ରତ୍ନ ଭଣ୍ଡାର ଯାଞ୍ଚ, ଅର୍ପଣ ଚାଉଳ ବିନିଯୋଗ, ଶ୍ରୀ ଜଗନ୍ନାଥଙ୍କ ଜମିର କିଣାବିକା ଲାଗି ସ୍ୱତନ୍ତ୍ର ନିୟମ
ସକାଳେ କମିଟିର ବୈଠକ ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅତ୍ୟାଧୁନିକ ବୈଜ୍ଞାନିକ ଉପାୟରେ ଯାଞ୍ଚ ନେଇ ନୂଆ ଏସଓପିକୁ ଅନୁମୋଦନ କରଯାଇଛି। ଏହି ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଅନୁମତି ପାଇବା ପରେ ଏଏସଆଇକୁ ଅତ୍ୟାଧିନିକ ବ୍ୟବସ୍ଥା ବ୍ୟବହାର କରି ଭଣ୍ଡାର ଗୃହର ଯାଞ୍ଚ ପାଇ ଅନୁମତି ମିଳିବ। ଏହାପରେ ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ ସହ ମରାମତି କରାଯିବ।
ଭୁବନେଶ୍ୱର: ଆଜି ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟି ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ମୋହର ଲଗାଇଛି। ଏହିକ୍ରମରେ ରତ୍ନ ଭଣ୍ଡାରରୁ ଆଲମିରା, ବାକ୍ସ ଅନ୍ୟ ସାମଗ୍ରୀକୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ମ୍ୟୁଜିୟମ୍ଠାରେ ସ୍ଥାନ ଦେବାକୁ ନିଷ୍ପତ୍ତି ହୋଇଛି। ଏହା ସହ ଶ୍ରୀ ଜଗନ୍ନାଥଙ୍କ ଜମିର କିଣାବିକା ଲାଗି ମଧ୍ୟ ସ୍ୱତନ୍ତ୍ର ନିୟମ ପ୍ରଣୟନ ଲାଗି କମିଟି ଅନୁମୋଦନ ଦେଇଛି। ଏହାସହ ବିଜେଡି ସରକାର ସମୟରେ ସଂଗ୍ରହ ହୋଇଥିବା ଅର୍ପଣ ଚାଉଳର ସୁବିନିଯୋଗ କିପରି ହେବ ସେ ନେଇ ମଧ୍ୟ ନିଷ୍ପତ୍ତି ନେବାକୁ ପ୍ରାାସନକୁ ଦାୟିତ୍ୱ ଦେଇଛି ପରିଚାଳନା କମିଛି।
ସକାଳେ କମିଟିର ବୈଠକ ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅତ୍ୟାଧୁନିକ ବୈଜ୍ଞାନିକ ଉପାୟରେ ଯାଞ୍ଚ ନେଇ ନୂଆ ଏସଓପିକୁ ଅନୁମୋଦନ କରଯାଇଛି। ଏହି ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଅନୁମତି ପାଇବା ପରେ ଏଏସଆଇକୁ ଅତ୍ୟାଧିନିକ ବ୍ୟବସ୍ଥା ବ୍ୟବହାର କରି ଭଣ୍ଡାର ଗୃହର ଯାଞ୍ଚ ପାଇ ଅନୁମତି ମିଳିବ। ଏହାପରେ ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ ସହ ମରାମତି କରାଯିବ। ଏହା ପୂର୍ବରୁ ଭିତର ଭଣ୍ଡାର ଘରେ ଥିବା ସିନ୍ଦୁକ ଓ ଆଲମୀର ଗୁଡିକୁ ନିଳାଦ୍ରୀ ମ୍ୟୁଜିଅମ କୁ ସ୍ଥାନାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସେହିପରି ଶ୍ରୀମନ୍ଦିର ଅଧୀନରେ ଥିବା ଜମିଜମା ଗୁଡିକର କିଣାବିକା ନେଇ ପ୍ରସ୍ତୁତ ହୋଇଥିବା ଶ୍ରୀମନ୍ଦିର ଜମି ପରିଚାଳନା ନିୟମ ୨୦୨୪ର ଚିଠା ପ୍ରସ୍ତାବ ଅନୁମୋଦନ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ଜମି ବିକ୍ରୟ କାର୍ଯ୍ୟର ସୁ ପରିଚାଳନା ନେଇ ପ୍ରସ୍ତୁତ ହୋଇଥିବା ଏହି ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କାର୍ୟକାରୀ କରାଯିବ।ସେହିପରି ଭକ୍ତଂକ ବ୍ୟବହାର ପାଇଁ ଉଦ୍ଧିଷ୍ଟ ୩୫ଟି ଏଲେକ୍ଟ୍ରିକ ବସ ର ପରିଚାଳନା ନେଇ ସରକାରଙ୍କ ଅଧିକୃତ ସଂସ୍ଥାକୁ ଦାୟିତ୍ୱ ଦିଆଯିବ ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।
ଏଣିକି ଶ୍ରୀମନ୍ଦିର କର୍ମଚାରୀ ନିୟୋଜନ କରିବ ରାଜ୍ୟ ସରକାରଙ୍କ ଅଧିକୃତ ସଂସ୍ଥା । ପୂର୍ବରୁ କର୍ମଚାରୀ ନିୟୋଜନ କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ହୋଇ ଆସୁଥିବା ବେଳେ ସ୍ୱଚ୍ଛତା ଆଣିବା ପାଇଁ ଏପରି ନିଷ୍ପତି ନିଆଯାଇଛି। ସେହିପରି ଗଛିତ ରହିଥିବା ଅର୍ପଣ ଚାଉଳ ବିନିଯୋଗ ନେଇ ଶ୍ରୀମନ୍ଦିର ମୁଖ୍ୟପ୍ରସାକ ଓ ଜିଲ୍ଲାପାଳ ସମ୍ପୃକ୍ତ ନିଯୋଗ ସହ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବେ। ଖଣି ଖାଦାନ ଉତ୍ତୋଳନ ଓ ନିଲାମ ନିୟମ ପରିବର୍ତନ ହୋଇଥିବାରୁ ଏହାର ନିଲାମ ଓ ସୁରକ୍ଷା ପାଇଁ ସରକାରୀ ଅଧିକାରୀ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ସିଂହଦ୍ୱାର ଥାନାକୁ ମଡେଲ ଥାନା କରିବା ପାଇଁ ସ୍ୱତନ୍ତ୍ର ଜାଗା ଓ ଭିତ୍ତିଭୂମି ଯୋଗାଇବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି।