Advertisement
Article Detail0/zeeodisha/odisha2697364
Zee OdishaOdisha StateBoyanika: ବୟନିକା ଅନନ୍ୟା ଶାଖାରେ ଖୋଲିଲା ରାତ୍ରୀ ବଜାର, ଗ୍ରାହକଙ୍କୁ ମିଳିବ ବିଶେଷ ରିହାତି

Boyanika: ବୟନିକା ଅନନ୍ୟା' ଶାଖାରେ ଖୋଲିଲା ରାତ୍ରୀ ବଜାର, ଗ୍ରାହକଙ୍କୁ ମିଳିବ ବିଶେଷ ରିହାତି

Boyanika: ବୟନ ଭବନର ବୟନିକା ଅନନ୍ୟା ଶାଖାରେ ଖୋଲିଲା ରାତ୍ରୀ ବଜାର। ରାତ୍ରୀ କାଳିନ ବିକ୍ରୟ ଉପରେ ଅତିରିକ୍ତ ୫ ପ୍ରତିଶତ ରିହାତି। ରାତି ୧୧ ରୁ ସକାଳ ୭ଟା ପର୍ଯ୍ୟନ୍ତ ବିକ୍ରୟ ଉପରେ ରହିଛି ସ୍ବତନ୍ତ୍ର ରିହାତି। ଓଡି଼ଶା ଦିବସ ଉପଲକ୍ଷେ ବିଶେଷ ସରକାରୀ ରିହାତି ଦରରେ ବିକ୍ରୟ ଗୁରୁବାର ଠାରୁ ଆରମ୍ଭ ହୋଇଛି।

 

 

Boyanika: ବୟନିକା ଅନନ୍ୟା' ଶାଖାରେ ଖୋଲିଲା ରାତ୍ରୀ ବଜାର, ଗ୍ରାହକଙ୍କୁ ମିଳିବ ବିଶେଷ ରିହାତି

Boyanika: ବୟନ ଭବନର ବୟନିକା ଅନନ୍ୟା ଶାଖାରେ ଖୋଲିଲା ରାତ୍ରୀ ବଜାର। ରାତ୍ରୀ କାଳିନ ବିକ୍ରୟ ଉପରେ ଅତିରିକ୍ତ ୫ ପ୍ରତିଶତ ରିହାତି। ରାତି ୧୧ ରୁ ସକାଳ ୭ଟା ପର୍ଯ୍ୟନ୍ତ ବିକ୍ରୟ ଉପରେ ରହିଛି ସ୍ବତନ୍ତ୍ର ରିହାତି। ଓଡି଼ଶା ଦିବସ ଉପଲକ୍ଷେ ବିଶେଷ ସରକାରୀ ରିହାତି ଦରରେ ବିକ୍ରୟ ଗୁରୁବାର ଠାରୁ ଆରମ୍ଭ ହୋଇଛି। ୨୭ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ଏହି ବିଶେଷ ରିହାତି। ବୟନିକାର ସମସ୍ତ ଶାଖା, ପ୍ରଦର୍ଶନୀ ପଡିଆରେ ଚାଲିଥିବା ହସ୍ତତନ୍ତ୍ର ମେଳା ଓ ଜନତା ମଇଦାନରେ ଚାଲିଥିବା ତୋଷାଳୀ ମେଳା ରେ ପଡିଥିବା ବୟନିକା ଷ୍ଟଲ୍ ରେ ବିଶେଷ ରିହାତି ସୁବିଧା ଉପଲବ୍ଧ ହେବ। ତେବେ,ଏହି କାର୍ଯ୍ୟକ୍ରମକୁ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶୁଭାରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, ବୟନିକାର ସଭାପତି ପ୍ରକାଶ ଚନ୍ଦ୍ର ମେହେର, ହସ୍ତଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତି ଛୋଟରାୟ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ବୟନିକାର ସାଧାରଣ ପ୍ରବନ୍ଧକ ତଥା ସମ୍ପାଦକ ସୁଷମା ବାରିକ, ବୟନିକାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ପୃଷ୍ଠପୋଷକ ଓ ଗ୍ରାହକମାନେ ଆଗେଇ ଆସି ଖଣ୍ଡିଏ ଖଣ୍ଡିଏ ହସ୍ତତନ୍ତ ସାମଗ୍ରୀ କିଣି ନେଇ ଓଡ଼ିଶାର ଏହି ସମୃଦ୍ଧ ପରମ୍ପରାକୁ ଆଗେଇ ନେବାକୁ ମାନ୍ୟବର ମନ୍ତ୍ରୀ ନିବେଦନ କରିଛନ୍ତି ।  ହସ୍ତତନ୍ତ ସାମଗ୍ରୀର ପ୍ରଚାର ପ୍ରସାର ଓ  ବୁଣାକାରଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ମନ୍ତ୍ରୀ। 

Add Zee News as a Preferred Source
About the Author