Advertisement
Article Detail0/zeeodisha/odisha2691385
Zee OdishaOdisha State‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ

‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ

‘ସେକ୍ସଟର୍ସନ’ ଅଭିଯୋଗରେ ଜଣେ ନାଇଜେରିଆ ନାଗରିକଙ୍କୁ ଦିଲ୍ଲୀରୁ ଗିରଫ କରିଛି କଟକ କମିଶନରେଟ୍‌ ପୋଲିସ । କଟକର ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ ଅଭିଯୋଗ ଏବଂ ଏହାପରେ ବ୍ଲାକ ମେଲ୍‌ କରି ଲକ୍ଷାଧିକ ଟଙ୍କା ହଡ଼ପ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ

କଟକ: ପୋଲିସ ଜାଲରେ ପଡିଛି ସେକ୍ସଟର୍ସନ ଅଭିଯୁକ୍ତ । ‘ସେକ୍ସଟର୍ସନ’ ଅଭିଯୋଗରେ ଜଣେ ନାଇଜେରିଆ ନାଗରିକଙ୍କୁ ଦିଲ୍ଲୀରୁ ଗିରଫ କରିଛି କଟକ କମିଶନରେଟ୍‌ ପୋଲିସ । କଟକର ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ ଅଭିଯୋଗ ଏବଂ ଏହାପରେ ବ୍ଲାକ ମେଲ୍‌ କରି ଲକ୍ଷାଧିକ ଟଙ୍କା ହଡ଼ପ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଘଟଣାରେ ପ୍ରତିକ୍ରିୟା ଦେଇ କଟକ ଡିସିପି କହିଛନ୍ତି ଯେ, ଗିରଫ ନାଇଜେରିଆ ନାଗରିକକୁ ରିମାଣ୍ଡରେ ଅଣାଯିବ । ଏକାଧିକ ବ୍ୟକ୍ତିର ପରିଚୟ ଦେଇ ଠକେଇ କରିଥିବାର ଅଭିଯୋଗ ରହିଛି । ନ୍ୟୁଜିଲାଣ୍ଡରୁ ମଧ୍ୟ ପେମେଣ୍ଟ ତାଙ୍କ ଆକାଉଣ୍ଟକୁ ଆସିଛି । ଅଭିଯୁକ୍ତଠୁ ୫ଟି ମୋବାଇଲ୍‌ ସହ ୮ଟି ସିମ୍‌ ଜବତ କରାଯାଇଛି । ଯଦି ଆଉ କେହି ଠକାମୀର ଶିକାର ହୋଇଛନ୍ତି ତାହା ପୋଲିସକୁ ଜଣାଇବା ପାଇଁ ସୂଚନା ଦେଇଛନ୍ତି ଡିସିପି । ଉକ୍ତ ନାଇଜେରିଆ ନାଗରିକଙ୍କ ମୋବାଇଲରୁ ଅନେକ ଫେକ୍‌ ପ୍ରୋଫାଇଲ୍‌ ମିଳିଛି । ରିମାଣ୍ଡରେ ଆଣି ପଚରା ଉଚରା କରାଯିବା ପରେ ଅଧିକ ତଥ୍ୟ ବାହାରିବ ବୋଲି ଡିସିପି କହିଛନ୍ତି ।

Also Read- KKR vs RCB: ବିରାଟ କୋହଲିଙ୍କୁ ଭେଟିବା ଫ୍ୟାନଙ୍କୁ ପଡିଲା ମହଙ୍ଗା, ଗଲେ ଜେଲ୍ !

Add Zee News as a Preferred Source

Also Read- କଣ୍ଟାକ୍ଟ ଲେନ୍ସ ପାଇଁ ଆଖି ସଂକ୍ରମଣ! ଶୁଣନ୍ତୁ କ'ଣ କହିଲେ ପୀଡିତା

About the Author