Advertisement
Article Detail0/zeeodisha/odisha2770308
Zee OdishaOdisha StateNAVINAUT ପକ୍ଷରୁ ବଣ୍ଟନ ଶିବିର ଆୟୋଜିତ

NAVINAUT ପକ୍ଷରୁ ବଣ୍ଟନ ଶିବିର ଆୟୋଜିତ

ସ୍ୱାାଧୀନ ଯାତ୍ରା, ସଡ଼କ ସୁରକ୍ଷା ଏବଂ ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ସ୍ୱାଧୀନତା ପାଇଁ ଏସ୍‌ଏସ୍‌ଇପିଡ଼ି ବିଭାଗ ପକ୍ଷରୁ ନଭିନାଉତ୍‌ (NAVINAUT) ବଣ୍ଟନ ଶିବିର

NAVINAUT ପକ୍ଷରୁ ବଣ୍ଟନ ଶିବିର ଆୟୋଜିତ

ଭୁବନେଶ୍ୱର: ଆଜି ପୋଖରୀପୁଟ ସ୍ଥିତ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷଠାରେ ଆଲିଆନ୍‌ ଇନୋଭେସନ୍‌ ଲିମିଟେଡ୍‌, ହାଇଦ୍ରାବାଦର ସହଯୋଗରେ ନଭିନାଉତ୍‌ (NAVINAUT) ବଣ୍ଟନ ଶିବିର ଆୟୋଜିତ ହୋଇଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା କରାଯାଇଥିବା ଏହି ଶିବିରରେ ବିଭାଗର ନିର୍ଦ୍ଦେଶକ ଶ୍ରୀମତୀ ନିୟତି ପଟ୍ଟନାୟକଙ୍କ ଦ୍ୱାରା ୬୦ ଜଣ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ନଭିନାଉତ୍‌ ଉପକରଣ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆଲିଆନ୍‌ ଇନୋଭେସନ୍‌ ଲିମିଟେଡ୍‌ରର ପ୍ରତିଷ୍ଠାତା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ରବି କିରଣ, ଅତିରିକ୍ତ ଶାସନ ସଚିବ ଭାସ୍କାର ରାଇତୁ, ଉପଶାସନ ସଚିବ ସନ୍ନ୍ୟାସୀ କୁମାର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧା ଦିଲ୍ଲୀପ ହିଆଲଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କୁ ଉପକରଣଟିର ବ୍ୟବହାର ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । 

ସୂଚନା ଯୋଗ୍ୟ, ନଭିନାଉତ୍‌ ହେଉଛି ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପାଇଁ ଏକ କମ୍ପାକଫ ସୁବିଧାଜନକ ଗତିଶୀଳତା ଉପକରଣ । ଧଳା ବାଡ଼ି ପରିବର୍ତ୍ତେ ଏହି ଉପକରଣ ବ୍ୟବହାର କରି ଦୃଷ୍ଟିବାଧିତ ବ୍ୟକ୍ତିମାନେ କାର୍ଯ୍ୟ କରିବା ସମୟରେ ପ୍ରତିବନ୍ଧକଗୁଡ଼ିକୁ ସହଜରେ ଚିହ୍ନଟ କରିପାରିବେ । ଗତିଶୀଳତା ଉପକରଣଟି ପୁନଃଚାର୍ଜ ହୋଇପାରୁଥିବା ବ୍ୟାଟେରୀଚାଳିତ ଯନ୍ତ୍ର ଏବଂ ଏହା ଗୋଟିଏ ଚାର୍ଜରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ନଭନାଉତ ଉପକରଣଟିରେ ଲେଜର ପରିଚାଳିତ ଆଧୁନିକ ଲିଡାର (LIDAR) ବୈଷୟିକ କୌଶଳ ବ୍ୟବହାର କରାଯାଇଛି, ଯାହା ଦ୍ୱାରା ବ୍ୟବହାରକାରୀ ପ୍ରତିବନ୍ଧକଟିର ଦୂରତା ଓ ଉଚ୍ଚତାକୁ ସହଜରେ ଜାଣି ପାରିବେ । ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସ୍ୱାଧୀନ ବିଚରଣର ସୁବିଧା ଦେବା ପାଇଁ ପ୍ରସ୍ତୁତ ଏହି ଉପକରଣଟି ପୂର୍ବରୁ ତୁର୍କୀ, ସାଉଦି ଆରବ ଏବଂ ସାଉଥ୍‌ ଆଫି୍ରକା ଭଳି ଦେଶରେ ଆଦୃତି ଲାଭ କରିଛି । ଭାରତରେ ପୂର୍ବରୁ ତେଲେଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ଛତିଶଗଡ଼ରେ ଏହି ଉପକରଣ ବ୍ୟବହୃତ ହେଉଥିବାବେଳେ ପ୍ରଥମ କରି ଓଡ଼ିଶାରେ ଏହା ବ୍ୟବହୃତ ହେବ । ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ଦୃଷ୍ଟିବାଧିତ ବ୍ୟକ୍ତିମାନେ ମର୍ଯ୍ୟାଦାର ସହ ଜୀବନଯାପନ ପାଇଁ ଏହି ଉପକରଣଟି ବେଶ ସହାୟକ ହେବ ।

Also Read- Top 10 News: ଏନ୍‌କାଉଣ୍ଟରରେ ୪ ହାର୍ଡକୋର୍ ମାଓବାଦୀ ନିହତ ସହ ଅନ୍ୟ ଅପଡେଟ୍

Add Zee News as a Preferred Source

Also Read- Shukra Chandra Gochar: ୪ ରାଶି ଜୀବନରେ ଖୁସି ଆଣିଦେବେ ଶୁକ୍ର ଏବଂ ଚନ୍ଦ୍ର, ୬ ଜୁନରୁ ଲାଭ

About the Author