)
Bus Service: ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଦୀପାବଳି। ଏଥିପାଇଁ ଆଜି ଆମ ବସ ସେବା ବନ୍ଦ ରହିବ। ଏନେଇ କୃଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କୃଟ କହିଛି କି ଦୀପାବଳି ପାଇଁ ଆଜି ଅପରାହ୍ଣ ୩ଟାରୁ ଆମ ବସ ସେବା ବନ୍ଦ ରହିବ। କ୍ୟାପିଟାଲ ରିଜନ ଭୁବନେଶ୍ୱର, କଟକ, ପୁରୀ ସମେତ ସମ୍ବଲପୁର, ରାଉରକେଲା ଏବଂ ବ୍ରହ୍ମପୁରରେ ମଧ୍ୟ ବସ୍ ସେବା ବନ୍ଦ ରହିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Notice - On the occasion of #Deepavali Ama Bus Service will be available till 3 PM on 20.10.2025 in all the operational cities.
Helpline service will also be available till 3 PM on 20.10.2025.
Regular service will resume on 21.10.2025.
Wishing everyone a #HappyDiwali !
— Capital Region Urban Transport (@CRUT_BBSR) October 19, 2025
ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ କୃଟ କହିଛି। ଦୀପାବଳି ଥିବାରୁ ବାଣ ପାଇଁ ଯାତ୍ରୀ ପରିବହନ ସେବାରେ ବାଧା ଉପୁଜିବ। ତେବେ ଆସନ୍ତା କାଲି ଅର୍ଥାତ ୨୧ ତାରିଖରୁ ଏହି ସେବା ପୁନର୍ବାର ସ୍ୱଭାବିକ ହେବ ବୋଲି କୃଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।