ତାରିଖରେ ନବୀନ ଜନ୍ମଗ୍ରହଣ କରିଥିଲେ। ଘଟଣାଚକ୍ରରେ ଓଡ଼ିଶା ଆସି ରାଜନୀତିରେ ସାମିଲ ହେଲେ ନବୀନ। ପ୍ରଥମ ଥର ପାଇଁ ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ନେତୃତ୍ୱରେ ଓଡ଼ିଶାରେ ଦୀର୍ଘ ସମୟ ପାଇଁ ଶାସନ ଗାଦିରେ ବସିଥିବା ବିଜୁ ଜନତା ଦଳ ବା ବିଜେଡ଼ି ଜନ୍ମ ନିଏ। ଦଳ ଗଠନ ହେଲା ପରେ ସେ ସଭାପତି ଦାୟିତ୍ୱରେ ରୁହନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ରାଜନୀତିରେ ପ୍ରାୟ ୨୯ ବର୍ଷ ହୋଇଗଲାଣି। ସେଥିରୁ ୨୫ ବର୍ଷରୁ ଅଧିକ ସମୟ ସେ କ୍ଷମତାରେ ହିଁ ରହିଛନ୍ତି। ପ୍ରଥମେ କେନ୍ଦ୍ର ମନ୍ତ୍ରୀ ଥିଲେ। ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ଶାସନକୁ ଆସିଲା ପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ। ମେଣ୍ଟ ଭାଙ୍ଗିଗଲା ପରେ ବିଜେଡିକୁ ତିନି ଥର କ୍ଷମତାସୀନ କରାଇଥିଲେ ନବୀନ। ୨୪ ବର୍ଷ ଲଗାତାର ମୁଖ୍ୟମନ୍ତ୍ରୀ ପଦବିରେ ରହି ରେକର୍ଡ ସ୍ଥାପନ କରିଛନ୍ତି।

ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିବାରେ ସେ ଦେଶର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ। ୨୦୦୦ ମସିହା ପରବର୍ତ୍ତୀ ସମୟରେ ଓ ୨୦୨୪ ପୂର୍ବରୁ ସବୁ ନିର୍ବାଚନରେ ନବୀନଙ୍କର ରଣନୀତି ହିଁ ସଫଳ ହେଉଥିଲା। ପଞ୍ଚାୟତ ନିର୍ବାଚନ ହେଉ କି ପୌର ନିର୍ବାଚନ, ବିଧାନସଭା ଉପନିର୍ବାଚନ ସବୁଥିରେ ବିଜେଡିର ବାଜିମାତ ରହୁଥିଲା। 

Add Zee News as a Preferred Source

କିନ୍ତୁ ୨୦୨୪ ମସିହାରେ ଆଉ ନବୀନ ମ୍ୟାଜିକ୍ କାମ କରି ନଥିଲା। ବିଜେପି ଦ୍ବାରା ସେ କ୍ଷମତାଚ୍ୟୁତ ହେଲେ। କ୍ଷମତାରେ ଥିଲା ବେଳେ ଓ କ୍ଷମତାରୁ ଗଲା ପରେ ବି ବିଜେଡି ଭିତ‌ରେ ତାଙ୍କ ନେତୃତ୍ବ ପ୍ରତି କୌଣସି ବଡ଼ ଧରଣର ଝଟ୍‌କା ଆସିନାହିଁ। ୨୦୨୪ ନିର୍ବାଚନ‌ରେ ବିଜେଡିର ବିପର୍ଯ୍ୟୟ ପରେ ଦଳ ଭିତରେ ତାଙ୍କର ନେତୃତ୍ବ ଓ ଭି କେ ପାଣ୍ଡିଆନଙ୍କ ପ୍ରତି ତାଙ୍କର ଅହେତୁକ ଦୁର୍ବଳତାକୁ ନେଇ ଅସନ୍ତୋଷ ସୃଷ୍ଟି ହେଉଥିଲେ ବି ତାହା ଦାନା ବାନ୍ଧିପାରିନି। କାଁ ଭାଁ ନେତା କିଛି କହୁଥିଲେ ମଧ୍ୟ ତାଙ୍କ ବିରୋଧରେ ବଡ଼ ଧରଣର ମେଳି ହୋଇପାରି ନାହିଁ। ସ୍ବାସ୍ଥ୍ୟଗତ କାରଣରୁ ସେ ବାହାରକୁ ଏତେ ଯାଉ ନାହାନ୍ତି। କିନ୍ତୁ ବିଜେଡିର ମଙ୍ଗ ତାଙ୍କ ହାତରେ ହିଁ ରହିଛି। ଦଳରେ ଏବେ ବି ତାଙ୍କରି ନେତୃତ୍ବ ଓ ତାଙ୍କରି ନିଷ୍ପତ୍ତି ହିଁ ସର୍ବମାନ୍ୟ ହୋଇ ରହିଛି।

About the Author