Advertisement
Article Detail0/zeeodisha/odisha2551878
Zee OdishaOdisha Stateମିଶନ୍ ଶକ୍ତି ମହିଳାଙ୍କ ଦରମା ବନ୍ଦକୁ ବିରୋଧ କଲେ ନବୀନ, କହିଲେ ଚାଲିଛି ଷଡ଼ଯନ୍ତ୍ର

ମିଶନ୍ ଶକ୍ତି ମହିଳାଙ୍କ ଦରମା ବନ୍ଦକୁ ବିରୋଧ କଲେ ନବୀନ, କହିଲେ ଚାଲିଛି ଷଡ଼ଯନ୍ତ୍ର

Assembly: ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିବାକୁ ରାଜ୍ୟ ବିଜେପି ସରକାର ଷଡ଼ଯନ୍ତ୍ର କରୁଛନ୍ତି। ମିଶନ ଶକ୍ତି କର୍ମୀଙ୍କ ପ୍ରତି ବିଜେଡିର ସମର୍ଥନ ଜାରି ରହିବ ବୋଲି ନବୀନ କହିଛନ୍ତି। ରାଜ୍ୟ ସରକାର ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିଛନ୍ତି। ଦରମା ବନ୍ଦ କରିବା ଆଦୌ ଭଲ ନୁହେଁ। 

ମିଶନ୍ ଶକ୍ତି ମହିଳାଙ୍କ ଦରମା ବନ୍ଦକୁ ବିରୋଧ କଲେ ନବୀନ, କହିଲେ ଚାଲିଛି ଷଡ଼ଯନ୍ତ୍ର

ଭୁବନେଶ୍ଵର: ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମିଶନ ଶକ୍ତି ମହିଳା ଓ ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପିମାନେ ସେମାନଙ୍କ ନାର୍ୟ୍ୟ ଦାବି ତଥା ୯ ମାସର ଦରମା ପାଇବାକୁ ଦାବି କରି ଲୋୟର ପିଏମଜି ଛକରେ ଆନ୍ଦୋଳନ କରୁଥିବାବେଳେ ଏହି ପ୍ରସଙ୍ଗକୁ ନେଇ ଗୃହ ଆରମ୍ଭରୁ ଆଜି ବିରୋଧୀ ହଟ୍ଟଗୋଳ କରିଥିଲେ। ଯାହା ଫଳରେ ଗୃହକୁ ମୁଲତବି କରିଦେଇଥିଲେ ବାଚସ୍ପତି। 

ନବୀନ ପଟ୍ଟନାୟକ କହିଛନ୍ତି ଯେ, ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିବାକୁ ରାଜ୍ୟ ବିଜେପି ସରକାର ଷଡ଼ଯନ୍ତ୍ର କରୁଛନ୍ତି। ମିଶନ ଶକ୍ତି କର୍ମୀଙ୍କ ପ୍ରତି ବିଜେଡିର ସମର୍ଥନ ଜାରି ରହିବ ବୋଲି ନବୀନ କହିଛନ୍ତି। ରାଜ୍ୟ ସରକାର ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିଛନ୍ତି। ଦରମା ବନ୍ଦ କରିବା ଆଦୌ ଭଲ ନୁହେଁ। 

Add Zee News as a Preferred Source
About the Author