Trending Photos
)
Revenue department: ଭୁବନେଶ୍ବର: ରାଜ୍ୟବାସୀଙ୍କ ନିକଟରେ ପହଞ୍ଚିବ ରାଜସ୍ୱ ସେବା। ଘରେ ବସି ଏଣିକି ପାଇପାରିବେ ଜମିଜମା ବାବଦୀୟ ପଟ୍ଟା ହେଉ ଅବା ଆୟଗତ ସରକାରୀ ଦସ୍ତାବିଜ ସବୁକିଛି ନିର୍ଭୁଲ ଭାବରେ ଲୋକଙ୍କ ନିକଟରେ ପହଞ୍ଚି ସେ ଦିଗରେ ରାଜ୍ୟ ସରକାର ଉଦ୍ୟମ ଆମ୍ଭ କରିଛନ୍ତି। ଏକ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯାଉଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଲୋକମାନେ ଏବେ ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ପାଇଁ ତହସିଲ୍ ଅଫିସ୍କୁ ବାରମ୍ବାର ଦଉଡ଼ୁଛନ୍ତି। ତହସିଲଦାରଙ୍କ ପାଖରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି। ଲୋକ ଯେପରି ଏହି ସବୁ ସେବା ପାଇଁ ଆଉ ତହସିଲ ଅଫିସକୁ ଯିବେନି ଏବଂ ଘରେ ବସି ମୋବାଇଲ୍ରେ ଆବେଦନ କରିବା ସହ ସାର୍ଟିଫିକେଟ୍ ବି ଡାଉନଲୋଡ୍ କରିପାରିବେ ଏଥିପାଇଁ ଏକ ନୂଆ ଆପ୍ ଅଣାଯିବା ଆସନ୍ତା ଏପ୍ରିଲ ମାସରେ ଏହି ଆପ୍ର ଲୋକାର୍ପଣ କରିବାକୁ ଯୋଜନା ହୋଇଛି | ଏହି ଆପ୍ ଦ୍ଵାରା ଆମେ ରାଜସ୍ବ ସେବାକୁ ହୋମ୍ ଡେଲିଭରି କରିବାକୁ ଲକ୍ଷ୍ୟ ରଖିଛୁ ଏହାଦ୍ଵାରା ଧାର୍ଯ୍ୟ ସମୟରେ ଲୋକଙ୍କୁ ସମସ୍ତ ସେବା ମିଳିବ | କେଉଁ ସମୟରେ କେଉଁ ବ୍ୟକ୍ତି କେଉଁ ପ୍ରମାଣପତ୍ର ପାଇଁ ଆବେଦନ କଲେ ତା'ର ତଥ୍ୟ
ପଞ୍ଜୀକୃତ ହୋଇ ରହିବା ଧାର୍ଯ୍ୟ ସମୟରେ ସେବା ପ୍ରଦାନ ହେଲେ ରାଜସ୍ବ ବିଭାଗକୁ ସୂଚନା ଆସିଯିବ | ଯଦି କୌଣସି ଅଧିକାରୀ କିଛି ଭୁଲ୍ ନଥାଇ ସେବା ପ୍ରଦାନରେ ବିଳମ୍ବ କରିବେ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଲୋକ ଓ ରାଜସ୍ବ ସେବା ମଧ୍ୟରେ ଥିବା ବାଧକ ଦୂର କରିବା ଆମର ଲକ୍ଷ୍ୟ କେବଳ ଏତିକି ନୁହେଁ, ରାଜସ୍ବ ସେବାରେ ଅଧିକ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରାଯିବା ଏବେବି ବିଭିନ୍ନ ଲୋକଙ୍କ ଜମି ପଟ୍ଟାରେ ପୂର୍ବ ପୁରୁଷଙ୍କ ନାଁ ଅଛି। ମୃତ୍ୟୁ ପରେ ବି ଲୋକଙ୍କ ନାଁ ପଟ୍ଟାରେ ଗଡ଼ୁଛି। ତେଣୁ ଅଟୋ ମ୍ୟୁଟେସନ୍ ପାଇଁ ଏହି ଆପ୍ରେ ବ୍ୟବସ୍ଥା କରାଯିବ | ଗୋଟିଏ ପ୍ଲାଟଫର୍ମରେ ରାଜସ୍ବ ବିଭାଗ, ତହସିଲ ଅଫିସ୍, ଜନ୍ମମୃତ୍ଯୁ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଯୋଡ଼ାଯିବା ପ୍ରଥମେ ସମସ୍ତଙ୍କ ପଟ୍ଟା ଅପ୍ ଟୁ ଡେଟ୍ କରାଯିବ।
ପଟ୍ଟାରେ ନାମ ଥିବା ପ୍ରଜାଙ୍କ ଯଦି ମୃତ୍ୟୁ ହୋଇଯାଏ ତେବେ ଏହା ଜନ୍ମମୃତ୍ଯୁ ନିର୍ଦ୍ଦେଶକଙ୍କ ନିକଟରେ ପଞ୍ଜୀକୃତ ହୋଇଥିବା ତାଲିକାରୁ ସ୍ବତଃସ୍ଫୁର୍ଷ ଭାବେ ତଥ୍ୟ ନେଇ ସ୍ଥାନୀୟ ତହସିଲଦାରଙ୍କ ପାଖକୁ ପଳେଇବ ଏହା ପରେ ପଟ୍ଟାରୁ ମୃତକଙ୍କ ନାମ କାଟିବା ପାଇଁ ଆବେଦନ କଲେ ତୁରନ୍ତ ସେବା ମିଳିବା ରାଜସ୍ବ ବିଭାଗ ଆଉ ଏକ ବଡ଼ ପଦକ୍ଷେପ ନେଉଛି। ଏବେ ବହୁତ ସିଭିଲ କେସ୍ ଚାଲିଛି। ସେହି ସବୁ କେସ୍ ବାବଦରେ ତହସିଲଦାର ମାନେ ଜାଣିପାରୁନାହାନ୍ତି। କେଉଁ ଜମି ଉପରେ କେଉଁ କୋର୍ଟରେ ମାମଲା ଚାଲିଛି ସେ ବାବଦରେ ଅବଗତ ହୋଇପାରୁନାହାନ୍ତି । ତେଣୁ ଏନେଇ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିଛୁ। କୋର୍ଟରେ ହେଉଥିବା ଜମିଜମା ମାମଲାର ତଥ୍ୟ ଆଦାନପ୍ରଦାନ ପାଇଁ ଆଲୋଚନା କରାଯାଉଛି। ଯଦି ହାଇକୋର୍ଟ ପର୍ଯ୍ୟନ୍ତ ତହସିଲ ସଂଯୋଗ ହୋଇପାରିବ ତେବେ କେଉଁ ନିର୍ଦ୍ଦିଷ୍ଟ ଜମି ଉପରେ କ'ଣ ରାୟ ଆସିଲା ତାହା ସଂପୃକ୍ତ ତହସିଲଦାରମାନେ ଜାଣିପାରିବେ ସେହି ଅନୁସାରେ ରେକର୍ଡ ସଂଶୋଧନ କରାଯାଇପାରିବ ଏବଂ ଅଯଥା ବିବାଦକୁ ଏଡ଼ାଇ ଦିଆଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।